ଦିଲ୍ଲୀ ପୋଲିସ ‘ନ୍ୟୁଜ୍ କ୍ଲିକ୍’ ମାମଲାରେ ଦାଖଲ କଲା ପ୍ରଥମ ଚାର୍ଜସିଟ୍, ଜାଣନ୍ତୁ କ’ଣ ଆଣିଛି ଅଭିଯୋଗ?
ନୂଆଦିଲ୍ଲୀ ୩୦।୩: ଦିଲ୍ଲୀ ପୋଲିସ୍ ସ୍ପେଶାଲ ସେଲ ‘ନ୍ୟୁଜ୍ କ୍ଲିକ୍’ ମାମଲାରେ ପ୍ରଥମ ଚାର୍ଜସିଟ୍ ଦାଖଲ କରିଛି। ଅତିରିକ୍ତ ଦୌରାଜଜ୍ (ଏଏସଜେ) ହରଦୀପ କୌରଙ୍କ କୋର୍ଟରେ ଦାଖଲ ଚାର୍ଜସିଟ୍ ରେ ଏବେ ତର୍କ ହେବ। ଏପ୍ରିଲ ୧୬ରେ କୋର୍ଟ ମାମଲାର ପରବର୍ତ୍ତି ଶୁଣାଣି କରିବେ। ନ୍ୟୁଜ୍ ପୋର୍ଟାଲ ନ୍ୟୁଜ୍ କ୍ଲିକ୍ ଦେଶରେ ଚୀନ୍ ସପକ୍ଷରେ ପ୍ରଚାର ନିମନ୍ତେ ଅର୍ଥ ପ୍ରାପ୍ତ କରୁଥିଲା। ଏହି ମାମଲାରେ ପ୍ରବୀର ପୁରକାୟସ୍ଥଙ୍କୁ ମୁଖ୍ୟ ଅଭିଯୁକ୍ତ କରାଯାଇଛି। ଏଥିରେ ଅମିତ ଚକ୍ରବର୍ତ୍ତୀଙ୍କୁ ସରକାରୀ ସାକ୍ଷ କରାଯାଇଛି। ଦିଲ୍ଲୀ ପୋଲିସ ପକ୍ଷରୁ ନ୍ୟୁଜ୍ କ୍ଲିକ୍ ସଂସ୍ଥାପକ ତଥା ମୁଖ୍ୟ ସମ୍ପାଦକ ପ୍ରବୀର ପୁରକାୟସ୍ଥ ଓ ଏଚଆର ବିଭାଗ ମୁଖ୍ୟ ଅମିତ ଚକ୍ରବର୍ତ୍ତୀଙ୍କୁ ଆତଙ୍କବାଦ ନିବାରଣ ଆଇନରେ ରୁଜୁ ମାମଲାରେ ପଟିୟାଲା ହାଉସକୋର୍ଟରେ ଉପସ୍ଥାପନ କରାଯାଇଥିଲା। ଏହି ଅବସରରେ ଦିଲ୍ଲୀ ପୋଲିସ ଦେଶର ସାର୍ବଭୌମତା ଓ ଆଞ୍ଚଳିକ ଅଖଣ୍ଡତାକୁ ଦୁର୍ବଳ କରିବା ଉଦ୍ଦେଶ୍ୟରେ କଥିତ ରୂପେ ଚୀନ୍ କମ୍ପାନୀମାନଙ୍କ ମାଧ୍ୟମରେ ଧନ ପ୍ରାପ୍ତ କରୁଥିବା ଲାଗି ରୁଜୁ ମାମଲାରେ ନ୍ୟୁଜ୍ କ୍ଲିକ୍ ବିରୋଧରେ ନିଜର ପ୍ରଥମ ଅଭିଯୋଗ ଫର୍ଦ୍ଦ(ଚାର୍ଜସିଟ୍) ଦାଖଲ କରିଛି। ଦିଲ୍ଲୀ ପୋଲିସ ନ୍ୟୁଜ୍ କ୍ଲିକ୍ ବିରୋଧରେ ବେଆଇନ କାର୍ଯ୍ୟକଳାପ( ପ୍ରତିରୋଧ)ଅଧିନିୟମ (ୟୁଏପିଏ)ରେ ରୁଜୁ ମାମଲାରେ ପଟିୟାଲା ହାଉସ୍ ସ୍ଥିତ ସ୍ୱତନ୍ତ୍ର କୋର୍ଟରେ ଚାର୍ଜସିଟ୍ ଉପସ୍ଥାପନ କରିଛି
ନୂଆଦିଲ୍ଲୀ ୩୦।୩: ଦିଲ୍ଲୀ ପୋଲିସ୍ ସ୍ପେଶାଲ ସେଲ ‘ନ୍ୟୁଜ୍ କ୍ଲିକ୍’ ମାମଲାରେ ପ୍ରଥମ ଚାର୍ଜସିଟ୍ ଦାଖଲ କରିଛି। ଅତିରିକ୍ତ ଦୌରାଜଜ୍ (ଏଏସଜେ) ହରଦୀପ କୌରଙ୍କ କୋର୍ଟରେ ଦାଖଲ ଚାର୍ଜସିଟ୍ ରେ ଏବେ ତର୍କ ହେବ। ଏପ୍ରିଲ ୧୬ରେ କୋର୍ଟ ମାମଲାର ପରବର୍ତ୍ତି ଶୁଣାଣି କରିବେ। ନ୍ୟୁଜ୍ ପୋର୍ଟାଲ ନ୍ୟୁଜ୍ କ୍ଲିକ୍ ଦେଶରେ ଚୀନ୍ ସପକ୍ଷରେ ପ୍ରଚାର ନିମନ୍ତେ ଅର୍ଥ ପ୍ରାପ୍ତ କରୁଥିଲା। ଏହି ମାମଲାରେ ପ୍ରବୀର ପୁରକାୟସ୍ଥଙ୍କୁ ମୁଖ୍ୟ ଅଭିଯୁକ୍ତ କରାଯାଇଛି। ଏଥିରେ ଅମିତ ଚକ୍ରବର୍ତ୍ତୀଙ୍କୁ ସରକାରୀ ସାକ୍ଷ କରାଯାଇଛି।
ଦିଲ୍ଲୀ ପୋଲିସ ପକ୍ଷରୁ ନ୍ୟୁଜ୍ କ୍ଲିକ୍ ସଂସ୍ଥାପକ ତଥା ମୁଖ୍ୟ ସମ୍ପାଦକ ପ୍ରବୀର ପୁରକାୟସ୍ଥ ଓ ଏଚଆର ବିଭାଗ ମୁଖ୍ୟ ଅମିତ ଚକ୍ରବର୍ତ୍ତୀଙ୍କୁ ଆତଙ୍କବାଦ ନିବାରଣ ଆଇନରେ ରୁଜୁ ମାମଲାରେ ପଟିୟାଲା ହାଉସକୋର୍ଟରେ ଉପସ୍ଥାପନ କରାଯାଇଥିଲା। ଏହି ଅବସରରେ ଦିଲ୍ଲୀ ପୋଲିସ ଦେଶର ସାର୍ବଭୌମତା ଓ ଆଞ୍ଚଳିକ ଅଖଣ୍ଡତାକୁ ଦୁର୍ବଳ କରିବା ଉଦ୍ଦେଶ୍ୟରେ କଥିତ ରୂପେ ଚୀନ୍ କମ୍ପାନୀମାନଙ୍କ ମାଧ୍ୟମରେ ଧନ ପ୍ରାପ୍ତ କରୁଥିବା ଲାଗି ରୁଜୁ ମାମଲାରେ ନ୍ୟୁଜ୍ କ୍ଲିକ୍ ବିରୋଧରେ ନିଜର ପ୍ରଥମ ଅଭିଯୋଗ ଫର୍ଦ୍ଦ(ଚାର୍ଜସିଟ୍) ଦାଖଲ କରିଛି।

ଦିଲ୍ଲୀ ପୋଲିସ ନ୍ୟୁଜ୍ କ୍ଲିକ୍ ବିରୋଧରେ ବେଆଇନ କାର୍ଯ୍ୟକଳାପ( ପ୍ରତିରୋଧ)ଅଧିନିୟମ (ୟୁଏପିଏ)ରେ ରୁଜୁ ମାମଲାରେ ପଟିୟାଲା ହାଉସ୍ ସ୍ଥିତ ସ୍ୱତନ୍ତ୍ର କୋର୍ଟରେ ଚାର୍ଜସିଟ୍ ଉପସ୍ଥାପନ କରିଛି ଯାହା କେତେ ହଜାର ପୃଷ୍ଠାର ବୋଲି କୁହାଯାଉଛି। ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ ଗତବର୍ଷ ୟୁଏପିଏ ଧାରା ୧୩,୧୬,୧୭,୧୮ ଓ ୨୨ ସହିତ ଧାରା ୧୫୩ଏ (ଧର୍ମ,ଜାତି,ଜନ୍ମସ୍ଥାନ, ବାସ ଆଧାରରେ ବିଭିନ୍ନ ସମୂହ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହନ କରିବା)ରେ ମୋକଦ୍ଦମା ରୁଜୁ କରିଥିଲା।
ନ୍ୟୁଜ ପୋର୍ଟାଲ ବିରୋଧରେ ଆଇପିସିର ଧାରା ୧୨୦ ବି( ଅପରାଧିକ ଷଡ଼ଯନ୍ତ୍ର) ଧାରାରେ ମଧ୍ୟ ଅଭିଯୋଗ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ପୋଲିସ ୩ ଅକ୍ଟୋବର ୨୦୨୩ରେ ନ୍ୟୁଜ୍ କ୍ଲିକ୍ ସଂସ୍ଥାପକ ପ୍ରବୀର ପୁରକାୟସ୍ଥ ଓ ଏଚଆର ବିଭାଗ ମୁଖ୍ୟ ଅମିତ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଥିଲା। ଉଭୟଙ୍କୁ ୟୁଏପିଏ ଧାରାର କଡା ପ୍ରାବଧାନରେ ଗିରଫ କରାଯାଇଥିଲା। ଏହା ଛଡା ସେମାନଙ୍କ ଉପରେ ଆଇପିସିର ଧାରା ୧୫୩ଏ ଓ ୧୨୦ବିରେ ଅଭିଯୋଗ ମଧ୍ୟ କରାଯାଇଥିଲା।