ପିକେଙ୍କ ଭବିଷ୍ୟବାଣୀ ବଢାଇପାରେ ରାଜନୀତିର ପାରା! କେତେ ଆସନରେ ଜିତିବ ଭାଜପା କହିଲେ ପ୍ରଶାନ୍ତ କିଶୋର
ନୂଆଦିଲ୍ଲୀ,୧୭।୫: ରାଜନୀତିର ବିଶ୍ଳେଷକ ବା ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର ଲୋକ ସଭା ନିର୍ବାଚନ ୨୦୨୪କୁ ନେଇ ଅନେକ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି ଯେ ପଶ୍ଚିମବଙ୍ଗ, ଓଡ଼ିଶା, ତେଲଙ୍ଗାନା, ତାମିଲନାଡୁ ଏବଂ ଆନ୍ଧ୍ର ଭଳି ରାଜ୍ୟରେ ଭାରତୀୟ ଜନତା ପାର୍ଟି ଉପକୃତ ହେବ। ଏହି ରାଜ୍ୟରେ ଦଳର ଆସନ ବୃଦ୍ଧି ପାଇପାରେ ବୋଲି ପ୍ରଶାନ୍ତ କିଶୋର ଦାବି କରିଛନ୍ତି। ଏଥିସହ ଭାଜପା ପାଖାପାଖି ୩୦୦ଟି ସିଟ ପାଇପାରିବ ବୋଲି ସେ କହିଛନ୍ତି। ଆରଟିଭିକୁ ଦେଇଥିବା ଏକ […] The post ପିକେଙ୍କ ଭବିଷ୍ୟବାଣୀ ବଢାଇପାରେ ରାଜନୀତିର ପାରା! କେତେ ଆସନରେ ଜିତିବ ଭାଜପା କହିଲେ ପ୍ରଶାନ୍ତ କିଶୋର appeared first on Dharitri Odia News.
ନୂଆଦିଲ୍ଲୀ,୧୭।୫: ରାଜନୀତିର ବିଶ୍ଳେଷକ ବା ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର ଲୋକ ସଭା ନିର୍ବାଚନ ୨୦୨୪କୁ ନେଇ ଅନେକ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି ଯେ ପଶ୍ଚିମବଙ୍ଗ, ଓଡ଼ିଶା, ତେଲଙ୍ଗାନା, ତାମିଲନାଡୁ ଏବଂ ଆନ୍ଧ୍ର ଭଳି ରାଜ୍ୟରେ ଭାରତୀୟ ଜନତା ପାର୍ଟି ଉପକୃତ ହେବ।
ଏହି ରାଜ୍ୟରେ ଦଳର ଆସନ ବୃଦ୍ଧି ପାଇପାରେ ବୋଲି ପ୍ରଶାନ୍ତ କିଶୋର ଦାବି କରିଛନ୍ତି। ଏଥିସହ ଭାଜପା ପାଖାପାଖି ୩୦୦ଟି ସିଟ ପାଇପାରିବ ବୋଲି ସେ କହିଛନ୍ତି।
ଆରଟିଭିକୁ ଦେଇଥିବା ଏକ ସାକ୍ଷାତକାରରେ ପ୍ରଶାନ୍ତ କିଶୋର କହିଛନ୍ତି ଯେ ଯଦିଓ ଭାଜପାର ପ୍ରଦର୍ଶନକୁ ନେଇ ଅନେକ ମନ୍ତବ୍ୟ ଏବଂ ବିତର୍କ ଚାଲିଛି, ତଥାପି ମୁଁ ଉତ୍ତର ଓ ପଶ୍ଚିମ ଦେଶରେ ଭାଜପାର ଆସନରେ କୌଣସି ଅର୍ଥପୂର୍ଣ୍ଣ ହ୍ରାସ ଦେଖୁନାହିଁ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ପଶ୍ଚିମବଙ୍ଗ, ଓଡ଼ିଶା, ତେଲଙ୍ଗାନା, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରେ ଭାଜପା ପୂର୍ବ ଅପେକ୍ଷା ଅଧିକ ଆସନ ପାଇବ।
ଏହି ଲୋକ ସଭା ନିର୍ବାଚନରେ ଏନଡିଏ ମିଳିତ ମଞ୍ଚର ପ୍ରଦର୍ଶନ ସମ୍ପର୍କରେ ପ୍ରଶାନ୍ତ କିଶୋର କହିଛନ୍ତି ଯେ ଏନଡିଏର ୪୦୦ ଟି ଆସନ ଜିତିବା ନେଇ ଭାଜପାରର ଦାବି ଗ୍ରାଉଣ୍ଡ ସ୍ତରରେ ସଠିକ ପ୍ରମାଣିତ ହେଉନାହିଁ।
The post ପିକେଙ୍କ ଭବିଷ୍ୟବାଣୀ ବଢାଇପାରେ ରାଜନୀତିର ପାରା! କେତେ ଆସନରେ ଜିତିବ ଭାଜପା କହିଲେ ପ୍ରଶାନ୍ତ କିଶୋର appeared first on Dharitri Odia News.