ଜେଲ୍‌ ଭିତରେ କେଜରିଓ୍ବାଲଙ୍କୁ ମାରି ଦେବାକୁ ଷଡଯନ୍ତ୍ର!

ନୂଆଦିଲ୍ଲୀ,୧୯।୪: ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଚାଲିଛି ସାଂଘାତିକ ଷଡଯନ୍ତ୍ର। ଜେଲ ଭିତରେ କେଜରିୱାଲଙ୍କୁ ମାରି ଦେବା ପାଇଁ ଯୋଜନା ହୋଇଥିବା ଆପ ପକ୍ଷରୁ ଅଭିଯୋଗ କରାଯାଇଛି। ଆପ ନେତ୍ରୀ ଆତିଶୀ କହିଛନ୍ତି, ବିଗତ କିଛି ଦିନ ହେଲାଣି କେଜରିୱାଲଙ୍କ ବ୍ଲଡ ସୁଗାର ୩୦୦ରୁ ଉପରେ ରହିଛି। ସେ ଇନସୁଲିନ ପାଇଁ ଦାବି କରୁଥିଲେ ହେଁ ତିହାର ଜେଲ କର୍ତ୍ତୃପକ୍ଷ କିଛି ପଦକ୍ଷେପ ନେଉ ନାହାନ୍ତି। […] The post ଜେଲ୍‌ ଭିତରେ କେଜରିଓ୍ବାଲଙ୍କୁ ମାରି ଦେବାକୁ ଷଡଯନ୍ତ୍ର! appeared first on Dharitri Odia News.

ଜେଲ୍‌ ଭିତରେ କେଜରିଓ୍ବାଲଙ୍କୁ ମାରି ଦେବାକୁ ଷଡଯନ୍ତ୍ର!

ନୂଆଦିଲ୍ଲୀ,୧୯।୪: ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଚାଲିଛି ସାଂଘାତିକ ଷଡଯନ୍ତ୍ର। ଜେଲ ଭିତରେ କେଜରିୱାଲଙ୍କୁ ମାରି ଦେବା ପାଇଁ ଯୋଜନା ହୋଇଥିବା ଆପ ପକ୍ଷରୁ ଅଭିଯୋଗ କରାଯାଇଛି।

ଆପ ନେତ୍ରୀ ଆତିଶୀ କହିଛନ୍ତି, ବିଗତ କିଛି ଦିନ ହେଲାଣି କେଜରିୱାଲଙ୍କ ବ୍ଲଡ ସୁଗାର ୩୦୦ରୁ ଉପରେ ରହିଛି। ସେ ଇନସୁଲିନ ପାଇଁ ଦାବି କରୁଥିଲେ ହେଁ ତିହାର ଜେଲ କର୍ତ୍ତୃପକ୍ଷ କିଛି ପଦକ୍ଷେପ ନେଉ ନାହାନ୍ତି। ୩୦ ବର୍ଷ ଧରି ଡାଇବେଟିସ ରୋଗରେ ପୀଡିତ ଥିବା ଜଣେ ବ୍ୟକ୍ତିଙ୍କୁ ଇନସୁଲିନ ନ ଦେଇ କି ପ୍ରକାରର ଷଡଯନ୍ତ୍ର ଚାଲିଛି? କ’ଣ ସେମାନେ ଅରବିନ୍ଦ କେଜରିୱାଲଙ୍କୁ ମାରି ଦେବାକୁ ଚାହୁଁଛନ୍ତି?

କେଜରିୱାଲଙ୍କୁ ଭାଜପା ନିର୍ବାଚନରେ ହରାଇ ପାରିବ ନାହିଁ। ଏବେ ସେହି କେଜରିୱାଲଙ୍କୁ ଜେଲରେ ଭର୍ତ୍ତି କରି ହତ୍ୟା କରିବା ପାଇଁ ଷଡଯନ୍ତ୍ର ଚଳାଇଥିବା ଆତିଶୀ ଅଭିଯୋଗ କରିଛନ୍ତି। କେଜରିଓ୍ବାଲ ଟାଇପ ୨ ମଧୁମେହ ରୋଗରେ ପୀଡିତ। ସେ ତାଙ୍କ ରକ୍ତ ସର୍କରାକୁ ନିୟନ୍ତ୍ରଣରେ ରଖିବା ପାଇଁ ଦୈନିକ ୫୪ ୟୁନିଟର ଇନସୁଲିନ ନିଅନ୍ତି। କେଜରିୱାଲଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି କୋର୍ଟ ତାଙ୍କୁ ଘରର ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ କହିଥିଲେ। ଏନେଇ ଇଡି କୋର୍ଟରେ ଅଭିଯୋଗ କରିଛି ବୋଲି ଆତିଶୀ କହିଛନ୍ତି।

The post ଜେଲ୍‌ ଭିତରେ କେଜରିଓ୍ବାଲଙ୍କୁ ମାରି ଦେବାକୁ ଷଡଯନ୍ତ୍ର! appeared first on Dharitri Odia News.