ଅପରେସନ ‘ସିନ୍ଦୂର’ ପରେ ଭାରତ ବଢାଇଲା ପ୍ରତିରକ୍ଷା ବଜେଟ୍, ଜାଣନ୍ତୁ କେତେ?

ନୂଆଦିଲ୍ଲୀ ୧୫।୫: ଭାରତ ଏବେ ଅସ୍ତ୍ର ବ୍ୟବସାୟରେ ପଦାର୍ପଣ କରିଛି। ଅନେକ ଦେଶଙ୍କୁ ଆତ୍ମନିର୍ଭର ଭାରତ ଦ୍ୱାରା ଉତ୍ପାଦିତ ଅସ୍ତ୍ର ଯୋଗାଣ ମଧ୍ୟ କରୁଛି। ଭାରତୀୟ ପ୍ରତିରକ୍ଷା କ୍ଷେତ୍ର ରୋଜ ନୂଆନୂଆ ଡ୍ରୋନ ଓ ମିସାଇଲ ସିଷ୍ଟମ ବିକଶିତ କରି ନିଜର ପ୍ରତିରକ୍ଷାକୁ ମଧ୍ୟ ମଜଭୁତ କରୁଛି। ଏହି କାରଣରୁ ଏବେ ରକ୍ଷା ମନ୍ତ୍ରାଳୟ ଦେଶର ପ୍ରତିରକ୍ଷା ବଜେଟକୁ ବଢାଇବା ପାଇଁ ନିଷ୍ପତ୍ତି ନେଇଛି। ସେହି ଅନୁସାରେ ପୂର୍ବରୁ ଯେଉଁ ବଜେଟ ଦିଆଯାଇଥିଲା ତାକୁ ଆହୁରି ବଢାଇ ଦିଆଯାଇଛି। ନିଷ୍ପତ୍ତି ଅନୁସାରେ ୨୦୨୯ ମସିହା ସୁଦ୍ଧା ଭାରତର ପ୍ରତିରକ୍ଷା ବଜେଟକୁ ୩ଲକ୍ଷ କୋଟି ଟଙ୍କାକୁ ପହଞ୍ଚାଇବା ସହିତ ଅଧିକ ଘାତକ ଅସ୍ତ୍ର ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଏହି ଟାର୍ଗେଟ୍ ଭବିଷ୍ୟତର ଯୁଦ୍ଧ ବ୍ୟବସ୍ଥାକୁ ଦେଖି ଧାର୍ଯ୍ୟ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଭାରତକୁ ବିଶ୍ୱର ସର୍ବ ବୃହତ୍ତ ଅସ୍ତ୍ରଶସ୍ତ୍ର ଆମଦାନୀକାରୀ ରାଷ୍ଟ୍ର ଭାବେ ଜଣାଯାଉଥିଲା। ହେଲେ ଏବେ ଭାରତ ବିଶ୍ୱର ୨୫ ଅସ୍ତ୍ରଶସ୍ତ୍ର ରପ୍ତାନୀକାରୀ ଦେଶଙ୍କ ସୂଚୀରେ ସାମିଲ ହୋଇଯାଇଛି। ୭-୮ବର୍ଷ ପୂର୍ବରୁ ଭାରତର ପ୍ରତିରକ୍ଷା ରପ୍ତାନୀ ୧ କୋଟି ଟଙ୍କାରୁ ବି କମ ଥିଲା। ଏବେ ଏହା ୧୬ ହଜାର କୋଟି ଟଙ୍କାକୁ ପହଞ୍ଚି ଯାଇଛି। ଏବେ ଭାରତର ପରାକ୍ରମକୁ କେବଳ ପାକିସ୍ତାନ ନୁହେଁ ବିଶ୍ୱର ଅନ୍ୟ ଦେଶ ମଧ୍ୟ ଦେଖୁଛନ୍ତି। ତେବେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ପାକିସ୍ତାନର ପ୍ରତିରକ୍ଷ

ଅପରେସନ ‘ସିନ୍ଦୂର’ ପରେ ଭାରତ ବଢାଇଲା ପ୍ରତିରକ୍ଷା ବଜେଟ୍, ଜାଣନ୍ତୁ କେତେ?

ନୂଆଦିଲ୍ଲୀ ୧୫।୫: ଭାରତ ଏବେ ଅସ୍ତ୍ର ବ୍ୟବସାୟରେ ପଦାର୍ପଣ କରିଛି। ଅନେକ ଦେଶଙ୍କୁ ଆତ୍ମନିର୍ଭର ଭାରତ ଦ୍ୱାରା ଉତ୍ପାଦିତ ଅସ୍ତ୍ର ଯୋଗାଣ ମଧ୍ୟ କରୁଛି। ଭାରତୀୟ ପ୍ରତିରକ୍ଷା କ୍ଷେତ୍ର ରୋଜ ନୂଆନୂଆ ଡ୍ରୋନ ଓ ମିସାଇଲ ସିଷ୍ଟମ ବିକଶିତ କରି ନିଜର ପ୍ରତିରକ୍ଷାକୁ ମଧ୍ୟ ମଜଭୁତ କରୁଛି। ଏହି କାରଣରୁ ଏବେ ରକ୍ଷା ମନ୍ତ୍ରାଳୟ ଦେଶର ପ୍ରତିରକ୍ଷା ବଜେଟକୁ ବଢାଇବା ପାଇଁ ନିଷ୍ପତ୍ତି ନେଇଛି। ସେହି ଅନୁସାରେ ପୂର୍ବରୁ ଯେଉଁ ବଜେଟ ଦିଆଯାଇଥିଲା ତାକୁ ଆହୁରି ବଢାଇ ଦିଆଯାଇଛି। 

ନିଷ୍ପତ୍ତି ଅନୁସାରେ ୨୦୨୯ ମସିହା ସୁଦ୍ଧା ଭାରତର ପ୍ରତିରକ୍ଷା ବଜେଟକୁ ୩ଲକ୍ଷ କୋଟି ଟଙ୍କାକୁ ପହଞ୍ଚାଇବା ସହିତ ଅଧିକ ଘାତକ ଅସ୍ତ୍ର ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଏହି ଟାର୍ଗେଟ୍ ଭବିଷ୍ୟତର ଯୁଦ୍ଧ ବ୍ୟବସ୍ଥାକୁ ଦେଖି ଧାର୍ଯ୍ୟ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଭାରତକୁ ବିଶ୍ୱର ସର୍ବ ବୃହତ୍ତ ଅସ୍ତ୍ରଶସ୍ତ୍ର ଆମଦାନୀକାରୀ ରାଷ୍ଟ୍ର ଭାବେ ଜଣାଯାଉଥିଲା। ହେଲେ ଏବେ ଭାରତ ବିଶ୍ୱର ୨୫ ଅସ୍ତ୍ରଶସ୍ତ୍ର ରପ୍ତାନୀକାରୀ ଦେଶଙ୍କ ସୂଚୀରେ ସାମିଲ ହୋଇଯାଇଛି। 

୭-୮ବର୍ଷ ପୂର୍ବରୁ ଭାରତର ପ୍ରତିରକ୍ଷା ରପ୍ତାନୀ ୧ କୋଟି ଟଙ୍କାରୁ ବି କମ ଥିଲା। ଏବେ ଏହା ୧୬ ହଜାର କୋଟି ଟଙ୍କାକୁ ପହଞ୍ଚି ଯାଇଛି। ଏବେ ଭାରତର ପରାକ୍ରମକୁ କେବଳ ପାକିସ୍ତାନ ନୁହେଁ ବିଶ୍ୱର ଅନ୍ୟ ଦେଶ ମଧ୍ୟ ଦେଖୁଛନ୍ତି। ତେବେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ପାକିସ୍ତାନର ପ୍ରତିରକ୍ଷା ବଜେଟ ଭାରତର ରକ୍ଷା ବଜେଟ ତୁଳନାରେ କିଛି ବି ନୁହେଁ। ଭାରତର ବାର୍ଷିକ ପ୍ରତିରକ୍ଷା ବଜେଟ୍ ପାକିସ୍ତାନ ବଜେଟର ୩ ଗୁଣାରୁ ବି ଅଧିକ। ଗତ ୪ ବର୍ଷର ତଥ୍ୟ ଉପରେ ନଜର ପକାଇଲେ ଭାରତର ପ୍ରତିରକ୍ଷା ବଜେଟରେ ୩୦%ରୁ ଅଧିକ ବୃଦ୍ଧି ହୋଇଛି। 

ସୂଚନା ଅନୁସାରେ ଭାରତର ପ୍ରତିରକ୍ଷା ବଜେଟରେ ୪.୬୫% ବୃଦ୍ଧି କରାଯାଇଛି। ଏଥିରେ ସେନା ଲାଗି ସାଜ ସରଞ୍ଜାମ କ୍ରୟ ମଧ୍ୟ ରହିଛି। ଏହା ଛଡା ସେନାର ବେତନ ନିମନ୍ତେ ୯.୨୯% ରକ୍ଷା ବଜେଟ୍ ରହିଛି। ସେହିପରି ବଜେଟରେ ପ୍ରତିରକ୍ଷା ଗବେଷଣା ଲାଗି ଡିଆରଡିଓ ନିମନ୍ତେ ୨୬,୮୧୬ କୋଟି ଟଙ୍କା ବ୍ୟୟ ହେଉଛି। ସେନା ସୂତ୍ର ଅନୁସାରେ ପହଲଗାମ ଆତଙ୍କବାଦୀ କାଣ୍ଡ ପରେ ପାକିସ୍ତାନର ଆତଙ୍କବାଦୀ ଆଡ୍ଡା ଉପରେ ଭାରତର କାର୍ଯ୍ୟାନୁଷ୍ଠାନକୁ ନଜରରେ ରଖି ନିଜର ପ୍ରତିରକ୍ଷା ବଜେଟକୁ ବଢେଇବାକୁ ଯାଉଛି।