ଅଶାନ୍ତ ପୁଣି ବ୍ରହ୍ମପୁର, ପୂର୍ବ ଶତ୍ରୁତାରୁ ଗଡ଼ିଲା ଯୁବକଙ୍କ ମୁଣ୍ଡ

ବ୍ରହ୍ମପୁର ୦୩।୦୬ : ଅଶାନ୍ତ ବ୍ରହ୍ମପୁର । ପୂର୍ବ ବିବାଦରୁ ପୁଣି ଗଡ଼ିଲା ମୁଣ୍ଡ । ବ୍ରହ୍ମପୁର ବଡ଼ବଜାର ଥାନା ଜଗବନ୍ଧୁ ସାହି ଆପାର୍ଟମେଣ୍ଟ ନିକଟରେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତ ଯୁବକଙ୍କ ନାମ ଲଡୁ ବୋଲି ଜଣାପଡିଛି । ହତ୍ୟା ସଂପର୍କରେ ଖବର ପାଇ ବଡ଼ବଜାର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି । ଖବର ଅନୁଯାୟୀ, ହତ୍ୟା ଉଦ୍ୟମ ଘଟଣାରେ କିଛି ଜେଲ୍‌ ଯାଇଥିଲେ ଲଡୁ । କିଛି ଦିନ ତଳେ ସେ ଜେଲ୍‌ରୁ ଫେରିଥିଲେ। ହେଲେ ଏବେ ତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ବଡ଼ବଜାର ଥାନା ଜଗବନ୍ଧୁ ସାହି ଆପାର୍ଟମେଣ୍ଟ ନିକଟରେ ଲଡୁଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ସେପଟେ ଘଟଣା ସଂପର୍କରେ ଖବର ପାଇ ବଡ଼ବଜାର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେକୁ ଜବତ କରି ଛାନ୍‌ଭିନ୍‌ ଜାରି ରଖିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରୁଛି ପୋଲିସ । ବାକି ପୋଲିସର ପ୍ରାଥମିକ ରିପୋର୍ଟ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ହିଁ ହତ୍ୟାକାଣ୍ଡ ପଛର ପ୍ରକୃତ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।  

ଅଶାନ୍ତ ପୁଣି ବ୍ରହ୍ମପୁର, ପୂର୍ବ ଶତ୍ରୁତାରୁ ଗଡ଼ିଲା ଯୁବକଙ୍କ ମୁଣ୍ଡ

ବ୍ରହ୍ମପୁର ୦୩।୦୬ : ଅଶାନ୍ତ ବ୍ରହ୍ମପୁର । ପୂର୍ବ ବିବାଦରୁ ପୁଣି ଗଡ଼ିଲା ମୁଣ୍ଡ । ବ୍ରହ୍ମପୁର ବଡ଼ବଜାର ଥାନା ଜଗବନ୍ଧୁ ସାହି ଆପାର୍ଟମେଣ୍ଟ ନିକଟରେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତ ଯୁବକଙ୍କ ନାମ ଲଡୁ ବୋଲି ଜଣାପଡିଛି । ହତ୍ୟା ସଂପର୍କରେ ଖବର ପାଇ ବଡ଼ବଜାର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି । 

ଖବର ଅନୁଯାୟୀ, ହତ୍ୟା ଉଦ୍ୟମ ଘଟଣାରେ କିଛି ଜେଲ୍‌ ଯାଇଥିଲେ ଲଡୁ । କିଛି ଦିନ ତଳେ ସେ ଜେଲ୍‌ରୁ ଫେରିଥିଲେ। ହେଲେ ଏବେ ତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ବଡ଼ବଜାର ଥାନା ଜଗବନ୍ଧୁ ସାହି ଆପାର୍ଟମେଣ୍ଟ ନିକଟରେ ଲଡୁଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ସେପଟେ ଘଟଣା ସଂପର୍କରେ ଖବର ପାଇ ବଡ଼ବଜାର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେକୁ ଜବତ କରି ଛାନ୍‌ଭିନ୍‌ ଜାରି ରଖିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରୁଛି ପୋଲିସ । ବାକି ପୋଲିସର ପ୍ରାଥମିକ ରିପୋର୍ଟ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ହିଁ ହତ୍ୟାକାଣ୍ଡ ପଛର ପ୍ରକୃତ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।