ରାଶିଫଳ: ମଙ୍ଗଳବାର, ମେ ୨୮ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର କେନ୍ଦ୍ରରେ ବୁଧ ରାଶିସ୍ଥ ଯୋଗୁ ଆମତ୍ୀୟଙ୍କ ସାହାଯ୍ୟ ପାଇବା କଷ୍ଟକର ହେବ। ଶୁକ୍ରଙ୍କ ପ୍ରଭାବରୁ ମନୋରଞ୍ଜନ ସକାଶେ ଅନୁକୂଳ ପରିବେଶ ପାଇପାରନ୍ତି। ଶନିଙ୍କ ଦୃଷ୍ଟି ସ୍ବାସ୍ଥ୍ୟ ପାଇଁ ପ୍ରତିକୂଳ ରହିବ। ଆନୁଷ୍ଠାନିକ କାମରେ ସଫଳତା ପାଇବା କ୍ଷେତ୍ରରେ ଜଣେ ପୁରାତନ ସହକର୍ମୀଙ୍କ ସାହାଯ୍ୟ ମିଳିବ। ବୃଷ ରାଶିରେ ଗୁରୁଶୁକ୍ର ହେତୁ ସାମାନ୍ୟ ପ୍ରତିବନ୍ଧକ ରହିଲେ ମଧ୍ୟ ଅଭିଳାଷ ପୂରଣ ପାଇଁ ଅନୁକୂଳ ବାତାବରଣ ଫେରିବ। ଅନ୍ୟମାନଙ୍କୁ ମନେଇବାକୁ ଚେଷ୍ଟାକରି ସଫଳତା ପାଇପାରିବେ। ବ୍ୟବସାୟ […] The post ରାଶିଫଳ: ମଙ୍ଗଳବାର, ମେ ୨୮ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ମଙ୍ଗଳବାର, ମେ ୨୮ ତାରିଖ – Daily Horoscope
ମେଷ
ଆଜି ଚନ୍ଦ୍ର କେନ୍ଦ୍ରରେ ବୁଧ ରାଶିସ୍ଥ ଯୋଗୁ ଆମତ୍ୀୟଙ୍କ ସାହାଯ୍ୟ ପାଇବା କଷ୍ଟକର ହେବ। ଶୁକ୍ରଙ୍କ ପ୍ରଭାବରୁ ମନୋରଞ୍ଜନ ସକାଶେ ଅନୁକୂଳ ପରିବେଶ ପାଇପାରନ୍ତି। ଶନିଙ୍କ ଦୃଷ୍ଟି ସ୍ବାସ୍ଥ୍ୟ ପାଇଁ ପ୍ରତିକୂଳ ରହିବ। ଆନୁଷ୍ଠାନିକ କାମରେ ସଫଳତା ପାଇବା କ୍ଷେତ୍ରରେ ଜଣେ ପୁରାତନ ସହକର୍ମୀଙ୍କ ସାହାଯ୍ୟ ମିଳିବ।
ବୃଷ
ବୃଷ
ରାଶିରେ ଗୁରୁଶୁକ୍ର ହେତୁ ସାମାନ୍ୟ ପ୍ରତିବନ୍ଧକ ରହିଲେ ମଧ୍ୟ ଅଭିଳାଷ ପୂରଣ ପାଇଁ ଅନୁକୂଳ ବାତାବରଣ ଫେରିବ। ଅନ୍ୟମାନଙ୍କୁ ମନେଇବାକୁ ଚେଷ୍ଟାକରି ସଫଳତା ପାଇପାରିବେ। ବ୍ୟବସାୟ ଓ ପରିବହନରେ ସମସ୍ୟା କମି କମି ଆସିବା ସୂଚନା ରହିଛି। ବନ୍ଧୁଙ୍କ ଆସିବା ବାଟକୁ ଚାହିଁରହି ବିରକ୍ତି ପ୍ରକାଶ କରିପାରନ୍ତି।
ମିଥୁନ
ମିଥୁନ
ଲାଭଭାବରେ ରାଶ୍ୟାଧିପ ଆପଣଙ୍କ ସକାଶେ ବନ୍ଧୁ, ଆମତ୍ୀୟ, ସହକର୍ମୀଙ୍କ ଆଦର ଅଭ୍ୟର୍ଥନାର ସୁଯୋଗ ଆଣିବ। ଅର୍ଥ ସମସ୍ୟା ସମାଧାନ ସହ ବ୍ୟବସାୟ, ଯାତ୍ରା, ନିର୍ମାଣ କାର୍ଯ୍ୟରେ ତପତ୍ର ରହିବେ। ଫାଇଲ୍‌ କାମ ଅଟକି ରହିଥିବା ସକାଶେ ଅନୁତାପ କରିପାରନ୍ତି। ସଭାସମିତି, ସଙ୍ଗଠନ କାମ, ରାଜନୀତି, ପ୍ରଶାସନ ପାଇଁ ଦିନଟି ଭଲ।
କର୍କଟ
କର୍କଟ
ଏକାଦଶସ୍ଥ ତିନୋଟି ଗ୍ରହ ଦୈନନ୍ଦିନର ଜୀବନଯାତ୍ରାକୁ ସୁଗମ କରାଇବେ। ପ୍ରଶାସନିକ ସ୍ତରରେ କିମ୍ବା ସଭାସମିତିରେ ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇ ପାରନ୍ତି। ପରିବାର ଭିତରେ ବିନା କାରଣରେ ବିରକ୍ତି ପ୍ରକାଶକରି ଅପ୍ରିୟ ହେବେ। କର୍ମକ୍ଷେତ୍ରରେ ଆନୁଷଙ୍ଗିକ ସାହାଯ୍ୟ ଲାଭକରି ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ।
ସି˚ହ
ସି˚ହ
ରବି କର୍ମାଧିପତି ସହ ଅବସ୍ଥାନକରି ଆପଣଙ୍କୁ କର୍ମମୁଖର କରାଇବା ସହ ପଦସ୍ଥ ବ୍ୟକ୍ତିଙ୍କ ଅନୁକମ୍ପା ଲାଭକରିବେ। ନିଷ୍ପତ୍ତି ଗ୍ରହଣରେ ନିରପେକ୍ଷ ତଥା ସତ୍ୟ ଓ ନ୍ୟାୟୋଚିତ ମନ୍ତବ୍ୟ ଦେଇ ପ୍ରଶଂସିତ ହେବେ। ପାରିବାରିକ ସମସ୍ୟାର ସରଳ ସମାଧାନ ସକାଶେ ବନ୍ଧୁ ହସ୍ତକ୍ଷେପ କରିବାକୁ ନେହୁରା ହେବାକୁ ପଡ଼ିପାରେ।
କନ୍ୟା
ରାଶି ପ୍ରତି ମଙ୍ଗଳଙ୍କ ଦୃଷ୍ଟି ଅମଙ୍ଗଳ ସଦୃଶ ପ୍ରତ୍ୟେକ କାମକୁ ବିବାଦୀୟ କରି ଅଶାନ୍ତ ପରିସ୍ଥିତି ସୃଷ୍ଟିକରିପାରନ୍ତି। ବର୍ତ୍ତମାନର ପରିସ୍ଥିତିରେ ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରଖିପାରିଲେ କେତେକାଂଶରେ ରିହାତି ମିଳିବ। ଜମିବାଡ଼ି ସମ୍ପତ୍ତିକୁ କେନ୍ଦ୍ରକରି ପଡ଼ୋଶୀ କିମ୍ବା କ୍ରୟକାରୀ ବନ୍ଧୁଙ୍କ ସହ କଳହ ସୃଷ୍ଟି ଆଶଙ୍କା ରହିଛି।
ତୁଳା
ତୁଳା
ଭାଗ୍ୟାଧିପ ବୁଧ ରାଶିକୁ ଦେଖୁଥିବାରୁ ଅନୁକୂଳ ବାତାବରଣ ମଧ୍ୟରେ ପ୍ରତ୍ୟେକ କାମକୁ ସୁଚାରୁ ରୂପେ ସମ୍ପାଦନ କରିପାରିବେ। କିନ୍ତୁ ପାପମଧ୍ୟସ୍ଥ ରାଶ୍ୟାଧିପତି ଜନିତ ବିଶେଷ ଭ୍ରମଣ ସାଙ୍ଗକୁ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି। ନୂତନ କର୍ମାରମ୍ଭ, ଯାତ୍ରା, ବାଣିଜ୍ୟ, ବନ୍ଧୁଙ୍କ ସହ ଆଲୋଚନା କ୍ଷେତ୍ର ମନ୍ଦ ହେବନି।
ବିଛା
ବିଛା
ଶନି କ୍ଷେତ୍ରସ୍ଥ ଚନ୍ଦ୍ର ପ୍ରଭାବରୁ କାମର ଚାପ ଓ ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ। ଆମତ୍ୀୟଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବା ଆଶଙ୍କା ଏଡ଼ାଇ ଦିଆଯାଇ ନ ପାରେ। ଆଜି ଏକାଧାରରେ ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ।
ଧନୁ
ଧନୁ
ପ୍ରିୟଜନର ଅନୁପସ୍ଥିତି ମନରେ ଭାବାନ୍ତର ସୃଷ୍ଟି କରିବାଜନିତ ଆନମନା ରହିବେ। କେତୁ ପ୍ରଭାବରୁ କର୍ମକ୍ଷେତ୍ରରେ ଚାପଗ୍ରସ୍ତ ହେବେ। ରାଜନୀତିରେ, ସଭାସମିତିରେ, ଆନୁଷ୍ଠାନିକ କାମରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। କଳା, ସାହିତ୍ୟ, ସଙ୍ଗୀତ, ଗବେଷଣା ତଥା ସମ୍ପର୍କ ସ୍ଥାପନ କ୍ଷେତ୍ରରେ ସଫଳତା ପାଇବେ।
ମକର
ମକର
ଚନ୍ଦ୍ରଙ୍କ ସୁପ୍ରଭାବ ସାଙ୍ଗକୁ ଅନୁକୂଳ ଗ୍ରହ ସ୍ଥିତି ହେତୁ ପାରିବାରିକ ଜୀବନ ପ୍ରୀତିପ୍ରଦ ରହିବ। ଧନିଷ୍ଠା ନକ୍ଷତ୍ର ପାଇଁ ସମସ୍ତଙ୍କୁ ସନ୍ତୁଷ୍ଟ କରାଇବା ସହଜ ହେବନାହିଁ। ପରିବାରରେ ପରୋକ୍ଷ ସମାଲୋଚନା ଶୁଣି ବ୍ୟସ୍ତତା ପ୍ରକାଶ କରିପାରନ୍ତି। ପରୋକ୍ଷ ଶତ୍ରୁତା ହେତୁ ବୃତ୍ତିଗତ ଧନ୍ଦାରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ।
କୁମ୍ଭ
କୁମ୍ଭ
ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବ, କିନ୍ତୁ କର୍ମକ୍ଷେତ୍ର ସମସ୍ୟାବହୁଳ ରହିପାରେ। ଦୁଃସ୍ଥାନସ୍ଥ ଚନ୍ଦ୍ରଙ୍କ ଯୋଗୁ ଅଭାବ ଅସୁବିଧା ନ ଥାଇ ମଧ୍ୟ ବିଭିନ୍ନ ଦୁଶ୍ଚିନ୍ତା ମନକୁ ବିଶାଦିତ କରିବ। ବୁଧଙ୍କ ପ୍ରଭାବରେ ଯୋଗ, ଶରୀର ଚର୍ଚ୍ଚା, ବ୍ୟାୟାମ, ତୀର୍ଥାଟନ ପାଇଁ ମନ ବଳାଇପାରନ୍ତି। ଆନୁଷ୍ଠାନିକ, ସାମାଜିକ କିମ୍ବା ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ।
ମୀନମୀନ

ଶାରୀରିକ ସୁସ୍ଥତା, ଆର୍ଥିକ ଉନ୍ନତି, ବନ୍ଧୁଙ୍କ ସ୍ନେହ, ଶ୍ରଦ୍ଧା ବୁଧ ଓ ଶୁକ୍ରଙ୍କ ସ୍ଥିତିଜନିତ କମ୍‌ଜୋର ରହିବ। ଉତ୍ତରଭାଦ୍ରପଦ ନକ୍ଷତ୍ର ସାମାଜିକ ସ୍ତରରେ ସମ୍ମାନ, ସହଯୋଗ, କାର୍ଯ୍ୟସିଦ୍ଧିଜନିତ ଖୁସି ରହିବେ। କେତେକ କ୍ଷେତ୍ରରେ ଭାବପ୍ରବଣତାବଶତଃ କଥାବାର୍ତ୍ତାକରି ଅପଦସ୍ଥ ହୋଇପାରନ୍ତି। ବନ୍ଧୁ ନିଜ ସୁବିଧା ହାସଲ ସକାଶେ ଆପଣଙ୍କୁ ଅସୁବିଧାରେ ପକାଇପାରନ୍ତି।

The post ରାଶିଫଳ: ମଙ୍ଗଳବାର, ମେ ୨୮ ତାରିଖ – Daily Horoscope appeared first on Dharitri Odia News.