କେଉଁଠି ରହିବେ ପ୍ରଥମ ଥର ସାଂସଦ ନିର୍ବାଚିତ ନେତା? ରହଣୀ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି ଲୋକସଭା ସଚିବାଳୟ
ନୂଆଦିଲ୍ଲୀ ୩୧।୫: ଲୋକସଭା ସଚିବାଳୟ ଶୁକ୍ରବାର କହିଛନ୍ତି ଯେ ଅଷ୍ଟାଦଶ (୧୮) ଲୋକସଭା ସଦସ୍ୟଙ୍କୁ ସ୍ୱାଗତ ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଓ ସେମାନଙ୍କ ନିର୍ବାଧ ପଞ୍ଜିକରଣ ନିଶ୍ଚିତ କରିବା ପାଇଁ ଅନେକ ଉପାୟ କରାଯାଇଛି। ଲୋକସଭା ହାଉସ୍ କମିଟି ଦ୍ୱାରା ସାଂସଦମାନଙ୍କୁ ନିୟମିତ ଗୃହ ଉପଲବ୍ଧ କରାଯିବା ପର୍ଯ୍ୟନ୍ତ ଯେଉଁ ନିର୍ବାଚିତ ସାଂସଦଙ୍କର ପୂର୍ବରୁ ସରକାରୀ କ୍ୱାର୍ଟର ନାହିଁ ସେମାନଙ୍କୁ ୱେଷ୍ଟର୍ଣ୍ଣ କୋର୍ଟ ଆନେକ୍ସ ଅଥବା ରାଜ୍ୟ ଅତିଥି ଭବନମାନଙ୍କରେ ଟ୍ରାଞ୍ଜିଟ୍ ଆବାସ ଉପଲବ୍ଧ କରାଯିବ। ରିପୋର୍ଟ ଅନୁସାରେ ଏକ ଟିମ୍ କୁ ୪ ଜୁନ ଭୋଟ ଗଣନା ଦିନ ନିର୍ବାଚନ ଆୟୋଗଙ୍କ ୱେବ୍ ସାଇଟ୍ ଉପରେ କଡା ନଜର ରଖିବାକୁ ଓ ପାଖାପାଖି ବାସ୍ତବିକ ସମୟରେ ସଫଳ ପ୍ରାର୍ଥୀଙ୍କ ସମ୍ପର୍କିତ ବିବରଣୀ ରେକର୍ଡ କରିବାକୁ କାମ ଦିଆଯାଇଛି। ଏହି ଟିମ୍ ଏକ ସଫ୍ଟୱେର ଆପ୍ଲିକେସନକୁ ଉପଯୋଗ କରି ଏହା ଯାଞ୍ଚ କରିବାକୁ ସକ୍ଷମ ହେବ ଯେ ସଫଳ ପ୍ରାର୍ଥୀ ପ୍ରଥମଥର ସାଂସଦ ନା ପୂର୍ବରୁ ସାଂସଦ ଥିଲେ। ସଫ୍ଟୱେର ଆପ୍ଲିକେସନ ମାଧ୍ୟମରେ ଏହି ସୂଚନା ସମ୍ପର୍କ ଅଧିକାରୀଙ୍କ ସହ ସେୟାର କରାଯିବ ଓ ଯାହା ଦ୍ୱାରା ସେମାନଙ୍କ ଗସ୍ତ କାର୍ଯ୍ୟକ୍ରମର ଆଗୁଆ ଡାଟା ଏଣ୍ଟ୍ରି ହୋଇପାରିବ। କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା ଚିକିତ୍ସକ ନର୍ଥ ଏଭେନ୍ୟୁ, ସାଉଥ ଏଭେନ୍ୟୁ ଓ ୱେଷ୍ଟର୍ଣ୍ଣ କୋର୍ଟ ଆନେକ୍ସି ନିକଟରେ ୨୪ ଘଣ୍ଟା କାମ କରିବେ। ଯାହା ଦ୍ୱାରା ନବ ନି
ନୂଆଦିଲ୍ଲୀ ୩୧।୫: ଲୋକସଭା ସଚିବାଳୟ ଶୁକ୍ରବାର କହିଛନ୍ତି ଯେ ଅଷ୍ଟାଦଶ (୧୮) ଲୋକସଭା ସଦସ୍ୟଙ୍କୁ ସ୍ୱାଗତ ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଓ ସେମାନଙ୍କ ନିର୍ବାଧ ପଞ୍ଜିକରଣ ନିଶ୍ଚିତ କରିବା ପାଇଁ ଅନେକ ଉପାୟ କରାଯାଇଛି। ଲୋକସଭା ହାଉସ୍ କମିଟି ଦ୍ୱାରା ସାଂସଦମାନଙ୍କୁ ନିୟମିତ ଗୃହ ଉପଲବ୍ଧ କରାଯିବା ପର୍ଯ୍ୟନ୍ତ ଯେଉଁ ନିର୍ବାଚିତ ସାଂସଦଙ୍କର ପୂର୍ବରୁ ସରକାରୀ କ୍ୱାର୍ଟର ନାହିଁ ସେମାନଙ୍କୁ ୱେଷ୍ଟର୍ଣ୍ଣ କୋର୍ଟ ଆନେକ୍ସ ଅଥବା ରାଜ୍ୟ ଅତିଥି ଭବନମାନଙ୍କରେ ଟ୍ରାଞ୍ଜିଟ୍ ଆବାସ ଉପଲବ୍ଧ କରାଯିବ।
ରିପୋର୍ଟ ଅନୁସାରେ ଏକ ଟିମ୍ କୁ ୪ ଜୁନ ଭୋଟ ଗଣନା ଦିନ ନିର୍ବାଚନ ଆୟୋଗଙ୍କ ୱେବ୍ ସାଇଟ୍ ଉପରେ କଡା ନଜର ରଖିବାକୁ ଓ ପାଖାପାଖି ବାସ୍ତବିକ ସମୟରେ ସଫଳ ପ୍ରାର୍ଥୀଙ୍କ ସମ୍ପର୍କିତ ବିବରଣୀ ରେକର୍ଡ କରିବାକୁ କାମ ଦିଆଯାଇଛି। ଏହି ଟିମ୍ ଏକ ସଫ୍ଟୱେର ଆପ୍ଲିକେସନକୁ ଉପଯୋଗ କରି ଏହା ଯାଞ୍ଚ କରିବାକୁ ସକ୍ଷମ ହେବ ଯେ ସଫଳ ପ୍ରାର୍ଥୀ ପ୍ରଥମଥର ସାଂସଦ ନା ପୂର୍ବରୁ ସାଂସଦ ଥିଲେ। ସଫ୍ଟୱେର ଆପ୍ଲିକେସନ ମାଧ୍ୟମରେ ଏହି ସୂଚନା ସମ୍ପର୍କ ଅଧିକାରୀଙ୍କ ସହ ସେୟାର କରାଯିବ ଓ ଯାହା ଦ୍ୱାରା ସେମାନଙ୍କ ଗସ୍ତ କାର୍ଯ୍ୟକ୍ରମର ଆଗୁଆ ଡାଟା ଏଣ୍ଟ୍ରି ହୋଇପାରିବ।
କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା ଚିକିତ୍ସକ ନର୍ଥ ଏଭେନ୍ୟୁ, ସାଉଥ ଏଭେନ୍ୟୁ ଓ ୱେଷ୍ଟର୍ଣ୍ଣ କୋର୍ଟ ଆନେକ୍ସି ନିକଟରେ ୨୪ ଘଣ୍ଟା କାମ କରିବେ। ଯାହା ଦ୍ୱାରା ନବ ନିର୍ବାଚିତ ସଂସଦ ସଦସ୍ୟଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇପାରିବ। ସଦସ୍ୟଙ୍କ ନିମନ୍ତେ ୨୪ ଘଣ୍ଟା ଆମ୍ବୁଲାନ୍ସ ସେବା ମଧ୍ୟ ଉପଲବ୍ଧ ରହିବ। ଏହା ଛଡା ସ୍ୱାସ୍ଥ୍ୟ ସମ୍ପର୍କିତ ଜରୁରିକାଳୀନ ସ୍ଥିତିର ମୁକାବିଲା ନିମନ୍ତେ ଆଖପାଖର ହସ୍ପିଟାଲମାନଙ୍କୁ ମଧ୍ୟ ସମ୍ବେଦନଶୀଳ କରାଯାଇଛି।
ସମ୍ପର୍କ ଅଧିକାରୀମାନଙ୍କୁ ସାଂସଦ, ବିଶେଷ କରି ନବନିର୍ବାଚିତ ସାଂସଦଙ୍କ ପର୍ଯ୍ୟନ୍ତ ପହଞ୍ଚିବା ଲାଗି ବ୍ରିଫ କରାଯାଇଛି, ଯାହାଦ୍ୱାରା ଡକ୍ୟୁମେଣ୍ଟର ଏକ ସ୍ପେଶାଲ ସେଟ୍ ସାଙ୍ଗରେ ରଖିବା ପାଇଁ ସମ୍ବେଦନଶୀଳ କରାଯାଇ ପାରିବ। ଏଥର ସଂସଦ ସଚିବାଳୟ ନବନିର୍ବାଚିତ ସାଂସଦଙ୍କ ପଞ୍ଜିକରଣ ବ୍ୟବସ୍ଥା ସଂସଦଭବନ ଏନେକ୍ସରେ କରିଛି। ଗତ ଥର ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ପୁରୁଣା ସଂସଦ ଭବନରେ କରାଯାଇଥିଲା।