କଙ୍ଗୋରେ ବ୍ୟାପୁଛି ରହସ୍ୟମୟ ରୋଗ, ୫୦ରୁ ଅଧିକ ମୃତ
କିଂଶାସା୨୮।୨: ଉତ୍ତର-ପଶ୍ଚିମ କଙ୍ଗୋରେ ବ୍ୟାପୁଥିବା ଏକ ଅଜ୍ଞାତ ରୋଗରେ ଏ ପର୍ଯ୍ୟନ୍ତ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଗ୍ରାଉଣ୍ଡରେ କାମ କରୁଥିବା ଡାକ୍ତର ଓ ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ଏହି ସୂଚନା ଦେଇଛନ୍ତି। ରିଜନାଲ ମନିଟରିଂ ସେଣ୍ଟର ବିକୋରୋ ହସ୍ପିଟାଲର ମେଡିକାଲ ଡାଇରେକ୍ଟର ସର୍ଜ ନାଗଲେ ବାତୋ ଅଧିକାଂଶ ମାମଲାରେ ଲକ୍ଷଣ ଦେଖାଯିବାର ୪୮ ଘଣ୍ଟା ମଧ୍ୟରେ ଆକ୍ରାନ୍ତଙ୍କ ମୃତ୍ୟୁ ହେଉଥିବା କହିଛନ୍ତି। ଡେମୋକ୍ରାଟିକ ରିପବ୍ଲିକ୍ ଅଫ କଙ୍ଗୋରେ ଏହି ନୂଆ ସଂକ୍ରମଣ ଜାନୁୟାରୀ ୨୧ ତାରିଖରୁ ବ୍ୟାପୁଛି। ଏ ପର୍ଯ୍ୟନ୍ତ ଏହିପରି ୪୧୯ଟି ମାମଲା ସାମ୍ନାକୁ ଆସିଥିବା ବେଳେ ଏଥିରେ ୫୩ ଜଣଙ୍କ ମୃତ୍ୟୁ ହେଲାଣି। ଡବ୍ଲୁଏଚଓ ଆଫ୍ରିକା କାର୍ଯ୍ୟାଳୟ ଅନୁସାରେ ଏହି ରୋଗର ପ୍ରଥମ ମାମଲା ବୋଲୋକୋ ଜନପଦରୁ ଆସିଥିଲା। ଗାଁର ୩ ଜଣ ପିଲା ବାଦୁଡି ମାଂସ ଖାଇଥିଲେ ଓ ୪୮ ଘଣ୍ଟା ମଧ୍ୟରେ ସେମାନଙ୍କଠାରେ ହେମରେଜିକ ଫିବରର ଲକ୍ଷଣ ଦେଖାଯାଇଥିଲା। ଆଫ୍ରିକାରେ ଜଙ୍ଗଲୀ ପଶୁଙ୍କ ମାଂସ ଖାଇବା ଏକ ସାଧାରଣ ଘଟଣା। ଏପରି ଖାଦ୍ୟ ମାନବ ଶରୀରରେ ସଂକ୍ରମଣର କାରଣ ହୋଇଥାଏ। ଡବ୍ଲୁଏଚଓ ୨୦୨୨ ମସିହାରେ ଗତ ଦଶନ୍ଧୀରେ ଏପରି ସଂକ୍ରମଣ ଯୋଗୁ ମୃତ୍ୟୁ ମାମଲା ୬୦ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଥିବା ସୂଚିତ କରିଥିଲେ। ଏବେ ବୋମାଣ୍ଟୋ ଜନପଦରେ ଏହି ରହସ୍ୟମୟ ବେମାରୀ କାୟା ବିସ୍ତାର କରିଛି। ୧୩ ଜଣ ସଂକ୍ରମିତ ରୋଗୀଙ୍କ ନମୁନା କଙ୍ଗୋ ରାଜଧାନ
କିଂଶାସା୨୮।୨: ଉତ୍ତର-ପଶ୍ଚିମ କଙ୍ଗୋରେ ବ୍ୟାପୁଥିବା ଏକ ଅଜ୍ଞାତ ରୋଗରେ ଏ ପର୍ଯ୍ୟନ୍ତ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଗ୍ରାଉଣ୍ଡରେ କାମ କରୁଥିବା ଡାକ୍ତର ଓ ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ଏହି ସୂଚନା ଦେଇଛନ୍ତି। ରିଜନାଲ ମନିଟରିଂ ସେଣ୍ଟର ବିକୋରୋ ହସ୍ପିଟାଲର ମେଡିକାଲ ଡାଇରେକ୍ଟର ସର୍ଜ ନାଗଲେ ବାତୋ ଅଧିକାଂଶ ମାମଲାରେ ଲକ୍ଷଣ ଦେଖାଯିବାର ୪୮ ଘଣ୍ଟା ମଧ୍ୟରେ ଆକ୍ରାନ୍ତଙ୍କ ମୃତ୍ୟୁ ହେଉଥିବା କହିଛନ୍ତି।
ଡେମୋକ୍ରାଟିକ ରିପବ୍ଲିକ୍ ଅଫ କଙ୍ଗୋରେ ଏହି ନୂଆ ସଂକ୍ରମଣ ଜାନୁୟାରୀ ୨୧ ତାରିଖରୁ ବ୍ୟାପୁଛି। ଏ ପର୍ଯ୍ୟନ୍ତ ଏହିପରି ୪୧୯ଟି ମାମଲା ସାମ୍ନାକୁ ଆସିଥିବା ବେଳେ ଏଥିରେ ୫୩ ଜଣଙ୍କ ମୃତ୍ୟୁ ହେଲାଣି। ଡବ୍ଲୁଏଚଓ ଆଫ୍ରିକା କାର୍ଯ୍ୟାଳୟ ଅନୁସାରେ ଏହି ରୋଗର ପ୍ରଥମ ମାମଲା ବୋଲୋକୋ ଜନପଦରୁ ଆସିଥିଲା। ଗାଁର ୩ ଜଣ ପିଲା ବାଦୁଡି ମାଂସ ଖାଇଥିଲେ ଓ ୪୮ ଘଣ୍ଟା ମଧ୍ୟରେ ସେମାନଙ୍କଠାରେ ହେମରେଜିକ ଫିବରର ଲକ୍ଷଣ ଦେଖାଯାଇଥିଲା।
ଆଫ୍ରିକାରେ ଜଙ୍ଗଲୀ ପଶୁଙ୍କ ମାଂସ ଖାଇବା ଏକ ସାଧାରଣ ଘଟଣା। ଏପରି ଖାଦ୍ୟ ମାନବ ଶରୀରରେ ସଂକ୍ରମଣର କାରଣ ହୋଇଥାଏ। ଡବ୍ଲୁଏଚଓ ୨୦୨୨ ମସିହାରେ ଗତ ଦଶନ୍ଧୀରେ ଏପରି ସଂକ୍ରମଣ ଯୋଗୁ ମୃତ୍ୟୁ ମାମଲା ୬୦ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଥିବା ସୂଚିତ କରିଥିଲେ। ଏବେ ବୋମାଣ୍ଟୋ ଜନପଦରେ ଏହି ରହସ୍ୟମୟ ବେମାରୀ କାୟା ବିସ୍ତାର କରିଛି। ୧୩ ଜଣ ସଂକ୍ରମିତ ରୋଗୀଙ୍କ ନମୁନା କଙ୍ଗୋ ରାଜଧାନୀ କିଂଶାସାସ୍ଥିତ ନ୍ୟାସନାଲ ଇଂଷ୍ଟିଟ୍ୟୁଟ ଫର ବାୟୋମେଡିକାଲ ରିସର୍ଚ୍ଚକୁ ପଠାଯାଇଛି।
ପରୀକ୍ଷଣରେ ଏହା ଇବୋଲା ଅଥବା ଅନ୍ୟ ସାଧାରଣ ହେମରେଜିକ ଫିଭର ଯେପରି ମାରବର୍ଗ ନୁହେଁ ବୋଲି ପୁଷ୍ଟି ହୋଇଛି। ତେବେ କିଛି ରୋଗୀଙ୍କ ନମୁନାରୁ ମ୍ୟାଲେରିଆ ପୁଷ୍ଟି ହୋଇଛି। ଗତବର୍ଷ ମଧ୍ୟ କଙ୍ଗୋର ଏକ ଅନ୍ୟ ଅଞ୍ଚଳରେ ଫ୍ଲୁ ଭଳି ରହସ୍ୟମୟ ରୋଗ ବ୍ୟାପିଥିଲା। ତେବେ ପରେ ଏହା ମ୍ୟାଲେରିଆ ବୋଲି ଜଣାପଡିଥିଲା। ଏହି ସଂକ୍ରମଣରେ ଅନୁନ୍ୟ ୧୩ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା।