ଦିଲ୍ଲୀ ଦଳାଚକଟା: ମୃତକ ପ୍ରିୟଜନଙ୍କୁ ଖୋଜୁଛନ୍ତି ପରିବାର, ହେଲ୍ପ ଲାଇନ୍ ନମ୍ବର ଜାରି କଲା ହସ୍ପିଟାଲ

ଶନିବାର ରାତିରେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା ହୋଇ ୧୮ ଜଣଙ୍କ ଜୀବନ ଚାଲିଯାଇଛି । ଟ୍ରେନରେ ଚଢ଼ିବା ପାଇଁ ଲୋକଙ୍କର ଅସମ୍ଭାଳ ଭିଡ଼ ଜମିଥିଲା, ଯାହା ଫଳରେ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା । ଦଳାଚକଟାରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଲୋକନାୟକ ଜୟ ପ୍ରକାଶ ନାରାୟଣ (LNJP) ହସ୍ପିଟାଲ ସହ ଅନ୍ୟାନ୍ୟ ହସ୍ପିଟାଲରେ ଭର୍ତ୍ତି […] The post ଦିଲ୍ଲୀ ଦଳାଚକଟା: ମୃତକ ପ୍ରିୟଜନଙ୍କୁ ଖୋଜୁଛନ୍ତି ପରିବାର, ହେଲ୍ପ ଲାଇନ୍ ନମ୍ବର ଜାରି କଲା ହସ୍ପିଟାଲ appeared first on KNews Odisha.

ଦିଲ୍ଲୀ ଦଳାଚକଟା: ମୃତକ ପ୍ରିୟଜନଙ୍କୁ ଖୋଜୁଛନ୍ତି ପରିବାର, ହେଲ୍ପ ଲାଇନ୍ ନମ୍ବର ଜାରି କଲା ହସ୍ପିଟାଲ
delhi 2

ଶନିବାର ରାତିରେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା ହୋଇ ୧୮ ଜଣଙ୍କ ଜୀବନ ଚାଲିଯାଇଛି । ଟ୍ରେନରେ ଚଢ଼ିବା ପାଇଁ ଲୋକଙ୍କର ଅସମ୍ଭାଳ ଭିଡ଼ ଜମିଥିଲା, ଯାହା ଫଳରେ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା । ଦଳାଚକଟାରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଲୋକନାୟକ ଜୟ ପ୍ରକାଶ ନାରାୟଣ (LNJP) ହସ୍ପିଟାଲ ସହ ଅନ୍ୟାନ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

LNJP ହସ୍ପିଟାଲ ଏକ ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରିଛି । ଲୋକମାନେ ହେଲ୍ପଲାଇନ୍ ନମ୍ବର – 9873617028 ଏବଂ 011 23501207 ରେ କଲ୍ କରି ଦୁର୍ଘଟଣାରେ ଆହତ ସେମାନଙ୍କ ସମ୍ପର୍କୀୟଙ୍କ ବିଷୟରେ ସୂଚନା ପାଇପାରିବେ ।

ବର୍ତ୍ତମାନ ସୁଦ୍ଧା ଚାରିଟି ମୃତଦେହର ପୋଷ୍ଟମର୍ଟମ କରାଯାଇ ମୃତଦେହଗୁଡ଼ିକୁ ସମ୍ପର୍କୀୟମାନଙ୍କୁ ହସ୍ତାନ୍ତର କରାଯାଇଛି । ଜଣେ ପରିବାର ସଦସ୍ୟ ଏ ପର୍ଯ୍ୟନ୍ତ ଆସି ନ ଥିବାରୁ ଗୋଟିଏ ମୃତଦେହ ଏବେ ବି ହସ୍ପିଟାଲରେ ରଖାଯାଇଛି । ପୋଷ୍ଟମର୍ଟମ ପାଇଁ LNJP ହସ୍ପିଟାଲରୁ ପାଞ୍ଚଟି ମୃତଦେହକୁ ଆରଏମଏଲକୁ ହସ୍ତାନ୍ତର କରାଯାଇଥିଲା । ଏମାନଙ୍କ ମଧ୍ୟରେ ୪ ଜଣ ମହିଳା ଏବଂ ଜଣେ ପୁରୁଷ ରହିଛନ୍ତି ।

ସେପଟେ ଦିଲ୍ଲୀର ବିଦାୟୀ ମୁଖ୍ୟମନ୍ତ୍ରୀ ଆତିଶୀ ଏବଂ ଦିଲ୍ଲୀ ବିଜେପି ଅଧ୍ୟକ୍ଷ ବୀରେନ୍ଦ୍ର ସଚଦେବା LNJP ହସ୍ପିଟାଲରେ ପହଞ୍ଚି ଆହତମାନଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା ଘଟଣାର ପୋଲିସ ତଦନ୍ତ ଆରମ୍ଭ କରିଛି । ଦଳାଚକଟାର କାରଣ ଜାଣିବା ପାଇଁ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯିବ ବୋଲି ଦିଲ୍ଲୀ ପୋଲିସ କହିଛି ।

ଏହା ମଧ୍ୟ ପଢ଼ନ୍ତୁ: ଦିଲ୍ଲୀ ଦଳଚକଟା ପରେ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ, ମୃତକଙ୍କ ପରିବାରଙ୍କୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା

The post ଦିଲ୍ଲୀ ଦଳାଚକଟା: ମୃତକ ପ୍ରିୟଜନଙ୍କୁ ଖୋଜୁଛନ୍ତି ପରିବାର, ହେଲ୍ପ ଲାଇନ୍ ନମ୍ବର ଜାରି କଲା ହସ୍ପିଟାଲ appeared first on KNews Odisha.