‘ମହା ବିକାଶ ଅଘାଡ଼ି’ ଗାଡିର ଡ୍ରାଇଭର ସିଟ୍ ପାଇଁ ଝଗଡ଼ା: ମହାରାଷ୍ଟ୍ରରେ ବିରୋଧୀଙ୍କୁ ମୋଦିଙ୍କ କଟାକ୍ଷ

ମୁମ୍ବାଇ, ୮।୧୧: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନକୁ ଆଉ ଗୋଟିଏ ମାସରୁ କମ୍ ସମୟ ଥିବା ବେଳେ ସରକାରୀ ଓ ବିରୋଧୀ ଜୋରଦାର ପ୍ରଚାର କରୁଛନ୍ତି। ଉଭୟଙ୍କ ପକ୍ଷରୁ ବୟାନବାଜି ଜାରି ରହିଛି। ଏହାରି ମଧ୍ୟରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀଙ୍କୁ କଟାକ୍ଷ କରି କହିଛନ୍ତି ଯେ, ମହାବିକାଶ ଅଘାଡିରେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଝଗଡା ଚାଲିଛି। ଗତ ପାଞ୍ଚବର୍ଷ ମଧ୍ୟରେ ରାଜ୍ୟରେ ବିଭିନ୍ନ ଦଳ ମଧ୍ୟରେ ଗଠବନ୍ଧନ ସରକାର ଦେଖିବାକୁ ମିଳିଛି। ଯେତେବେଳେ ଏମଭିଏ ସରକାର […] The post ‘ମହା ବିକାଶ ଅଘାଡ଼ି’ ଗାଡିର ଡ୍ରାଇଭର ସିଟ୍ ପାଇଁ ଝଗଡ଼ା: ମହାରାଷ୍ଟ୍ରରେ ବିରୋଧୀଙ୍କୁ ମୋଦିଙ୍କ କଟାକ୍ଷ appeared first on Dharitri Odia News.

‘ମହା ବିକାଶ ଅଘାଡ଼ି’ ଗାଡିର ଡ୍ରାଇଭର ସିଟ୍ ପାଇଁ ଝଗଡ଼ା: ମହାରାଷ୍ଟ୍ରରେ ବିରୋଧୀଙ୍କୁ ମୋଦିଙ୍କ କଟାକ୍ଷ

ମୁମ୍ବାଇ, ୮।୧୧: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନକୁ ଆଉ ଗୋଟିଏ ମାସରୁ କମ୍ ସମୟ ଥିବା ବେଳେ ସରକାରୀ ଓ ବିରୋଧୀ ଜୋରଦାର ପ୍ରଚାର କରୁଛନ୍ତି। ଉଭୟଙ୍କ ପକ୍ଷରୁ ବୟାନବାଜି ଜାରି ରହିଛି। ଏହାରି ମଧ୍ୟରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀଙ୍କୁ କଟାକ୍ଷ କରି କହିଛନ୍ତି ଯେ, ମହାବିକାଶ ଅଘାଡିରେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଝଗଡା ଚାଲିଛି।

ଗତ ପାଞ୍ଚବର୍ଷ ମଧ୍ୟରେ ରାଜ୍ୟରେ ବିଭିନ୍ନ ଦଳ ମଧ୍ୟରେ ଗଠବନ୍ଧନ ସରକାର ଦେଖିବାକୁ ମିଳିଛି। ଯେତେବେଳେ ଏମଭିଏ ସରକାର ଚାଲିଥିଲା ସେତେବେଳେ ପ୍ରତ୍ୟେକ ସାରକାରୀ ନୀତି ତଥା ବିକାଶରେ ବାଧା ସୃଷ୍ଟି ହୋଇଥିଲା ବୋଲି ମୋଦି କହିଛନ୍ତି।

ଶୁକ୍ରବାର ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରରେ ତାଙ୍କର ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି। ଚଳିତ ସପ୍ତାହରେ ମୋଦି ରାଜ୍ୟବ୍ୟାପୀ ପ୍ରାୟ ୮ ଟି ରାଲିରେ ଯୋଗ ଦେବେ। ରାଜ୍ୟରେ ଭାଜପା ସମର୍ଥିତ ମହାୟୁତି ଗଠବନ୍ଧନ ସରକାରକୁ ଆସିବା ସହିତ ସ୍ୱଛତାର ସହିତ ଲୋକଙ୍କୁ ସେବା ପ୍ରଦାନ କରିବ ବୋଲି ସେ ଦୃଢ ଆଶା ପୋଷଣ କରିଛନ୍ତି।

ଏଇ ସମୟରେ ସେ କଂଗ୍ରେସକୁ ଟାର୍ଗେଟ କରି କହିଥିଲେ ଯେ, ଦେଶରେ ଆଦିବାସୀମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି କରିବାକୁ ଦଳ ଚାହୁଁଛି। ଏପରି ଭେଦଭାବ ସୃଷ୍ଟି କରି କଂଗ୍ରେସ ଦେଶକୁ ଭାଗ କରିବାକୁ ଚାହୁଁଥିବା ସେ କହିଛନ୍ତି। ଏଥିପାଇଁ ସେ ଲୋକମାନଙ୍କୁ ଏକ ହୋଇ ରହିବାକୁ ଆହ୍ୱାନ ଦେଇଥିଲେ।

The post ‘ମହା ବିକାଶ ଅଘାଡ଼ି’ ଗାଡିର ଡ୍ରାଇଭର ସିଟ୍ ପାଇଁ ଝଗଡ଼ା: ମହାରାଷ୍ଟ୍ରରେ ବିରୋଧୀଙ୍କୁ ମୋଦିଙ୍କ କଟାକ୍ଷ appeared first on Dharitri Odia News.