ଟଳିଗଲା ବଡ଼ ଅଘଟଣ: ବନ୍ୟାଞ୍ଚଳରେ ଜରୁରୀ ଅବତରଣ କଳା ବାୟୁସେନା ହେଲିକପ୍ଟର
ବିହାର ବନ୍ୟାଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ବାୟୁସେନାର ଆଡଭାନ୍ସ ଲାଇଟ ହେଲିକପ୍ଟର ଜରୁରୀ କାଳୀନ ଅବତରଣ କରିଛି।
ବନ୍ୟାଞ୍ଚଳରେ ବାୟୁସେନା ହେଲିକପ୍ଟରର ଜରୁରୀ ଅବତରଣ। ବିହାର ବନ୍ୟାଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ବାୟୁସେନାର ଆଡଭାନ୍ସ ଲାଇଟ ହେଲିକପ୍ଟର ଜରୁରୀ କାଳୀନ ଅବତରଣ କରିଛି। ବିହାରର ମୁଜାଫରପୁର ନୟାଗାଓଁରେ ବନ୍ୟାଞ୍ଚଳରେ ହିଁ ହେଲିକପ୍ଟରଟି ଜରୁରୀ ଅବତରଣ କରିଛି।
ବିହାର ଦରଭଙ୍ଗା ହେଲିପ୍ୟାଡରୁ ରିଲିଫ ସାମଗ୍ରୀ ନେଇ ହେଲିକପ୍ଟରଟି ଯାଉଥିଲା । ତେବେ ବିହାର ମୁଜଫରପୁର ନୟାଗାଓଁ ନିକଟରେ ହେଲିକପ୍ଟରରେ ଇଞ୍ଜିନରେ ଯାନ୍ତ୍ରିକ ତୃଟି ଦେଖି ଦେଇଥିଲା। ସଙ୍ଗେ ସଙ୍ଗେ ପାଇଲଟ୍ ସୁରକ୍ଷିତ ଭାବେ ହେଲିକପ୍ଟରଟିକୁ ବନ୍ୟାଞ୍ଚଳରେ ଅବତରଣ କରିଥିଲେ।
ଭାଙ୍ଗିଗଲା ହେଲିକପ୍ଟର ବ୍ଲେଡ୍ । ବନ୍ୟାଞ୍ଚଳରେ ରିଲିଫ୍ ବାଣ୍ଟିବାକୁ ଯାଇଥିବା ବାୟୁସେନା ହେଲିକପ୍ଟର ବନ୍ୟା ପାଣିରେ ହିଁ କଲା ଇମର୍ଜିନ୍ସି ଲାଣ୍ଡିଂ#EmergencyLanding #IAF #Helicoptopr pic.twitter.com/cMpsbDBsw5 — ଓଟିଭି (@otvkhabar) October 2, 2024
ହେଲିକପ୍ଟରରେ ଥିବା ମୁଖ୍ୟ ପାଇଲଟଙ୍କ ସମେତ ଅନ୍ୟ ଦୁଇ ପାଇଲଟ୍ ସୁରକ୍ଷିତ ଥିବା ବାୟୁସେନା ପକ୍ଷରୁ ସୂଚନା ମିଳିଛି। ହେଲିକପ୍ଟରର କିଛି ଅଂଶ ବନ୍ୟା ପାଣିରେ ବୁଡି ରହିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ବିହାରର ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ସଚିବ ପ୍ରତ୍ୟାୟା ଅମୃତ କହିଛନ୍ତି ଯେ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏକ ବଡ଼ ଅଘଟଣ ଟଳିଗଲା। ହେଲିକପ୍ଟରଟିକୁ ଉକ୍ତ ଜଳାର୍ଣ୍ଣବ ସ୍ଥାନରେ ଅବତରଣ କରାଇବା ପୂର୍ବରୁ ଆଖପାଖରେ କେହି ଲୋକ ନଥିବା ନେଇ ପ୍ରଥମେ ସୁନିଶ୍ଚିତ ହୋଇଥିଲେ।