ଲଭ୍-ଜିହାଦକୁ ନେଇ ଡିସିପି ଦେଲେ ବଡ଼ ସୂଚନା: କହିଲେ ଦରକାର ହେଲେ…
ଭୁବନେଶ୍ୱର,୯ା୧୧: ଲଭ୍-ଜିହାଦ ଅଭିଯୋଗ ଘଟଣାରେ ଡିସିପି ପିନାକ ମିଶ୍ର ଶନିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଅଭିଯୁକ୍ତ ମହମ୍ମଦ ସମୀର ମନସୁରଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ମନସୁର ବିହାର ଇଷ୍ଟ ଚମ୍ପାରନ ଅଞ୍ଚଳର ହୋଇଥିବାବେଳେ ସେ କଶ୍ମୀରରେ ଇଲେକ୍ଟ୍ରି ମେକାନିକ୍ ଭାବେ କାମ କରୁଥିଲେ। ଓଡ଼ିଶାର ଜଗତସିଂହପୁର ଜିଲା ରାହାମା ଅଞ୍ଚଳର ଜଣେ ଯୁବକୀଙ୍କ ସହ ଅନଲାଇନ୍ ଗେମ୍ରୁ ତାଙ୍କର ପରିଚୟ ହୋଇଥିଲା। ପରେ ସେମାନେ ପ୍ରେମ ସମ୍ପର୍କରେ ଆସିଥିଲେ। ମନସୁର ତାଙ୍କର […] The post ଲଭ୍-ଜିହାଦକୁ ନେଇ ଡିସିପି ଦେଲେ ବଡ଼ ସୂଚନା: କହିଲେ ଦରକାର ହେଲେ… appeared first on Dharitri Odia News.
ଭୁବନେଶ୍ୱର,୯ା୧୧: ଲଭ୍-ଜିହାଦ ଅଭିଯୋଗ ଘଟଣାରେ ଡିସିପି ପିନାକ ମିଶ୍ର ଶନିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଅଭିଯୁକ୍ତ ମହମ୍ମଦ ସମୀର ମନସୁରଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ମନସୁର ବିହାର ଇଷ୍ଟ ଚମ୍ପାରନ ଅଞ୍ଚଳର ହୋଇଥିବାବେଳେ ସେ କଶ୍ମୀରରେ ଇଲେକ୍ଟ୍ରି ମେକାନିକ୍ ଭାବେ କାମ କରୁଥିଲେ।
ଓଡ଼ିଶାର ଜଗତସିଂହପୁର ଜିଲା ରାହାମା ଅଞ୍ଚଳର ଜଣେ ଯୁବକୀଙ୍କ ସହ ଅନଲାଇନ୍ ଗେମ୍ରୁ ତାଙ୍କର ପରିଚୟ ହୋଇଥିଲା। ପରେ ସେମାନେ ପ୍ରେମ ସମ୍ପର୍କରେ ଆସିଥିଲେ। ମନସୁର ତାଙ୍କର ପ୍ରକୃତ ପରିଚୟ ଆରମ୍ଭରୁ ଲୁଚାଇ ରଖିଥିଲେ। ପରିଚୟ ଜାଣିବା ପରେ ଯୁବତୀ ଜଣଙ୍କ ଦୂରେଇବାକୁ ଚେଷ୍ଟା କରିଥିଲେ। ଏହା ପରେ ମନସୁର ଯୁବତୀଙ୍କ ଆପତ୍ତିଜନକ ଫଟୋ ପଠାଇ ବ୍ଲାକମେଲ କରିଥିଲେ।
ମନସୁର ଓଡ଼ିଶା ଆସିଥିଲାବେଳେ ଏତଲା ଅନୁସାରେ ଗିରଫ କରାଯାଇଥିବା ଡିସିପି କହିଛନ୍ତି। ସେ କହିଛନ୍ତି, ଦରକାର ପଡ଼ିଲେ ମନସୁରଙ୍କୁ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରିବୁ। ଏହି ଘଟଣାରେ ସବୁଠୁ ବଡ଼ ପ୍ରମାଣ ହେଲା ଇଲେକ୍ଟ୍ରୋନିକ ଡିଭାଇସ୍। ଆମେ ଦୁଇଟି ମୋବାଇଲକୁ ଜବତ କରି ତଦନ୍ତ କରିଛୁ। ଏହି ଘଟଣାରେ ଅନ୍ୟ କାହାର ଲିଙ୍କ୍ ଅଛି କି ନାହିଁ ତାହା ପରେ ଜଣାପଡ଼ିବ ବୋଲି ଡିସିପି ମିଶ୍ର କହିଛନ୍ତି।
The post ଲଭ୍-ଜିହାଦକୁ ନେଇ ଡିସିପି ଦେଲେ ବଡ଼ ସୂଚନା: କହିଲେ ଦରକାର ହେଲେ… appeared first on Dharitri Odia News.