IND vs ENG: ବାଦ୍ ପଡ଼ିବେ ନାୟର, କମ୍ବୋଜ କରିବେ ଡେବ୍ୟୁ, ଏମିତି ହୋଇପାରେ ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶ

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ଚତୁର୍ଥ ମ୍ୟାଚ୍ ଆସନ୍ତାକାଲି ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡରେ ଖେଳାଯିବ। ଏହି ମ୍ୟାଚ୍ ପାଇଁ ଇଂଲଣ୍ଡ ନିଜର ଚୂଡ଼ାନ୍ତ ଏକାଦଶ ଘୋଷଣା କରି ସାରିଛି। ହେଲେ ଭାରତର ଚୂଡ଼ାନ୍ତ ଏକାଦଶ କିପରି ରହିବ ତାହା ଉପରେ କ୍ରିକେଟ୍ ପ୍ରେମୀଙ୍କ ନଜର ରହିଛି। କାରଣ ଦଳର ଏକାଧିକ ଖେଳାଳି ଆହତ ହେବା ଦଳର ସମୀକରଣକୁ ବିଗାଡ଼ି ଦେଇଛି। ଫଳରେ ଦଳ ପ୍ରବନ୍ଧକଙ୍କୁ ଚୂଡ଼ାନ୍ତ ଏକାଦଶ ଚୟନରେ ଏବେ ମୁସ୍କିଲର ସାମ୍ନା କରିବାକୁ ପଡ଼ୁଛି। ଭାରତୀୟ ଦଳ ବର୍ତ୍ତମାନ ଶୃଙ୍ଖଳାରେ ୧-୨ରେ ପଛୁଆ ରହିଛି। ଶୃଙ୍ଖଳାରେ ତିଷ୍ଠିବାକୁ ହେଲେ ଶୁଭମନ ଗିଲ୍‌ଙ୍କ ଦଳକୁ ଚତୁର୍ଥ ଟେଷ୍ଟ ଜିତିବାକୁ ହେବ କିମ୍ବା ଅମୀମାସିଂତ ରଖିବାକୁ ପଡ଼ିବ। ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡି ଆହତ କାରଣରୁ ସିରିଜ୍‌ରୁ ବାଦ୍ ପଡ଼ିଛନ୍ତି। ଅର୍ଶଦୀପ ସିଂ ମଧ୍ୟ ଆହତ କାରଣରୁ ଚତୁର୍ଥ ଟେଷ୍ଟ ପାଇଁ ଉପଲବ୍ଧ ନାହାନ୍ତି। ଏଜବାଷ୍ଟନ ଟେଷ୍ଟର ହିରୋ  ଆକାଶଦୀପ ଗ୍ରୋଇନ ଆଘାତରେ ପୀଡ଼ିତ। ତେଣୁ ଚତୁର୍ଥ ଟେଷ୍ଟ ଖେଳିବା ନେଇ ତାଙ୍କର ସଂଶୟ ରହିଛି। ଓ୍ଵିକେଟ୍ କିପର ବ୍ୟାଟର ଋଷଭ ପନ୍ତ ଆଙ୍ଗୁଠିରେ ଲାଗିଥିବା  ଆଘାତ ସସମ୍ୟାରୁ ସୁସ୍ଥ ହେଉଛନ୍ତି। ତେଣୁ ତାଙ୍କର ଚତୁର୍ଥ ଟେଷ୍ଟ ଖେଳିବା ନିଶ୍ଚିତ ଲାଗୁଛି।ବୁମରାଙ୍କ ସହ କମ୍ବୋଜ ଖେଳିବେ ? ଦଳର ଆହତ ସମସ୍ୟା କାରଣରୁ ଯଶପ୍ରୀତ ବୁମରାଙ୍କୁ ଦର୍ଶକ ମାଞ୍ଚେଷ୍ଟର ଟେଷ୍ଟ

IND vs ENG: ବାଦ୍ ପଡ଼ିବେ ନାୟର, କମ୍ବୋଜ କରିବେ ଡେବ୍ୟୁ, ଏମିତି ହୋଇପାରେ ଭାରତୀୟ  ଦଳର ଚୂଡ଼ାନ୍ତ ଏକାଦଶ

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ଚତୁର୍ଥ ମ୍ୟାଚ୍ ଆସନ୍ତାକାଲି ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡରେ ଖେଳାଯିବ। ଏହି ମ୍ୟାଚ୍ ପାଇଁ ଇଂଲଣ୍ଡ ନିଜର ଚୂଡ଼ାନ୍ତ ଏକାଦଶ ଘୋଷଣା କରି ସାରିଛି। ହେଲେ ଭାରତର ଚୂଡ଼ାନ୍ତ ଏକାଦଶ କିପରି ରହିବ ତାହା ଉପରେ କ୍ରିକେଟ୍ ପ୍ରେମୀଙ୍କ ନଜର ରହିଛି। କାରଣ ଦଳର ଏକାଧିକ ଖେଳାଳି ଆହତ ହେବା ଦଳର ସମୀକରଣକୁ ବିଗାଡ଼ି ଦେଇଛି। ଫଳରେ ଦଳ ପ୍ରବନ୍ଧକଙ୍କୁ ଚୂଡ଼ାନ୍ତ ଏକାଦଶ ଚୟନରେ ଏବେ ମୁସ୍କିଲର ସାମ୍ନା କରିବାକୁ ପଡ଼ୁଛି। 

ଭାରତୀୟ ଦଳ ବର୍ତ୍ତମାନ ଶୃଙ୍ଖଳାରେ ୧-୨ରେ ପଛୁଆ ରହିଛି। ଶୃଙ୍ଖଳାରେ ତିଷ୍ଠିବାକୁ ହେଲେ ଶୁଭମନ ଗିଲ୍‌ଙ୍କ ଦଳକୁ ଚତୁର୍ଥ ଟେଷ୍ଟ ଜିତିବାକୁ ହେବ କିମ୍ବା ଅମୀମାସିଂତ ରଖିବାକୁ ପଡ଼ିବ। ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡି ଆହତ କାରଣରୁ ସିରିଜ୍‌ରୁ ବାଦ୍ ପଡ଼ିଛନ୍ତି। ଅର୍ଶଦୀପ ସିଂ ମଧ୍ୟ ଆହତ କାରଣରୁ ଚତୁର୍ଥ ଟେଷ୍ଟ ପାଇଁ ଉପଲବ୍ଧ ନାହାନ୍ତି। ଏଜବାଷ୍ଟନ ଟେଷ୍ଟର ହିରୋ  ଆକାଶଦୀପ ଗ୍ରୋଇନ ଆଘାତରେ ପୀଡ଼ିତ। ତେଣୁ ଚତୁର୍ଥ ଟେଷ୍ଟ ଖେଳିବା ନେଇ ତାଙ୍କର ସଂଶୟ ରହିଛି। ଓ୍ଵିକେଟ୍ କିପର ବ୍ୟାଟର ଋଷଭ ପନ୍ତ ଆଙ୍ଗୁଠିରେ ଲାଗିଥିବା  ଆଘାତ ସସମ୍ୟାରୁ ସୁସ୍ଥ ହେଉଛନ୍ତି। ତେଣୁ ତାଙ୍କର ଚତୁର୍ଥ ଟେଷ୍ଟ ଖେଳିବା ନିଶ୍ଚିତ ଲାଗୁଛି।

ବୁମରାଙ୍କ ସହ କମ୍ବୋଜ ଖେଳିବେ ? 

ଦଳର ଆହତ ସମସ୍ୟା କାରଣରୁ ଯଶପ୍ରୀତ ବୁମରାଙ୍କୁ ଦର୍ଶକ ମାଞ୍ଚେଷ୍ଟର ଟେଷ୍ଟରେ ଦେଖିବାକୁ ପାଇବେ। ଗତକାଲି ଦ୍ରୁତ ବୋଲର ମହମ୍ମଦ ସିରାଜ ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ଏହା ସ୍ପଷ୍ଟ କରି ସାରିଛନ୍ତି। ବୁମରା ଓ ସିରାଜଙ୍କ ଖେଳିବା ନିଶ୍ଚିତ ଥିବା ବେଳେ ତୃତୀୟ ବୋଲର ଭାବେ କାହାକୁ ସୁଯୋଗ ମିଳିବ ତାକୁ ନେଇ ପ୍ରଶ୍ନ ଉଠିଛି। ଯଦି ଆକାଶଦୀପ ନ ଖେଳନ୍ତି ତାଙ୍କ ସ୍ଥାନରେ ଅଂଶୁଲ କମ୍ବୋଜଙ୍କୁ ଟେଷ୍ଟ କ୍ରିକେଟ୍‌ରେ ପଦାର୍ପଣ ପାଇଁ ସୁଯୋଗ ମିଳିପାରେ। ପ୍ରସିଦ୍ଧ କୃଷ୍ଣା ଦାବିଦାର ଥିଲେ ମଧ୍ୟ ସିରିଜ୍‌ରେ ତାଙ୍କ ପ୍ରଦର୍ଶନ ବହୁତ ନିରାଶଜନକ ରହିଛି। 

ଶାର୍ଦ୍ଦୁଳ ଠାକୁର କିମ୍ବା କୁଲଦୀପ ଯାଦବ

ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡୀ ଶୃଙ୍ଖଳାରୁ ବାହାରିବା ପରେ ମାଞ୍ଚେଷ୍ଟରରେ ତାଙ୍କ ସ୍ଥାନରେ ଶାର୍ଦ୍ଦୁଳ ଠାକୁର କିମ୍ବା କୁଲଦୀପ ଯାଦବଙ୍କୁ ସୁଯୋଗ ମିଳିପାରେ। ସିରିଜ୍‌ରେ ଠାକୁରଙ୍କୁ ସୁଯୋଗ ମିଳିଥିଲେ ହେଁ ତାର ସେ ଫାଇଦା ଉଠାଇ ପାରି ନାହାନ୍ତି। କୁଲଦୀପ ଯାଦବ ଏ ପର୍ଯ୍ୟନ୍ତ ତିନୋଟି ଟେଷ୍ଟରେ ବେଞ୍ଚରେ ବସିଛନ୍ତି। ଦଳ ପ୍ରବନ୍ଧକ ଅଲରାଉଣ୍ଡରଙ୍କୁ ଗୁରୁତ୍ଵ ଦେବା ରଣନୀତିରେ ଏହି ସ୍ପିନରଙ୍କ ଅଣଦେଖା କରି ଚାଲିଛନ୍ତି।

ବାଦ୍ ପଡ଼ିବେ କରୁଣ ନାୟର

ମାଞ୍ଚେଷ୍ଟର ଟେଷ୍ଟରେ କରୁଣ ନାୟରଙ୍କୁ ବାଦ୍ ଦିଆଯିବାର ସମ୍ଭାବନା ରହିଛି। କାରଣ ସିରିଜରେ ସେ ନିରାଶଜନକ ପ୍ରଦର୍ଶନ କରିଛନ୍ତି। ତିନୋଟି ଟେଷ୍ଟର ୬ଟି ଇନିଂସରେ ସେ କେବଳ ୧୩୧ ରନ କରିଛନ୍ତି। ତେଣୁ ତାଙ୍କୁ ଚତୁର୍ଥ ଟେଷ୍ଟରେ ସୁଯୋଗ ମିଳିବାର ସମ୍ଭାବନା କମ ରହିଛି। ତୃତୀୟ ଟେଷ୍ଟରେ ବି ନାୟରଙ୍କୁ ସୁଯୋଗ ମିଳିବା ନେଇ ମଧ୍ୟ ସନ୍ଦେହ ରହିଥିଲା। କିନ୍ତୁ ଦଳ ପ୍ରବନ୍ଧକ ତାଙ୍କ ଉପରେ ପୁନଃ ଭରସା କରି ଲର୍ଡ୍ସ ଟେଷ୍ଟ ଖେଳାଇଥିଲେ। କିନ୍ତୁ ନାୟର ମିଳିଥିବା ସୁଯୋଗର ଫାଇଦା ଉଠାଇ ପାରି ନ ଥିଲେ। ତେଣୁ ତାଙ୍କ ସ୍ଥାନରେ ସାଇ ସୁଦର୍ଶନଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିପାରେ। ସିରିଜର ପ୍ରଥମ ଦୁଇଟି ମ୍ୟାଚ୍‌ରେ ସୁଦର୍ଶନଙ୍କୁ ସୁଯୋଗ ମିଳିଥିଲା। କିନ୍ତୁ ସେ ବି ଏହାର ଫାଇଦା ଉଠାଇ ପାରି ନ ଥିଲେ। ତଥାପି ତାଙ୍କୁ ଆଉ ଗୋଟିଏ ସୁଯୋଗ ମିଳିପାରେ।

ଚତୁର୍ଥ ଟେଷ୍ଟ ପାଇଁ ଭାରତର ସମ୍ଭାବିତ ଏକାଦଶ

ଯଶସ୍ଵୀ ଜୟସ୍ଵାଲ, କେଏଲ ରାହୁଲ, ସାଇ ସୁଦର୍ଶନ, ଶୁଭମନ ଗିଲ୍(ଅଧିନାୟକ), ଋଷଭ ପନ୍ତ(ଓ୍ଵିକେଟ୍ କିପର), ଶାର୍ଦ୍ଦୁଳ ଠାକୁର/କୁଲଦୀପ ଯାଦବ, ରବୀନ୍ଦ୍ର ଜାଡ଼େଜା, ଓ୍ଵାଶିଂଟନ ସୁନ୍ଦର, ଆକାଶଦୀପ/ଅଂଶୁଲ କମ୍ବୋଜ, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ।