ରାସ୍ତା କଡରୁ ଶ୍ରମିକଙ୍କ ମୃତଦେହ ଉଦ୍ଧାର, ଇଟା କାରଖାନାରେ ଟ୍ରାକ୍ଟର ଦୁର୍ଘଟଣାରେ ମୃତ୍ୟୁ ଅଭିଯୋଗ

ଢେଙ୍କାନାଳ ୨୭।୪: ଶୁକ୍ରବାର ଇଟା କାରଖାନାକୁ କାମ କରିବାକୁ ଯାଇ ଆଉ ଘରକୁ ଫେରି ନଥିଲେ । ମାତ୍ର ଶନିବାର ଭୋର ସମୟରେ ଜାତୀୟ ରାଜପଥ ପାର୍ଶ୍ୱରୁ ମିଳିଲା ମୃତଦେହ । ଯାହାକୁ ନେଇ ପରିବାର ପକ୍ଷରୁ ଇଟା କାରଖାନାରେ ଦୁର୍ଘଟଣା ଜନିତ ମୃତ୍ୟୁ ଅଭିଯୋଗ ଉଠାଇଛନ୍ତି । ଆଉ ମୃତ୍ୟୁର ସଠିକ କାରଣ ଲୁଚାଇବାକୁ ଯାଇ ଜାତୀୟ ରାଜପଥ ପାର୍ଶ୍ୱରେ ମୃତଦେହ ପକାଇ ଦେଇଥିବା ମୃତ ଯୁବକଙ୍କ ପରିବାର ଅଭିଯୋଗ ଉଠାଇଛନ୍ତି । ଢେଙ୍କାନାଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥର ଗୁଣଦେଈ ଛକ ନିକଟରେ ରାସ୍ତା ପାର୍ଶ୍ୱରୁ ମୃତଦେହକୁ ମୋଟଙ୍ଗା ପୋଲିସ ଉଦ୍ଧାର କରିଛି । ମୃତ ଯୁବକ ଜଣେ ଇଟା କାରଖାନା ଶ୍ରମିକ । ମୃତକ ମୋଟଙ୍ଗା ଥାନା ଅନ୍ତର୍ଗତ ଗୁଣଦେଈ ଗ୍ରାମର ଅନୀଲ ନାଏକ ବୋଲି ଜଣାପଡିଛି । ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟାରେ ଅନୀଲ ସ୍ଥାନୀୟ ପାଉଁଶ ଇଟା କାରଖାନାକୁ କାମ କରିବାକୁ ଘରୁ ଯାଇଥିଲା । ମାତ୍ର ରାସ୍ତା ପାର୍ଶ୍ୱରୁ ତାଙ୍କ ମୃତଦେହ ପଡିଥିବା ନେଇ ପରିବାର ପକ୍ଷରୁ ତଦନ୍ତ ପାଇଁ ଦାବି କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।  You Can Read :କଲଭର୍ଟ ଭାଙ୍ଗି ଖସିଗଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର 

ରାସ୍ତା କଡରୁ ଶ୍ରମିକଙ୍କ ମୃତଦେହ ଉଦ୍ଧାର, ଇଟା କାରଖାନାରେ ଟ୍ରାକ୍ଟର ଦୁର୍ଘଟଣାରେ ମୃତ୍ୟୁ ଅଭିଯୋଗ

ଢେଙ୍କାନାଳ ୨୭।୪: ଶୁକ୍ରବାର ଇଟା କାରଖାନାକୁ କାମ କରିବାକୁ ଯାଇ ଆଉ ଘରକୁ ଫେରି ନଥିଲେ । ମାତ୍ର ଶନିବାର ଭୋର ସମୟରେ ଜାତୀୟ ରାଜପଥ ପାର୍ଶ୍ୱରୁ ମିଳିଲା ମୃତଦେହ । ଯାହାକୁ ନେଇ ପରିବାର ପକ୍ଷରୁ ଇଟା କାରଖାନାରେ ଦୁର୍ଘଟଣା ଜନିତ ମୃତ୍ୟୁ ଅଭିଯୋଗ ଉଠାଇଛନ୍ତି । ଆଉ ମୃତ୍ୟୁର ସଠିକ କାରଣ ଲୁଚାଇବାକୁ ଯାଇ ଜାତୀୟ ରାଜପଥ ପାର୍ଶ୍ୱରେ ମୃତଦେହ ପକାଇ ଦେଇଥିବା ମୃତ ଯୁବକଙ୍କ ପରିବାର ଅଭିଯୋଗ ଉଠାଇଛନ୍ତି । 

ଢେଙ୍କାନାଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥର ଗୁଣଦେଈ ଛକ ନିକଟରେ ରାସ୍ତା ପାର୍ଶ୍ୱରୁ ମୃତଦେହକୁ ମୋଟଙ୍ଗା ପୋଲିସ ଉଦ୍ଧାର କରିଛି । ମୃତ ଯୁବକ ଜଣେ ଇଟା କାରଖାନା ଶ୍ରମିକ । ମୃତକ ମୋଟଙ୍ଗା ଥାନା ଅନ୍ତର୍ଗତ ଗୁଣଦେଈ ଗ୍ରାମର ଅନୀଲ ନାଏକ ବୋଲି ଜଣାପଡିଛି । ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟାରେ ଅନୀଲ ସ୍ଥାନୀୟ ପାଉଁଶ ଇଟା କାରଖାନାକୁ କାମ କରିବାକୁ ଘରୁ ଯାଇଥିଲା । ମାତ୍ର ରାସ୍ତା ପାର୍ଶ୍ୱରୁ ତାଙ୍କ ମୃତଦେହ ପଡିଥିବା ନେଇ ପରିବାର ପକ୍ଷରୁ ତଦନ୍ତ ପାଇଁ ଦାବି କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । 

 You Can Read :

କଲଭର୍ଟ ଭାଙ୍ଗି ଖସିଗଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର