ରାଜ୍ୟ ସରକାରଙ୍କ ମନ୍ତ୍ରୀ ପରିଷଦ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଭୁବନେଶ୍ୱର ୧୮/୦୭: ମନ୍ତ୍ରୀ ପରିଷଦ ବୈଠକ । ଆଜି ବସିବ ମୋହନ ସରକାରଙ୍କର ମନ୍ତ୍ରୀ ପରିଷଦ ବୈଠକ । ସକାଳ ୯ଟାରେ ଆରମ୍ଭ ହେବ ବୈଠକ । ବୈଠକରେ ବଜେଟ୍ ଚିଠା ପ୍ରସ୍ତାବକୁ ମିଳିବ ଅନୁମୋଦନ । ଏହାପରେ ବସିବ କ୍ୟାବିନେଟ୍ ବୈଠକ । ମୋହନ ସରକାରଙ୍କର ଏହା ତୃତୀୟ କ୍ୟାବିନେଟ୍ ବୈଠକ । ଏଥିରେ କୃଷକମାନଙ୍କ ସମ୍ପର୍କରେ ବଡ ନିଷ୍ପତ୍ତି ଆସିପାରେ । ସୂଚନା ଥାଉକି, ଆଜି ବସିବ ରାଜ୍ୟ ସରକାରଙ୍କ ତୃତୀୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ । ବୈଠକରେ ବଜେଟ ପ୍ରସ୍ତାବ ଉପରେ ଅନୁମୋଦନ ଦିଆଯିବ। ଏହା ସହିତ ସରକାରଙ୍କ ୧୦୦ ଦିନିଆ କାର୍ଯ୍ୟ ଖସଡ଼ା ସମ୍ପର୍କରେ ଆଲୋଚନା ହେବ। ବୈଠକରେ ଏମଏସପି ବୃଦ୍ଧି, ସେପ୍ଟେମ୍ବରରୁ ସୁଭଦ୍ରା ଯୋଜନା ପ୍ରଚଳନ ଆଦି ସମ୍ପର୍କରେ ଆଲୋଚନା କରାଯିବ। ଦ୍ବିତୀୟ କ୍ୟାବିନେଟରେ ୫ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା। ସେଥିରୁ ପୂର୍ବ ସରକାର ସମୟରେ ଗ୍ରହଣ କରାଯାଇଥିବା ମଜୁରୀ ବୃଦ୍ଧି, ଶିକ୍ଷକ ନିଯୁକ୍ତି ଆଦି ପ୍ରସଙ୍ଗ ଅନ୍ତର୍ଭୁକ୍ତ ଥିଲା।
ଭୁବନେଶ୍ୱର ୧୮/୦୭: ମନ୍ତ୍ରୀ ପରିଷଦ ବୈଠକ । ଆଜି ବସିବ ମୋହନ ସରକାରଙ୍କର ମନ୍ତ୍ରୀ ପରିଷଦ ବୈଠକ । ସକାଳ ୯ଟାରେ ଆରମ୍ଭ ହେବ ବୈଠକ । ବୈଠକରେ ବଜେଟ୍ ଚିଠା ପ୍ରସ୍ତାବକୁ ମିଳିବ ଅନୁମୋଦନ । ଏହାପରେ ବସିବ କ୍ୟାବିନେଟ୍ ବୈଠକ । ମୋହନ ସରକାରଙ୍କର ଏହା ତୃତୀୟ କ୍ୟାବିନେଟ୍ ବୈଠକ । ଏଥିରେ କୃଷକମାନଙ୍କ ସମ୍ପର୍କରେ ବଡ ନିଷ୍ପତ୍ତି ଆସିପାରେ ।
ସୂଚନା ଥାଉକି, ଆଜି ବସିବ ରାଜ୍ୟ ସରକାରଙ୍କ ତୃତୀୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ । ବୈଠକରେ ବଜେଟ ପ୍ରସ୍ତାବ ଉପରେ ଅନୁମୋଦନ ଦିଆଯିବ। ଏହା ସହିତ ସରକାରଙ୍କ ୧୦୦ ଦିନିଆ କାର୍ଯ୍ୟ ଖସଡ଼ା ସମ୍ପର୍କରେ ଆଲୋଚନା ହେବ। ବୈଠକରେ ଏମଏସପି ବୃଦ୍ଧି, ସେପ୍ଟେମ୍ବରରୁ ସୁଭଦ୍ରା ଯୋଜନା ପ୍ରଚଳନ ଆଦି ସମ୍ପର୍କରେ ଆଲୋଚନା କରାଯିବ।
ଦ୍ବିତୀୟ କ୍ୟାବିନେଟରେ ୫ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା। ସେଥିରୁ ପୂର୍ବ ସରକାର ସମୟରେ ଗ୍ରହଣ କରାଯାଇଥିବା ମଜୁରୀ ବୃଦ୍ଧି, ଶିକ୍ଷକ ନିଯୁକ୍ତି ଆଦି ପ୍ରସଙ୍ଗ ଅନ୍ତର୍ଭୁକ୍ତ ଥିଲା।