ଏବେ ରାତି ଆକଶରେ ଖାଲି ଆଖିରେବି ଦେଖାଯାଉଛି ISS, ଜାଣନ୍ତୁ ଭାରତରେ ଦେଖିବେ କେତେବେଳେ?

ନୂଆଦିଲ୍ଲୀ ୧୧।୫: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ) ଏବେ ଭାରତରେ ଖାଲି ଆଖିରେ ବି ଦେଖି ହେଉଛି। ରାତି ଆକାଶରେ ଏହା ତୃତୀୟ ସବୁଠୁ ଅଧିକ ଝଟକୁଥିବା ବସ୍ତୁ ଭାବେ ଦେଖାଯାଉଛି। ଆମେରିକୀୟ ଅନ୍ତରୀକ୍ଷ ଏଜେନ୍ସୀ ନାସା ଦ୍ୱାରା ଦିଆଯାଇଥିବା ବିବରଣୀରୁ ଜଣାପଡୁଛି ଯେ ଆଇଏସଏସ୍ କୁ ୮ରୁ ୨୩ ମେ ମଧ୍ୟରେ ବିଭିନ୍ନ ଭାରତୀୟ ସହରରୁ ଖାଲି ଆଖିରେ ବି ଦେଖାଯାଇ ପାରିବ। ଏହି ବିଶାଳ ମହାକାଶ କେନ୍ଦ୍ରଟି ଘଣ୍ଟା ପ୍ରତି ୨୮,୦୦୦ କିମି ବେଗରେ ଗତି କରୁଛି ଓ ପ୍ରତି ୯୦ ମିନିଟ୍‌ରେ ପୃଥିବୀକୁ ଗୋଟିଏ ଚକ୍କର ଲଗାଉଛି। ଏହି ମହାକାଶ କେନ୍ଦ୍ର ଏଥିରେ ଅବସ୍ଥାନ କରୁଥିବା ମହାକାଶଯାତ୍ରୀଙ୍କୁ ପ୍ରତି ଦିନ ୧୬ଟି ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଦେଖାଉଛି। ମହାକାଶ କେନ୍ଦ୍ରଟି ଏଥି ପାଇଁ ଖାଲି ଆଖିକୁ ବି ଦେଖାଯାଉଛି ଯେହେତୁ ଏହା ସୂର୍ଯ୍ୟଙ୍କ କିରଣକୁ ପ୍ରତିବିମ୍ବିତ କରୁଛି। ଯେଉଁ କାରଣରୁ ଆମେ ଜହ୍ନ ରାତିରେ ଚନ୍ଦ୍ରଙ୍କୁ ଦେଖି ପାରୁଛେ। ତେବେ ଚନ୍ଦ୍ରର ବିପରୀତ ମହାକାଶ କେନ୍ଦ୍ର ଦିନରେ ଦେଖାଯିବା ପାଇଁ ପର୍ଯ୍ୟପ୍ତ ଉଜ୍ଜ୍ୱଳ ନୁହେଁ। ଏହାକୁ କେବଳ ସେତେବେଳେ ଦେଖାଯାଇ ପାରିବ ଯେତେବେଳେ ଆପଣଙ୍କ ସ୍ଥାନରେ ଭୋର କିମ୍ବା ସନ୍ଧ୍ୟା ହେଉଥିବ। ଏହି ପ୍ରକାରେ ଏହାକୁ ମାସକରେ ଥରେ ଅଥବା ସପ୍ତାହରେ ଅନେକ ବାର ଦେଖିବାର ଅବସର ମଧ୍ୟ ମିଳିପାରେ। କାରଣ ଆପଣ ଯେଉଁଠାରେ ଥିବେ ସେଠାରେ ରାତି ହୋଇଥିବା ଦରକାର। ତେବେ ଭାରତର କେଉଁ ସହରରେ ଆଇଏସଏସ

ଏବେ ରାତି ଆକଶରେ ଖାଲି ଆଖିରେବି ଦେଖାଯାଉଛି ISS, ଜାଣନ୍ତୁ  ଭାରତରେ ଦେଖିବେ କେତେବେଳେ?

ନୂଆଦିଲ୍ଲୀ ୧୧।୫: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ) ଏବେ ଭାରତରେ ଖାଲି ଆଖିରେ ବି ଦେଖି ହେଉଛି। ରାତି ଆକାଶରେ ଏହା ତୃତୀୟ ସବୁଠୁ ଅଧିକ ଝଟକୁଥିବା ବସ୍ତୁ ଭାବେ ଦେଖାଯାଉଛି। ଆମେରିକୀୟ ଅନ୍ତରୀକ୍ଷ ଏଜେନ୍ସୀ ନାସା ଦ୍ୱାରା ଦିଆଯାଇଥିବା ବିବରଣୀରୁ ଜଣାପଡୁଛି ଯେ ଆଇଏସଏସ୍ କୁ ୮ରୁ ୨୩ ମେ ମଧ୍ୟରେ ବିଭିନ୍ନ ଭାରତୀୟ ସହରରୁ ଖାଲି ଆଖିରେ ବି ଦେଖାଯାଇ ପାରିବ। 

ଏହି ବିଶାଳ ମହାକାଶ କେନ୍ଦ୍ରଟି ଘଣ୍ଟା ପ୍ରତି ୨୮,୦୦୦ କିମି ବେଗରେ ଗତି କରୁଛି ଓ ପ୍ରତି ୯୦ ମିନିଟ୍‌ରେ ପୃଥିବୀକୁ ଗୋଟିଏ ଚକ୍କର ଲଗାଉଛି। ଏହି ମହାକାଶ କେନ୍ଦ୍ର ଏଥିରେ ଅବସ୍ଥାନ କରୁଥିବା ମହାକାଶଯାତ୍ରୀଙ୍କୁ ପ୍ରତି ଦିନ ୧୬ଟି ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଦେଖାଉଛି। ମହାକାଶ କେନ୍ଦ୍ରଟି ଏଥି ପାଇଁ ଖାଲି ଆଖିକୁ ବି ଦେଖାଯାଉଛି ଯେହେତୁ ଏହା ସୂର୍ଯ୍ୟଙ୍କ କିରଣକୁ ପ୍ରତିବିମ୍ବିତ କରୁଛି। ଯେଉଁ କାରଣରୁ ଆମେ ଜହ୍ନ ରାତିରେ ଚନ୍ଦ୍ରଙ୍କୁ ଦେଖି ପାରୁଛେ। 

ତେବେ ଚନ୍ଦ୍ରର ବିପରୀତ ମହାକାଶ କେନ୍ଦ୍ର ଦିନରେ ଦେଖାଯିବା ପାଇଁ ପର୍ଯ୍ୟପ୍ତ ଉଜ୍ଜ୍ୱଳ ନୁହେଁ। ଏହାକୁ କେବଳ ସେତେବେଳେ ଦେଖାଯାଇ ପାରିବ ଯେତେବେଳେ ଆପଣଙ୍କ ସ୍ଥାନରେ ଭୋର କିମ୍ବା ସନ୍ଧ୍ୟା ହେଉଥିବ। ଏହି ପ୍ରକାରେ ଏହାକୁ ମାସକରେ ଥରେ ଅଥବା ସପ୍ତାହରେ ଅନେକ ବାର ଦେଖିବାର ଅବସର ମଧ୍ୟ ମିଳିପାରେ। କାରଣ ଆପଣ ଯେଉଁଠାରେ ଥିବେ ସେଠାରେ ରାତି ହୋଇଥିବା ଦରକାର। ତେବେ ଭାରତର କେଉଁ ସହରରେ ଆଇଏସଏସ୍ କେଉଁ ତାରିଖରେ କେତେବେଳେ ଦେଖାଯାଉଛି ଆସନ୍ତୁ ଜାଣିବା। 

ମେ ୧୧ ତାରିଖ ଦିନ ଜାତୀୟ ରାଜଧାନୀ ଦିଲ୍ଲୀରେ ଆଇଏସଏସ୍ ଭୋର ୩ଟା ୨୩ ମିନିଟ୍‌ରୁ ଆରମ୍ଭ ହୋଇ ୩ ମିନିଟ୍‌ ପର୍ଯ୍ୟନ୍ତ ଦେଖାଯାଇଥିବା ବେଳେ ପୁଣି ସକାଳ ୪ଟା ୫୮ ମିନିଟ୍‌ରେ ୬ ମିନିଟ୍‌ ନିମନ୍ତେ ଦେଖାଯାଇଛି। ଏହା ପରେ ସକାଳ ୭ଟା ୫୯ ମିନିଟ୍‌ରୁ ଆରମ୍ଭ ହୋଇ ୭ ମିନିଟ୍‌ ପର୍ଯ୍ୟନ୍ତ ଦେଖାଯାଇଛି। ସେହିପରି ମେ ୧୨ ତାରିଖ ଦିନ ଭୋର ୪ଟା ୯ ମିନିଟ୍‌ରେ ଆରମ୍ଭ ହୋଇ ୭ ମିନିଟ୍ ପର୍ଯ୍ୟନ୍ତ ଓ ରାତି ୮ଟା ୪୮ ମିନିଟ୍‌ରେ ୨ ମିନିଟ୍‌ ନିମନ୍ତେ ଦେଖାଯାଇ ପାରେ। 

ସେହିପରି ମୁମ୍ବାଇରେ ମେ ୧୨ ତାରିଖ ସକାଳ ୪ଟା ୧୨ ମିନିଟ୍ ରେ ୩ ମିନିଟ୍‌ ନିମନ୍ତେ ଓ ମେ ୧୩ ତାରିଖ ସକାଳ ୪ଟା ୫୭ ମିନିଟ୍‌ରୁ ଆରମ୍ଭ ହୋଇ ୭ ମିନିଟ୍‌ ପର୍ଯ୍ୟନ୍ତ ଦେଖି ହେବ। ବେଙ୍ଗାଲୁରୁରେ ୧୨ ମେ ଭୋର ୪ଟା ୧୪ ମିନିଟ୍‌ରେ ୩ ମିନିଟ୍ ଲାଗି ଓ ସନ୍ଧ୍ୟା ୭ଟା ୭ ମିନିଟ୍‌ରେ ୫ ମିନିଟ୍ ପାଇ ଦେଖାଯିବ। ସେହିପରି ମେ ୧୩ ତାରିଖ ୪.୫୯ ମିନିଟ୍‌ରେ ୬ ମିନିଟ୍‌ ପାଇଁ ଦେଖାଯିବାକୁ ଥିବା ବେଳେ ୧୪ ମେ ଭୋର ୪ଟା ୧୪ ମିନିଟ୍‌ରେ ୨ ମିନିଟ୍‌ ନିମନ୍ତେ ଆଖିକୁ ଦୃଶ୍ୟମାନ ହେବ।