୧୬ ବର୍ଷ କ୍ୟାରିୟରରେ ପଡ଼ିଲା ପୂର୍ଣ୍ଣଚ୍ଛେଦ: ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ରାଣୀ ରାମପାଲ

ନୂଆଦିଲ୍ଲୀ: ୧୬ ବର୍ଷ ହକି କ୍ୟାରିୟରରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ଅବସର ଘୋଷଣା କଲେ ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟକ ରାଣୀ ରାମପାଲ। ଏନେଇ ଖବର ସରବରାହ ସଂସ୍ଥା ପିଟିଆଇରେ ରିପୋର୍ଟ ପ୍ରକାଶ ପାଇଛି।  ଭାରତୀୟ ହକି ଦଳରେ ଦୀର୍ଘ ୧୬ ବର୍ଷ ଧରି ଚମତ୍କାର ଖେଳ ପ୍ରଦର୍ଶନ କରି ରାଣୀ ରାମପାଲ ମହାନ ଖେଳାଳିଙ୍କ ତାଲିକାରେ ସାମିଲ୍ ହୋଇଛନ୍ତି। ସେ ଭାରତ ପାଇଁ ମୋଟ ୨୫୪ଟି ମ୍ୟାଚ୍ ଖେଳିଥିବା ବେଳେ ୧୨୦ ଗୋଲ ସ୍କୋର କରିଥିଲେ। ୨୦୨୧ ମସିହା ଟୋକିଓ ଅଲିମ୍ପିକ୍ସରେ ରାଣୀଙ୍କ ଅଧିନାୟକତ୍ୱରେ ଭାରତୀୟ ମହିଳା ହକି ଦଳ ସେମିଫାଇନାଲରେ ପ୍ରବେଶ କରିଥିଲା। ଅକ୍ଟୋବର ୨୪ ତାରିଖରେ ରାଣୀ ଅବସର ଘୋଷଣା କରି କହିଛନ୍ତି "ମୋର ହକି ଯାତ୍ରା ଖୁବ୍ ଚମତ୍କାର ଥିଲା। ମୁଁ କେବେ ଭାବି ନଥିଲି ଯେ ମୁଁ ଏତେ ଦିନ ପର୍ଯ୍ୟନ୍ତ ଭାରତ ପାଇଁ ଖେଳି ପାରିବି। ମୁଁ ପିଲାଦିନରୁ ବହୁତ ଦାରିଦ୍ର୍ୟ ଦେଖିଛି, କିନ୍ତୁ ଧ୍ୟାନ ସର୍ବଦା କିଛି ବଡ଼ କରି ଦେଖାଇବାରେ ଥିଲା। ମୁଁ ସବୁବେଳେ ଦେଶର ପ୍ରତିନିଧିତ୍ୱ କରିବାକୁ ଚାହୁଁଥିଲି।”An era of excellence comes to an end! ????????????Today, we bid farewell to the one and only Rani Rampal, an icon who has defined Indian hockey for over a decade. From leading India to countless victories to being an inspiration for aspiring athletes across th

୧୬ ବର୍ଷ କ୍ୟାରିୟରରେ ପଡ଼ିଲା ପୂର୍ଣ୍ଣଚ୍ଛେଦ: ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ରାଣୀ ରାମପାଲ

ନୂଆଦିଲ୍ଲୀ: ୧୬ ବର୍ଷ ହକି କ୍ୟାରିୟରରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ଅବସର ଘୋଷଣା କଲେ ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟକ ରାଣୀ ରାମପାଲ। ଏନେଇ ଖବର ସରବରାହ ସଂସ୍ଥା ପିଟିଆଇରେ ରିପୋର୍ଟ ପ୍ରକାଶ ପାଇଛି।  

ଭାରତୀୟ ହକି ଦଳରେ ଦୀର୍ଘ ୧୬ ବର୍ଷ ଧରି ଚମତ୍କାର ଖେଳ ପ୍ରଦର୍ଶନ କରି ରାଣୀ ରାମପାଲ ମହାନ ଖେଳାଳିଙ୍କ ତାଲିକାରେ ସାମିଲ୍ ହୋଇଛନ୍ତି। ସେ ଭାରତ ପାଇଁ ମୋଟ ୨୫୪ଟି ମ୍ୟାଚ୍ ଖେଳିଥିବା ବେଳେ ୧୨୦ ଗୋଲ ସ୍କୋର କରିଥିଲେ। ୨୦୨୧ ମସିହା ଟୋକିଓ ଅଲିମ୍ପିକ୍ସରେ ରାଣୀଙ୍କ ଅଧିନାୟକତ୍ୱରେ ଭାରତୀୟ ମହିଳା ହକି ଦଳ ସେମିଫାଇନାଲରେ ପ୍ରବେଶ କରିଥିଲା। 

ଅକ୍ଟୋବର ୨୪ ତାରିଖରେ ରାଣୀ ଅବସର ଘୋଷଣା କରି କହିଛନ୍ତି "ମୋର ହକି ଯାତ୍ରା ଖୁବ୍ ଚମତ୍କାର ଥିଲା। ମୁଁ କେବେ ଭାବି ନଥିଲି ଯେ ମୁଁ ଏତେ ଦିନ ପର୍ଯ୍ୟନ୍ତ ଭାରତ ପାଇଁ ଖେଳି ପାରିବି। ମୁଁ ପିଲାଦିନରୁ ବହୁତ ଦାରିଦ୍ର୍ୟ ଦେଖିଛି, କିନ୍ତୁ ଧ୍ୟାନ ସର୍ବଦା କିଛି ବଡ଼ କରି ଦେଖାଇବାରେ ଥିଲା। ମୁଁ ସବୁବେଳେ ଦେଶର ପ୍ରତିନିଧିତ୍ୱ କରିବାକୁ ଚାହୁଁଥିଲି।”



୨୦୦୮ ମସିହାରେ ମାତ୍ର ୧୪   ବର୍ଷ ବୟସରେ ଭାରତୀୟ ହକି ଟିମ୍‌ରେ ଡେବ୍ୟୁ କରିଥିବା ରାଣୀଙ୍କୁ ବର୍ତ୍ତମାନ ୨୯ ବର୍ଷ। ସେ ହରିୟାଣାର ଶାହାବାଦ ମାର୍କଣ୍ଡା ଅଞ୍ଚଳରୁ ଆସି ହକିରେ ଦେଶର ପ୍ରତିନିଧିତ୍ୱ କରିଥିଲେ। ପରିବାରର ଆର୍ଥିକ ପରିସ୍ଥିତି ଭଲ ନଥିଲା। ତାଙ୍କ ବାପା ଟ୍ରଲି କିମ୍ବା ଠେଲାରେ ମାଲ ବୋହିବା କାମ କରୁଥିଲେ। ଗରିବ ପରିବାରରୁ ଆସି ଭାରତୀୟ ମହିଳା ହକି ଦଳର ଅଧିନାୟକ ହେବା ପର୍ଯ୍ୟନ୍ତ ତାଙ୍କର ଯାତ୍ରା ଖୁବ ପ୍ରେରଣାଦାୟୀ।

୨୦୨୩ରେ ସେ ଟିମ୍ ଇଣ୍ଡିଆ ପାଇଁ ଶେଷ ମ୍ୟାଚ୍ ଖେଳିଥିଲେ। ଏହାପରେ ହକି ଦଳର କୋଚ୍ ଥିବା ଜାନେକେ ଶପମ୍ୟାନ୍ ତାଙ୍କୁ ଦଳରୁ ବାହାର କରିଦେଇଥିଲେ। ତେବେ ତାଙ୍କୁ କାହିଁକି ଦଳରୁ ବିଦା କରାଗଲା ସେ ନେଇ ମଧ୍ୟ ତାଙ୍କୁ କୌଣସି କାରଣ କୁହାଯାଇ ନଥିଲା। ତେବେ ଟିମ୍‌ରୁ ବାହାରିବା ପରେ ରାଣୀ କୋଚିଂ ଉପରେ ଧ୍ୟାନ ଦେବା ଆରମ୍ଭ  କରିଥିଲେ। ସେ ଗତ ବର୍ଷ ସବ୍-ଜୁନିଅର ମହିଳା ଜାତୀୟ ଦଳର କୋଚ୍ ଥିଲେ। ଆଉ ବର୍ତ୍ତମାନ ହକି ଇଣ୍ଡିଆ ଲିଗରେ କୋଚ୍ ଭାବରେ କାମ କରୁଛନ୍ତି। ସେ ସେ ସୁରମା ହକି କ୍ଲବ୍‌ର କୋଚିଂ ଷ୍ଟାଫ୍ ସଦସ୍ୟ ଅଛନ୍ତି।