ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ
ଜଳେଶ୍ୱର : ଡିଭାଇଡରରେ ପିଟି ହୋଇ ଯାତ୍ରୀବାହୀ ବସ ହେଲା ଦୁର୍ଘଟଣା ଗ୍ରସ୍ତ I ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଇନ୍ଦିରା ଛକ ନିକଟରେ ଘଟିଛି ଦୁର୍ଘଟଣା I ଦକ୍ଷିଣାୟନୀ ନାମକ ବସଟି ୫୦ ଜଣ ଯାତ୍ରୀଙ୍କୁ ନେଇ ବାଲେଶ୍ୱରରୁ କଲକାତା ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି I ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତି କରାଯାଇଛି I ଖବର ଅନୁସାରେ,ଗତକାଲି ବିଳମ୍ବିତ ରାତିରେ ଦକ୍ଷିଣାୟନୀ ନାମକ ଏକ ଘରୋଇ […]

ଜଳେଶ୍ୱର : ଡିଭାଇଡରରେ ପିଟି ହୋଇ ଯାତ୍ରୀବାହୀ ବସ ହେଲା ଦୁର୍ଘଟଣା ଗ୍ରସ୍ତ I ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଇନ୍ଦିରା ଛକ ନିକଟରେ ଘଟିଛି ଦୁର୍ଘଟଣା I ଦକ୍ଷିଣାୟନୀ ନାମକ ବସଟି ୫୦ ଜଣ ଯାତ୍ରୀଙ୍କୁ ନେଇ ବାଲେଶ୍ୱରରୁ କଲକାତା ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି I ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତି କରାଯାଇଛି I
ଖବର ଅନୁସାରେ,ଗତକାଲି ବିଳମ୍ବିତ ରାତିରେ ଦକ୍ଷିଣାୟନୀ ନାମକ ଏକ ଘରୋଇ ବସ ୬୦ ନମ୍ବର ଜାତୀୟ ରାଜପଥଇନ୍ଦିରା ଛକରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା I ତେବେ ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି I ସାମାନ୍ୟ ଆହତ ହୋଇଥିବା ୩ ଜଣଙ୍କୁ ସ୍ଥାନୀୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସାପରେ ଛାଡି ଦିଆଯାଇଥିବାବେଳେ ଅନ୍ୟ ଏକ ବସରେ ଯାତ୍ରୀ ମାନଙ୍କୁ ଗନ୍ତବ୍ୟ ସ୍ଥଳକୁ ପଠାଯାଇଛି I ତେବେ ବିଳମ୍ବିତ ରାତିରେ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି I ବସ୍ତା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି I