ଜାପାନରେ ୪ ବର୍ଷରେ ବଦଳିଲେଣି ୩ ପ୍ରଧାନମନ୍ତ୍ରୀ

ଟୋକିଓ,୨୭ା୯: ଜାପାନର ଶାସକ ଦଳ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଶିଗେରୁ ଇଶିବାଙ୍କୁ ଏହାର ନେତା ଭାବରେ ମନୋନୀତ କରିଛନ୍ତି, ଯିଏ ଆସନ୍ତା ସପ୍ତାହରେ ଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଶିଗେରୁ ତାଙ୍କ କାର୍ଯ୍ୟାଳୟରେ ମଡେଲ ବ୍ୟାଟଲଶିପ୍‌ ଏବଂ ଯୁଦ୍ଧ ବିମାନ ରଖିବା ପାଇଁ ଜଣାଶୁଣା। ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଚାଇନା ଏବଂ ଉତ୍ତର କୋରିଆ ଦ୍ୱାରା ସୃଷ୍ଟି ହୋଇଥିବା ବିପଦକୁ ପ୍ରତିହତ କରିବା ପାଇଁ ‘ଏସୀୟ ନାଟୋ’ ଗଠନ ପାଇଁ ପ୍ରସ୍ତାବ ଦେଇ ବି […] The post ଜାପାନରେ ୪ ବର୍ଷରେ ବଦଳିଲେଣି ୩ ପ୍ରଧାନମନ୍ତ୍ରୀ appeared first on Dharitri Odia News.

ଜାପାନରେ ୪ ବର୍ଷରେ ବଦଳିଲେଣି ୩ ପ୍ରଧାନମନ୍ତ୍ରୀ

ଟୋକିଓ,୨୭ା୯: ଜାପାନର ଶାସକ ଦଳ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଶିଗେରୁ ଇଶିବାଙ୍କୁ ଏହାର ନେତା ଭାବରେ ମନୋନୀତ କରିଛନ୍ତି, ଯିଏ ଆସନ୍ତା ସପ୍ତାହରେ ଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଶିଗେରୁ ତାଙ୍କ କାର୍ଯ୍ୟାଳୟରେ ମଡେଲ ବ୍ୟାଟଲଶିପ୍‌ ଏବଂ ଯୁଦ୍ଧ ବିମାନ ରଖିବା ପାଇଁ ଜଣାଶୁଣା। ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଚାଇନା ଏବଂ ଉତ୍ତର କୋରିଆ ଦ୍ୱାରା ସୃଷ୍ଟି ହୋଇଥିବା ବିପଦକୁ ପ୍ରତିହତ କରିବା ପାଇଁ ‘ଏସୀୟ ନାଟୋ’ ଗଠନ ପାଇଁ ପ୍ରସ୍ତାବ ଦେଇ ବି ବେଶ୍‌ ପରିଚିତ।

ଇଶିବା ପ୍ରାୟତଃ ଆମେରିକା ବିଷୟରେ ବିବୃତ୍ତି ଦେଇ ଚର୍ଚ୍ଚାକୁ ଆସନ୍ତି। ଫୁମିଓ କିଶିଡାଙ୍କ ପାରମ୍ପାରିକ ଆଭିମୁଖ୍ୟ ତୁଳନାରେ, ଇଶିବା ସର୍ବଦା ଭିନ୍ନ। ଇଶିବା କହିଛନ୍ତି, ବୈଦେଶିକ ନୀତି ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଜାପାନ ଅଧିକ ସ୍ବୟଂଶାସିତ ଭୂମିକା ଗ୍ରହଣ କରିବା ଉଚିତ।

ଏକ ରିପୋର୍ଟରେ କୁହାଯାଇଛି ଯେ, ଦେଶର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଇଶିବା ଜାପାନର ପ୍ରଧାନମନ୍ତ୍ରୀ ହେବା ନିଶ୍ଚିତ। ଶୁକ୍ରବାର ଜାପାନର ଶାସକ ଦଳ ଲିବରାଲ ଡେମୋକ୍ରାଟିକ୍‌ (ଏଲ୍‌ଡିପି) ଏବଂ ଇଶିବା ଦେଶର ନେତୃତ୍ୱ ନେବାକୁ ମନୋନୀତ ହୋଇଥିଲେ। ସଂସଦର ନିମ୍ନ ଗୃହ ଉପରେ ଏଲ୍‌ଡିପିର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଅଛି। ଜାପାନର ଗଣତାନ୍ତ୍ରିକ ବ୍ୟବସ୍ଥାରେ ସଂସଦର ନିମ୍ନ ଗୃହ ଅତ୍ୟନ୍ତ ଶକ୍ତିଶାଳୀ, ଏଭଳି ପରିସ୍ଥିତିରେ ଦଳ ଦ୍ୱାରା ମନୋନୀତ ନେତା ଦେଶର ପ୍ରଧାନମନ୍ତ୍ରୀ ହେବେ।

The post ଜାପାନରେ ୪ ବର୍ଷରେ ବଦଳିଲେଣି ୩ ପ୍ରଧାନମନ୍ତ୍ରୀ appeared first on Dharitri Odia News.