ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ: ଭାରତ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୩୩୬/୬

ବିଖାଖାପାଟଣା,୨।୨: ବିଶାଖାପାଟଣା ଡ. ଓ୍ବାଇ.ଏସ୍‌. ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୬ ଉଇକେଟ ହରାଇ ୩୩୬ ରନ୍‌ କରିଛି । ଯଶସ୍ବୀ ଜୟସ୍ବାଲ ପୂରାଦିନ ବ୍ୟାଟିଂକରି ୧୭୯ ରନ୍‌ କରି ଅପରାଜିତ ଥିବା ବେଳେ ରବିଚନ୍ଦ୍ରନ ଅଶ୍ବିନ ୫ ରନ୍‌ କରି କ୍ରିଜ୍‌ରେ ରହିଛନ୍ତି। ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଅଧିନାୟକ ରୋହିତ ଶର୍ମା ଏବଂ ଯଶସ୍ବୀ ଜୟସ୍ବାଲ […] The post ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ: ଭାରତ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୩୩୬/୬ appeared first on Dharitri Odia News.

ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ: ଭାରତ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୩୩୬/୬

ବିଖାଖାପାଟଣା,୨।୨: ବିଶାଖାପାଟଣା ଡ. ଓ୍ବାଇ.ଏସ୍‌. ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୬ ଉଇକେଟ ହରାଇ ୩୩୬ ରନ୍‌ କରିଛି । ଯଶସ୍ବୀ ଜୟସ୍ବାଲ ପୂରାଦିନ ବ୍ୟାଟିଂକରି ୧୭୯ ରନ୍‌ କରି ଅପରାଜିତ ଥିବା ବେଳେ ରବିଚନ୍ଦ୍ରନ ଅଶ୍ବିନ ୫ ରନ୍‌ କରି କ୍ରିଜ୍‌ରେ ରହିଛନ୍ତି।

ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଅଧିନାୟକ ରୋହିତ ଶର୍ମା ଏବଂ ଯଶସ୍ବୀ ଜୟସ୍ବାଲ ବ୍ୟାଟିଂ ଆରମ୍ଭ କରିଥିଲେ। ହେଲେ ରୋହିତ ୧୪ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ସେହିପରି ଶୁବମନ ଗିଲ୍‌ ୩୪ ରନ୍‌ କରିଥିବା ବେଳେ ଶ୍ରେୟସ ଆୟର ୨୭ ଏବଂ ରଜତ ପଟ୍ଟିଦାର ୩୨ ରନ୍‌ କରିବାରେ ସକ୍ଷମ ହୋଇଥିଲେ। ଅନ୍ୟପକ୍ଷେ ଅକ୍ଷର ପଟେଲ ୨୭ ରନ୍‌ କରିଥିବା ବେଳେ ଜୟସ୍ବାଲ ଧୈର୍ଯ୍ୟର ସହ ବ୍ୟାଟିଂକରି ନିଜ ଶତକ ପୂରଣ କରିଥିଲେ। ଶତକ ପୂରଣ କରିବା ପରେ ମଧ୍ୟ ସେ ସତର୍କତାର ସହ ଖେଳ ପ୍ରଦର୍ଶନ କରି ନିଜ ସ୍କୋରକୁ ଆଗକୁ ନେଇଥିଲେ। ପ୍ରଥମ ଦିନ ଖେଳ ସୁଦ୍ଧା ଜୟସ୍ବାଲ ୨୫୭ ବଲ୍‌ ଖେଳି ୧୭ ଚଉକା ଏବଂ ୫ ଛକା ସହାୟତାରେ ୧୭୯ ରନ୍‌ କରି ଅପରାଜିତ ରହିଛନ୍ତି।

The post ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ: ଭାରତ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୩୩୬/୬ appeared first on Dharitri Odia News.