‘ସଂସଦଠାରୁ ଏୟାରପୋର୍ଟ ଯାଏ, ସବୁ କିଛି ୱାକଫ୍ ଭୂମି ଉପରେ ତିଆରି’, ମୁସଲିମ୍ ନେତାଙ୍କ ଦାବି

ନୂଆଦିଲ୍ଲୀ: ଅଲ୍ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (AIUDF) ମୁଖ୍ୟ ଏବଂ ପୂର୍ବତନ ସାଂସଦ ବଦରୁଦ୍ଦିନ ଅଜମଲ୍ ବୁଧବାର ଏକ ଚାଞ୍ଚଲ୍ୟକର ଦାବି କରି ବିବାଦ ସୃଷ୍ଟି କରିଛନ୍ତି । ରାଜଧାନୀ ଦିଲ୍ଲୀରେ ଥିବା ସଂସଦ ଭବନ ଏବଂ ଆଖପାଖ ଅଞ୍ଚଳର ବିଲ୍ଡିଂ ୱାକଫ୍ ବୋର୍ଡ ସମ୍ପତ୍ତିରେ ନିର୍ମାଣ ହୋଇଛି । ବୁଧବାର ସାମ୍ୱାଦିକଙ୍କୁ ପ୍ରତିକ୍ରିୟା ଦେଇ ଅଜମଲ୍ ଦାବି କରିଛନ୍ତି ଯେ ଜାତୀୟ ରାଜଧାନୀରେ ବସନ୍ତ ବିହାରରୁ ଏୟାରପୋର୍ଟ ଯାଏ ଅଞ୍ଚଳ ୱାକଫ୍ ବୋର୍ଡର ସମ୍ପତ୍ତି । ସେ ଦାବି କରିଛନ୍ତି ଯେ ସରକାର ୱାକଫ୍ ବୋର୍ଡର ସାଢେ ତିନି ଲକ୍ଷ ହେକ୍ଟର ହଡ଼ପ କରିବାକୁ ଚାହୁଁଛନ୍ତି । ପୂର୍ବତନ ସାଂସଦ ଅଜମଲ ୱାକଫ ବିଲ୍‌କୁ ବିରୋଧ କରି କହିଛନ୍ତି, 'ଏହାକୁ ନେଇ ସ୍ୱର ଉଠିବାରେ ଲାଗିଛି ଏବଂ ସାରା ଦୁନିଆରେ ୱାକଫ ସମ୍ପତ୍ତିର ସୂଚୀ ସାମନାକୁ ଆସୁଛି । ସଂସଦ ଭବନ, ଏହାର ଆଖପାଖ ଅଞ୍ଚଳ ଏବଂ ବସନ୍ତ ବିହାରରୁ ଆରମ୍ଭ କରି ଏୟାରପୋର୍ଟ ଯାଏ ପୂରା ଅଞ୍ଚଳ ୱାକଫର ସମ୍ପତ୍ତି ଉପରେ ନିର୍ମାଣ ହୋଇଛି । ଲୋକେ ଏହା ବି କୁହନ୍ତି ଯେ ଏୟାରପୋର୍ଟ ୱାକଫ ବୋର୍ଡ ସମ୍ପତ୍ତିରେ ନିର୍ମାଣ ହୋଇଛି ।'#WATCH | Guwahati, Assam: On JPC on Waqf Bill, AIUDF Chief Badruddin Ajmal says, "...There are voices and a list of Waqf properties across the world is out - the Parliament building, surrounding areas, areas

‘ସଂସଦଠାରୁ ଏୟାରପୋର୍ଟ ଯାଏ, ସବୁ କିଛି ୱାକଫ୍ ଭୂମି ଉପରେ ତିଆରି’, ମୁସଲିମ୍ ନେତାଙ୍କ ଦାବି

ନୂଆଦିଲ୍ଲୀ: ଅଲ୍ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (AIUDF) ମୁଖ୍ୟ ଏବଂ ପୂର୍ବତନ ସାଂସଦ ବଦରୁଦ୍ଦିନ ଅଜମଲ୍ ବୁଧବାର ଏକ ଚାଞ୍ଚଲ୍ୟକର ଦାବି କରି ବିବାଦ ସୃଷ୍ଟି କରିଛନ୍ତି । ରାଜଧାନୀ ଦିଲ୍ଲୀରେ ଥିବା ସଂସଦ ଭବନ ଏବଂ ଆଖପାଖ ଅଞ୍ଚଳର ବିଲ୍ଡିଂ ୱାକଫ୍ ବୋର୍ଡ ସମ୍ପତ୍ତିରେ ନିର୍ମାଣ ହୋଇଛି । ବୁଧବାର ସାମ୍ୱାଦିକଙ୍କୁ ପ୍ରତିକ୍ରିୟା ଦେଇ ଅଜମଲ୍ ଦାବି କରିଛନ୍ତି ଯେ ଜାତୀୟ ରାଜଧାନୀରେ ବସନ୍ତ ବିହାରରୁ ଏୟାରପୋର୍ଟ ଯାଏ ଅଞ୍ଚଳ ୱାକଫ୍ ବୋର୍ଡର ସମ୍ପତ୍ତି । ସେ ଦାବି କରିଛନ୍ତି ଯେ ସରକାର ୱାକଫ୍ ବୋର୍ଡର ସାଢେ ତିନି ଲକ୍ଷ ହେକ୍ଟର ହଡ଼ପ କରିବାକୁ ଚାହୁଁଛନ୍ତି । 

ପୂର୍ବତନ ସାଂସଦ ଅଜମଲ ୱାକଫ ବିଲ୍‌କୁ ବିରୋଧ କରି କହିଛନ୍ତି, 'ଏହାକୁ ନେଇ ସ୍ୱର ଉଠିବାରେ ଲାଗିଛି ଏବଂ ସାରା ଦୁନିଆରେ ୱାକଫ ସମ୍ପତ୍ତିର ସୂଚୀ ସାମନାକୁ ଆସୁଛି । ସଂସଦ ଭବନ, ଏହାର ଆଖପାଖ ଅଞ୍ଚଳ ଏବଂ ବସନ୍ତ ବିହାରରୁ ଆରମ୍ଭ କରି ଏୟାରପୋର୍ଟ ଯାଏ ପୂରା ଅଞ୍ଚଳ ୱାକଫର ସମ୍ପତ୍ତି ଉପରେ ନିର୍ମାଣ ହୋଇଛି । ଲୋକେ ଏହା ବି କୁହନ୍ତି ଯେ ଏୟାରପୋର୍ଟ ୱାକଫ ବୋର୍ଡ ସମ୍ପତ୍ତିରେ ନିର୍ମାଣ ହୋଇଛି ।'

ସେ ଆହୁରି କହିଛନ୍ତି, 'ବିନା ଅନୁମତିରେ ୱାକଫ ସମ୍ପତ୍ତିକୁ ବ୍ୟବହାର କରିବା ଭୁଲ । ୱାକଫ ବୋର୍ଡର ମୁଦ୍ଦାରେ ସେମାନେ (ମୋଦୀ ସରକାର) ଖୁବଶୀଘ୍ର ନିଜ ସରକାର ହରାଇ ବସିବେ ।' ଏହାରି ଭିତରେ ବିରୋଧୀ ସାଂସଦ ୱାକଫ (ସଂଶୋଧନ) ବିଧେୟକ ୨୦୨୪ ଉପରେ ସଂଯୁକ୍ତ ସଂସଦୀୟ ସମିତିର ବୈଠକରେ ସଂସଦୀୟ ଆଚାର ସଂହିତାର ଉଲ୍ଲଂଘନରେ ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖିଛନ୍ତି । ଏହି ଚିଠିରେ ବିରୋଧୀ ସାଂସଦମାନେ ଅକ୍ଟୋବର ୧୪ରେ ନୂଆଦିଲ୍ଲୀରେ ଆୟୋଜିତ ଜେପିସି ବୈଠକରେ ସମିତି ଅଧ୍ୟକ୍ଷ ଜଗଦମ୍ୱିକା ପାଲଙ୍କ ଦ୍ୱାରା ସଂସଦୀୟ ଆଚାର ସଂହିତା ଏବଂ ପ୍ରକ୍ରିୟା ନିୟମର ଉଲ୍ଲଂଘନ ଅଭିଯୋଗ ଆଣିଥିଲେ ।