ସୋନାକ୍ଷୀଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ସଞ୍ଜୟ ଲୀଲା ଭନସାଲୀ, କହିଲେ-ତାଙ୍କ ଅଭିନୟରେ ଦମ୍ ଅଛି
ମୁମ୍ଵାଇ ୦୩।୦୬: ନେଟ୍ଫ୍ଲିକ୍ସରେ ସଞ୍ଜୟ ଲୀଲା ଭନ୍ସାଲିଙ୍କ ୱେବ୍ ସିରିଜ୍ ‘ହୀରାମଣ୍ଡି: ଦ ଡାଏମଣ୍ଡ ବାଜାର’ ସବୁଠି ଲୋକପ୍ରିୟତା ହାସଲ କରିଛି । ଏଥିରେ ବେଶ୍ ଖୁସି ପ୍ରକଟ କରିଛନ୍ତି ନିର୍ଦ୍ଦେଶକ । ଏହି ଖୁସିରେ ସେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି। ସୋନାକ୍ଷୀଙ୍କ ଷ୍ଟାର୍ ପାୱାର ଓ ଆକର୍ଷଣୀୟ ପ୍ରଦର୍ଶନକୁ ଖୁବ୍ ପ୍ରଶଂସା କରି ତାଙ୍କ କାମକୁ ମଧ୍ୟ ପ୍ରଶଂସାରେ ପୋତି ପକାଇଛନ୍ତି ସଞ୍ଜୟ । ସେ କହିଛନ୍ତି, ସୋନାକ୍ଷୀଙ୍କ ଆକର୍ଷଣୀୟ ପ୍ରଦର୍ଶନ, ଜବରଦସ୍ତ ଷ୍ଟାର ପାୱାର କାରଣରୁ ତାଙ୍କ ସହ କାମ କରିବାକୁ ଚାହୁଁଥିଲି । ସୋନାକ୍ଷୀଙ୍କ ଆଖିରେ, ଚାଲିରେ, ସଂଳାପ କହିବାରେ କେବେ ନ ଲିଭିବା ଭଳି ନିଆଁ ରହିଛି । ସେ ବାସ୍ତବରେ ବଲିଉଡ ଭାରତୀୟ ସିନେମା, ମୁଖ୍ୟସ୍ରୋତର ବେଷ୍ଟ ଷ୍ଟାର । ବିଲକୁଲ ବୈଜୟନ୍ତୀମାଲା ଓ ଶ୍ରୀଦେବୀଙ୍କ ଭଳି ସୋନାକ୍ଷୀ ମଧ୍ୟ ଷ୍ଟାରଡମ୍ ଓ ଆକର୍ଷଣୀୟ ଉଚ୍ଚତାର । ସେ ଜଣେ ଖୁବ୍ ସୁନ୍ଦର ଝିଅ ।’ଏହି ୱେବ ସିରିଜ୍ରେ ସୋନାକ୍ଷୀଙ୍କ ଚରିତ୍ରଟି ଏଭଳି, ଯାହା ‘ହୀରାମଣ୍ଡି: ଦ ଡାଏମଣ୍ଡ ବାଜାର’ର ମୁଖ୍ୟ କାହାଣୀକୁ ଗତିଶୀଳ କରେ । ସମୀକ୍ଷକ ଓ ଦର୍ଶକ ସୋନାକ୍ଷୀଙ୍କ ଡବଲ୍ ରୋଲ୍ ଓ ତାଙ୍କର ରହସ୍ୟମୟ, ଦମ୍ଦାର ସ୍କ୍ରିନ୍ ପ୍ରେଜେନ୍ସରେ ମନ୍ତ୍ରମୁଗ୍ଦ ହୋଇପଡ଼ିଛନ୍ତି । ସୂଚନାଯୋଗ୍ୟ, ଭନ୍ସାଲିଙ୍କ ଏହି ୱେବ୍ ସିରିଜ୍ ଆରମ୍ଭ ଦିନରୁ ଆ
ମୁମ୍ଵାଇ ୦୩।୦୬: ନେଟ୍ଫ୍ଲିକ୍ସରେ ସଞ୍ଜୟ ଲୀଲା ଭନ୍ସାଲିଙ୍କ ୱେବ୍ ସିରିଜ୍ ‘ହୀରାମଣ୍ଡି: ଦ ଡାଏମଣ୍ଡ ବାଜାର’ ସବୁଠି ଲୋକପ୍ରିୟତା ହାସଲ କରିଛି । ଏଥିରେ ବେଶ୍ ଖୁସି ପ୍ରକଟ କରିଛନ୍ତି ନିର୍ଦ୍ଦେଶକ । ଏହି ଖୁସିରେ ସେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି। ସୋନାକ୍ଷୀଙ୍କ ଷ୍ଟାର୍ ପାୱାର ଓ ଆକର୍ଷଣୀୟ ପ୍ରଦର୍ଶନକୁ ଖୁବ୍ ପ୍ରଶଂସା କରି ତାଙ୍କ କାମକୁ ମଧ୍ୟ ପ୍ରଶଂସାରେ ପୋତି ପକାଇଛନ୍ତି ସଞ୍ଜୟ ।
ସେ କହିଛନ୍ତି, ସୋନାକ୍ଷୀଙ୍କ ଆକର୍ଷଣୀୟ ପ୍ରଦର୍ଶନ, ଜବରଦସ୍ତ ଷ୍ଟାର ପାୱାର କାରଣରୁ ତାଙ୍କ ସହ କାମ କରିବାକୁ ଚାହୁଁଥିଲି । ସୋନାକ୍ଷୀଙ୍କ ଆଖିରେ, ଚାଲିରେ, ସଂଳାପ କହିବାରେ କେବେ ନ ଲିଭିବା ଭଳି ନିଆଁ ରହିଛି । ସେ ବାସ୍ତବରେ ବଲିଉଡ ଭାରତୀୟ ସିନେମା, ମୁଖ୍ୟସ୍ରୋତର ବେଷ୍ଟ ଷ୍ଟାର । ବିଲକୁଲ ବୈଜୟନ୍ତୀମାଲା ଓ ଶ୍ରୀଦେବୀଙ୍କ ଭଳି ସୋନାକ୍ଷୀ ମଧ୍ୟ ଷ୍ଟାରଡମ୍ ଓ ଆକର୍ଷଣୀୟ ଉଚ୍ଚତାର । ସେ ଜଣେ ଖୁବ୍ ସୁନ୍ଦର ଝିଅ ।’ଏହି ୱେବ ସିରିଜ୍ରେ ସୋନାକ୍ଷୀଙ୍କ ଚରିତ୍ରଟି ଏଭଳି, ଯାହା ‘ହୀରାମଣ୍ଡି: ଦ ଡାଏମଣ୍ଡ ବାଜାର’ର ମୁଖ୍ୟ କାହାଣୀକୁ ଗତିଶୀଳ କରେ ।

ସମୀକ୍ଷକ ଓ ଦର୍ଶକ ସୋନାକ୍ଷୀଙ୍କ ଡବଲ୍ ରୋଲ୍ ଓ ତାଙ୍କର ରହସ୍ୟମୟ, ଦମ୍ଦାର ସ୍କ୍ରିନ୍ ପ୍ରେଜେନ୍ସରେ ମନ୍ତ୍ରମୁଗ୍ଦ ହୋଇପଡ଼ିଛନ୍ତି । ସୂଚନାଯୋଗ୍ୟ, ଭନ୍ସାଲିଙ୍କ ଏହି ୱେବ୍ ସିରିଜ୍ ଆରମ୍ଭ ଦିନରୁ ଆଜିଯାଏଁ ବେଶ୍ ଚର୍ଚ୍ଚାରେ ରହିଛି । ଏହାର ସୁଟିଂ ପଛର କଥା ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଯେମିତିକି ରୁଚା ଚଢ୍ଢା ଥରେ କହିଥିଲେ ଯେ ମଦ୍ୟପାନ ଦୃଶ୍ୟକୁ ଜୀବନ୍ତ କରିବା ପାଇଁ ସେ ନିଜେ ଅଳ୍ପ ମଦ ପିଇଥିଲେ । କିନ୍ତୁ ଅସଲ ଜୀବନରେ ସେ କେବେ ମଦ୍ୟପାନ କରନ୍ତି ନାହିଁ ।