ପଞ୍ଜାବ ପେଟ୍ରୋଲ୍‌ ପମ୍ପ୍‌ରେ ବିସ୍ଫୋରଣ; ୫ କୋଟି ବଟି ଦେବାକୁ ଧମକ

ଚଣ୍ଡିଗଡ଼: ଅକ୍ଟୋବର ୨୭ରେ ପଞ୍ଜାବର ମନସା ଜିଲ୍ଲାର ଏକ ପେଟ୍ରୋଲ୍‌ ପମ୍ପ ନିକଟରେ ବୋମା ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ପମ୍ପର କୌଣସି କ୍ଷୟକ୍ଷତି ଘଟିନାହିଁ। କିନ୍ତୁ ବିସ୍ଫୋରଣ ପରେ ପେଟ୍ରୋଲ୍‌ ପମ୍ପ ମାଲିକଙ୍କୁ ହ୍ବାଟ୍‌ସଅପ୍‌ରେ ୫ କୋଟି ଟଙ୍କା ବଟି ଦେବାକୁ କୁହାଯାଇଛି, ନଚେତ୍‌ ପରିବାରକୁ ହତ୍ୟା କରାଯିବ ବୋଲି ଧମକ ଦିଆଯାଇଛି। ପେ‌ଟ୍ରୋଲ୍‌ ପମ୍ପର ମାଲିକ ଖୁସୱିନ୍ଦର ସିଂହ ଦାଏର କରିଥିବା ଏଫ୍‌ଆଇଆର୍‌ରେ ଦର୍ଶାଇଛନ୍ତି, ବିସ୍ଫୋରଣ ସମ୍ପର୍କରେ ସେ ନିଜ କର୍ମଚାରୀଙ୍କ ଠାରୁ ସୂଚନା […]

ପଞ୍ଜାବ ପେଟ୍ରୋଲ୍‌ ପମ୍ପ୍‌ରେ ବିସ୍ଫୋରଣ; ୫ କୋଟି ବଟି ଦେବାକୁ ଧମକ

ଚଣ୍ଡିଗଡ଼: ଅକ୍ଟୋବର ୨୭ରେ ପଞ୍ଜାବର ମନସା ଜିଲ୍ଲାର ଏକ ପେଟ୍ରୋଲ୍‌ ପମ୍ପ ନିକଟରେ ବୋମା ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ପମ୍ପର କୌଣସି କ୍ଷୟକ୍ଷତି ଘଟିନାହିଁ। କିନ୍ତୁ ବିସ୍ଫୋରଣ ପରେ ପେଟ୍ରୋଲ୍‌ ପମ୍ପ ମାଲିକଙ୍କୁ ହ୍ବାଟ୍‌ସଅପ୍‌ରେ ୫ କୋଟି ଟଙ୍କା ବଟି ଦେବାକୁ କୁହାଯାଇଛି, ନଚେତ୍‌ ପରିବାରକୁ ହତ୍ୟା କରାଯିବ ବୋଲି ଧମକ ଦିଆଯାଇଛି। ପେ‌ଟ୍ରୋଲ୍‌ ପମ୍ପର ମାଲିକ ଖୁସୱିନ୍ଦର ସିଂହ ଦାଏର କରିଥିବା ଏଫ୍‌ଆଇଆର୍‌ରେ ଦର୍ଶାଇଛନ୍ତି, ବିସ୍ଫୋରଣ ସମ୍ପର୍କରେ ସେ ନିଜ କର୍ମଚାରୀଙ୍କ ଠାରୁ ସୂଚନା ପାଇଥିଲେ। ସୂଚନାର କିଛି ସମୟ ପରେ ତାଙ୍କ ଫୋନ୍‌ରେ ବିସ୍ଫୋରଣ ନିମନ୍ତେ ନିଜକୁ ଦାୟୀ କରି ଏକ ଧମକପୂର୍ଣ୍ଣ ହ୍ବାଟସ୍‌ଅପ୍‌ ବାର୍ତ୍ତା ଓ ମିସ୍‌ଡ୍‌କଲ୍‌ ପାଇଥିଲେ। ବାର୍ତ୍ତା ପଠାଇଥିବା ନମ୍ବରଟି ବିଦେଶୀ ନମ୍ବର ଅଟେ। ବର୍ତ୍ତାରେ ଉଲ୍ଲେଖ ଥିଲା, ଏହା ଏକ ନମୁନାମାତ୍ର । ଯଦି ୫ କୋଟି ଟଙ୍କା ନଦିଅନ୍ତି ତେବେ ତାଙ୍କ ଘରକୁ ବିସ୍ଫୋରଣରେ ଉଡ଼ାଇ ପରିବାରର ସମସ୍ତ ସଦସ୍ୟଙ୍କୁ ହତ୍ୟା କରାଯିବ। ପୁଲିସର ପ୍ରାଥମିକ ଅନୁସନ୍ଧାନରେ ବୋମାଟି ପେଟ୍ରୋଲ୍‌ ପମ୍ପକୁ ଲକ୍ଷ୍ୟ କରି ଫିଙ୍ଗାଯାଇଥିଲା। ଘଟଣାସ୍ଥଳରେ ଫରେନ୍‌ସିକ୍‌ ଟିମ୍‌ ବିଭିନ୍ନ ନମୁନା ସଂଗ୍ରହ କରିଛି। ପେଟ୍ରୋଲ୍‌ ପମ୍ପର ମାଲିକଙ୍କ ଅଭିଯୋଗକ୍ରମେ ବିଏନ୍‌ଏସ୍‌ର ଧାରା ୩୦୮(୪), ୩୫୧ରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି ବୋଲି ଏସ୍‌ଏସ୍‌ପି ଭାଗିରଥ ମୀନା ସୂଚନା ଦେଇଛନ୍ତି।