ଐଶ୍ୱର୍ଯ୍ୟା-ଅଭିଷେକଙ୍କ ଛାଡପତ୍ର ଚର୍ଚ୍ଚା ମଧ୍ୟରେ ଆସିଲା ବଡ଼ ଖବର: ସମ୍ପର୍କରେ…
ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କ ଗ୍ରାଣ୍ଡ ୱେଡିଂରେ ଦେଶ ବିଦେଶର ବହୁ କଳାକାର ଓ ସେଲିବ୍ରିଟି ଯୋଗ ଦେଇଥିଲେ। ମୁମ୍ବାଇର ଜିଓ ୱାଲର୍ଡ କନ୍ଭେନ୍ସନ୍ ସେଣ୍ଟରରେ ଆୟୋଜିତ ଏହି ବିବାହ ଉତ୍ସବରେ ବଚ୍ଚନ ପରିବାର ସମେତ ବଲିଉଡ୍ର ବହୁ ତାରକା ସାମିଲ ହୋଇଥିଲେ। ତେବେ ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ତାଙ୍କ ସ୍ବାମୀ ତଥା ଅଭିନେତା ଅଭିଷେକ ବଚ୍ଚନ ଅଲଗା ଅଲଗା ହୋଇ ଏହି ବିବାହ ଉତ୍ସବକୁ ପହଞ୍ଚିଥିଲେ। ଐଶ୍ୱର୍ଯ୍ୟା ନିଜ ଝିଅ […] The post ଐଶ୍ୱର୍ଯ୍ୟା-ଅଭିଷେକଙ୍କ ଛାଡପତ୍ର ଚର୍ଚ୍ଚା ମଧ୍ୟରେ ଆସିଲା ବଡ଼ ଖବର: ସମ୍ପର୍କରେ… appeared first on Dharitri Odia News.
ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କ ଗ୍ରାଣ୍ଡ ୱେଡିଂରେ ଦେଶ ବିଦେଶର ବହୁ କଳାକାର ଓ ସେଲିବ୍ରିଟି ଯୋଗ ଦେଇଥିଲେ। ମୁମ୍ବାଇର ଜିଓ ୱାଲର୍ଡ କନ୍ଭେନ୍ସନ୍ ସେଣ୍ଟରରେ ଆୟୋଜିତ ଏହି ବିବାହ ଉତ୍ସବରେ ବଚ୍ଚନ ପରିବାର ସମେତ ବଲିଉଡ୍ର ବହୁ ତାରକା ସାମିଲ ହୋଇଥିଲେ। ତେବେ ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ତାଙ୍କ ସ୍ବାମୀ ତଥା ଅଭିନେତା ଅଭିଷେକ ବଚ୍ଚନ ଅଲଗା ଅଲଗା ହୋଇ ଏହି ବିବାହ ଉତ୍ସବକୁ ପହଞ୍ଚିଥିଲେ। ଐଶ୍ୱର୍ଯ୍ୟା ନିଜ ଝିଅ ଆରାଧ୍ୟାଙ୍କ ସହ ୱେଡିଂ ଭେନ୍ୟୁକୁ ଆସିଥିବା ବେଳେ ଅଭିଷେକ ତାଙ୍କ ବାପା ତଥା ଭେଟେରାନ ଅଭିନେତା ଅମିତାଭ ବଚ୍ଚନ, ମା’ ଜୟା ବଚ୍ଚନ ଓ ଭଉଣୀ ଶ୍ୱେତା ବଚ୍ଚନଙ୍କ ସହ ବିବାହ ସ୍ଥଳକୁ ଆସିଥିଲେ। ସେହିପରି ଶନିବାର ଅନନ୍ତ ଓ ରାଧିକାଙ୍କ ଶୁଭ ଆଶୀର୍ବାଦ ଉତ୍ସବରେ ମଧ୍ୟ ଉଭୟ ଐଶ୍ୱର୍ଯ୍ୟା ଓ ଅଭିଷେକ ଅଲଗା ଅଲଗା ହୋଇ ପହଞ୍ଚିଥିଲେ। ତେଣୁ ଏହି ଷ୍ଟାର ଦମ୍ପତିଙ୍କ ମଧ୍ୟରେ ସବୁ କିଛି ଠିକ୍ ଚାଲି ନ ଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଥିଲା।

ତେବେ ଏହାରି ମଧରେ ଉକ୍ତ ବିବାହ ଉତ୍ସବର ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ଝିଅ ଆରାଧ୍ୟା ଓ ଅଭିନେତା ହ୍ରିତିକ ରୋଶନଙ୍କ ସହ ଅଭିଷେକ ଏକାଠି ବସିଥିବା ନଜର ଆସୁଛନ୍ତି। ସେହିପରି ଅଭିଷେକଙ୍କ ଠିକ୍ ସମ୍ମୁଖରେ ଐଶ୍ୱର୍ଯ୍ୟା ଠିଆ ହୋଇଛନ୍ତି। ସମସ୍ତେ ପରସ୍ପର ସହ ଖୁସିରେ କଥା ହେଉଥିବା ଫଟୋରୁ ଜଣାପଡ଼ୁଛି। ଅଭିଷେକ ଓ ଐଶ୍ୱର୍ଯ୍ୟାଙ୍କୁ ଏକାଠି ଦେଖାଉଥିବା ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ନେଇ ଉଭୟ ଐଶ୍ୱର୍ଯ୍ୟା ଓ ଅଭିଷେକଙ୍କ ପ୍ରଶଂସକମାନେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି।
The post ଐଶ୍ୱର୍ଯ୍ୟା-ଅଭିଷେକଙ୍କ ଛାଡପତ୍ର ଚର୍ଚ୍ଚା ମଧ୍ୟରେ ଆସିଲା ବଡ଼ ଖବର: ସମ୍ପର୍କରେ… appeared first on Dharitri Odia News.