ବିରାଟଙ୍କ ବଡ ପ୍ରଶଂସକ, ମାନନ୍ତି ଆଦର୍ଶ: ପ୍ରତିଭା ଚିହ୍ନିଲେ ଇରଫାନ, ଦେଲେ ଚାନ୍ସ
କାଶ୍ମୀର ୦୯/୧୦: ବୟସ ମାତ୍ର ୧୨ । ଖୁବ୍ କମ୍ ବୟସରୁ ସେ ଏବେ ପପୁଲାର । ଜାମ୍ମୁ କାଶ୍ମୀର କୁଲଗାମରେ ରୁହନ୍ତି ମୋମିନ । ତାଙ୍କ ଖେଳ ଏମିତି ଯେ କେହି ବି ଦେଖିବ ଘଡିଏ ଅନେଇବ । ଏମିତିକି ତାଙ୍କ ଷ୍ଟାଇଲର ଦିଓ୍ୱାନା ପୂର୍ବତନ କ୍ରିକେଟର । ତାଙ୍କ ପ୍ରତିଭାକୁ ଚିହ୍ନିଛନ୍ତି ଇରଫାନ ପଠାନ । ତାଙ୍କ ଏକାଡେମୀରେ ନେଉଛନ୍ତି ଟ୍ରେନିଂ । ହେଲେ ଜାଣିଛନ୍ତି ଏହି କୁନି ଷ୍ଟାର ବିରାଟଙ୍କ ବଡ ପ୍ରଶଂସକ । ପିଲାଟି ବେଳୁ କୋହଲିଙ୍କୁ ମାନନ୍ତି ତାଙ୍କର ଆଦର୍ଶ । ଦିନେ ତାଙ୍କ ଖେଳ ନଦେଖିଲେ ଆଖିକୁ ଆସେନି ନିଦ । କୁଲଗାମର ୟାରିପୋରାରୁ ଜନ୍ମ । ପିଲାଟି ବେଳୁ କ୍ରିକେଟ ପ୍ରତି ଥିଲା ଆଗ୍ରହ । କାରଣ ତାଙ୍କ ରକ୍ତରେ ଥିଲା କ୍ରିକେଟ ନିଶା ।ମୋମିନଙ୍କ ବାରା ଲିଆକତ ଅହମ୍ମଦ ଦାର ବି ଦିନେ ଥିଲେ କ୍ରିକେଟର । ହେଲେ ପଡ଼ିଆରେ ଖେଳିବା ବେଳେ ଆହତ ହେବାରୁ ୨୦୧୨ରେ ଛାଡିଥିଲେ କ୍ରିକେଟ । ହେଲେ ଛାଡିନଥିଲା ନିଶା । ମନରେ ପଣ କରିଥିଲେ ନିଜେ ସିନା କ୍ରିକେଟକୁ କ୍ୟାରିୟର କରିପାରିଲିନି କିନ୍ତୁ ପୁଅକୁ କରିବେ ଷ୍ଟାର । ସେ ଉଦ୍ଦେଶ୍ୟ ନେଇ ପୁଅ ପଛରେ ଦିନରାତି ଏକ୍କରି ଲାଗିଥିଲେ ମୋମିନଙ୍କ ବାପା । ସେବେଠୁ ବାପାଙ୍କ ଦିଗ୍ଦର୍ଶନରେ ଖେଳିଛନ୍ତି ସେ । ଜୟପୁରରେ ହୋଇଥିବା ମ୍ୟାଚ୍ରେ ୩ ଖେଳାଳିଙ୍କୁ ପଛରେ ପକାଇ ବାଜି ମାରିଥିଲେ ମୋମିନ । ଆଉ ନିଜ ଖେଳ ଜରିଆରେ ଜିତିଥିଲେ ଅତିଥି ତଥା ପୂର୍ବତନ କ୍ରିକେଟରଙ୍କ ହୃଦୟ । ସଂଗେ ସଂଗେ ପଠାନ ତାଙ୍କ
କାଶ୍ମୀର ୦୯/୧୦: ବୟସ ମାତ୍ର ୧୨ । ଖୁବ୍ କମ୍ ବୟସରୁ ସେ ଏବେ ପପୁଲାର । ଜାମ୍ମୁ କାଶ୍ମୀର କୁଲଗାମରେ ରୁହନ୍ତି ମୋମିନ । ତାଙ୍କ ଖେଳ ଏମିତି ଯେ କେହି ବି ଦେଖିବ ଘଡିଏ ଅନେଇବ । ଏମିତିକି ତାଙ୍କ ଷ୍ଟାଇଲର ଦିଓ୍ୱାନା ପୂର୍ବତନ କ୍ରିକେଟର । ତାଙ୍କ ପ୍ରତିଭାକୁ ଚିହ୍ନିଛନ୍ତି ଇରଫାନ ପଠାନ । ତାଙ୍କ ଏକାଡେମୀରେ ନେଉଛନ୍ତି ଟ୍ରେନିଂ । ହେଲେ ଜାଣିଛନ୍ତି ଏହି କୁନି ଷ୍ଟାର ବିରାଟଙ୍କ ବଡ ପ୍ରଶଂସକ । ପିଲାଟି ବେଳୁ କୋହଲିଙ୍କୁ ମାନନ୍ତି ତାଙ୍କର ଆଦର୍ଶ । ଦିନେ ତାଙ୍କ ଖେଳ ନଦେଖିଲେ ଆଖିକୁ ଆସେନି ନିଦ ।
କୁଲଗାମର ୟାରିପୋରାରୁ ଜନ୍ମ । ପିଲାଟି ବେଳୁ କ୍ରିକେଟ ପ୍ରତି ଥିଲା ଆଗ୍ରହ । କାରଣ ତାଙ୍କ ରକ୍ତରେ ଥିଲା କ୍ରିକେଟ ନିଶା ।ମୋମିନଙ୍କ ବାରା ଲିଆକତ ଅହମ୍ମଦ ଦାର ବି ଦିନେ ଥିଲେ କ୍ରିକେଟର । ହେଲେ ପଡ଼ିଆରେ ଖେଳିବା ବେଳେ ଆହତ ହେବାରୁ ୨୦୧୨ରେ ଛାଡିଥିଲେ କ୍ରିକେଟ । ହେଲେ ଛାଡିନଥିଲା ନିଶା । ମନରେ ପଣ କରିଥିଲେ ନିଜେ ସିନା କ୍ରିକେଟକୁ କ୍ୟାରିୟର କରିପାରିଲିନି କିନ୍ତୁ ପୁଅକୁ କରିବେ ଷ୍ଟାର । ସେ ଉଦ୍ଦେଶ୍ୟ ନେଇ ପୁଅ ପଛରେ ଦିନରାତି ଏକ୍କରି ଲାଗିଥିଲେ ମୋମିନଙ୍କ ବାପା । ସେବେଠୁ ବାପାଙ୍କ ଦିଗ୍ଦର୍ଶନରେ ଖେଳିଛନ୍ତି ସେ ।
ଜୟପୁରରେ ହୋଇଥିବା ମ୍ୟାଚ୍ରେ ୩ ଖେଳାଳିଙ୍କୁ ପଛରେ ପକାଇ ବାଜି ମାରିଥିଲେ ମୋମିନ । ଆଉ ନିଜ ଖେଳ ଜରିଆରେ ଜିତିଥିଲେ ଅତିଥି ତଥା ପୂର୍ବତନ କ୍ରିକେଟରଙ୍କ ହୃଦୟ । ସଂଗେ ସଂଗେ ପଠାନ ତାଙ୍କ ଏକାଡେମୀରେ ଟ୍ରେନିଂ ଦେବାକୁ ଅଫର କରିଥିଲେ । କ୍ରିକେଟ୍ ଏକାଡେମୀ ଅଫ୍ ପଠାନ୍ସ (CAP) ରେ ମାଗଣା ଆଡମିଶନ ପାଇଥିଲେ ମୋମିନ । ଇରଫାନ୍ ପଠାନଙ୍କ ଠାରୁ କ୍ରିକେଟ୍ କିଟ୍ ବି ପାଇଛନ୍ତି । ଚଳିତ ମାସ ଶେଷ ସୁଦ୍ଧା ଏହି ଏକାଡେମୀରେ ଯୋଗଦେବେ ବୋଲି କରାଯାଉଛି ଆଶା । ସେପଟେ ପଠାନଙ୍କ ଏହି କାମ ପାଇଁ ପରିବାର ଲୋକ ବି ଜଣାଇଛନ୍ତି କୃତଜ୍ଞତା ।
ଆତଙ୍କ ଗଡରେ ସେ ସାଜିବେ ଷ୍ଚାର । ଦିନେ ମୋଟିବାଗ୍ ଲୋକେ ଘରୁ ବାହାରକୁ ବାହିରିବାକୁ ଡରୁଥିଲେ । ଏବେ କିନ୍ତୁ ପ୍ରତିଟି ଗଳି କନ୍ଦିରେ ତାଙ୍କର ଚର୍ଚ୍ଚା । ଲୋକଙ୍କ ମୁହଁରେ ଗୋଟିଁ ନାଁ ଆମର ଗର୍ବ ମୋମିନ ଲିଆକତ । ଏମିତି ଖେଳି ଆଗକୁ ସେ ଦେଶପାଇଁ ଖେଳିବେ ବୋଲି ରଖିଛନ୍ତି ଆଶା । କେବଳ ମୋମିନ ନୁହେଁ ସାରା ଗ୍ରାମବାସୀ ଅପେକ୍ଷାରେ ।