ଧକ୍କା ଦେଲା ଅଜଣା ଗାଡ଼ି, ଦୁର୍ଘଟଣା ପରେ ପିକ୍ଅପ୍ରୁ ମିଳିଲା ବିପୁଳ ପରିମାଣର ବିସ୍ଫୋରକ
ସୋର ୧୯।୦୭ : ଦୁର୍ଘଟଣାଗ୍ରସ୍ତ ପିକ୍ଅପ୍ ଗାଡ଼ିରୁ ବିପୁଳ ପରିମାଣର ବିସ୍ଫୋରକ ଜବତ । ୧୬ ନମ୍ବର ଜାତୀୟ ରାଜପଥ ତଳନଗର ଅଲିପୁର ଛକରେ ଏକ ଟ୍ରକ ଧକ୍କାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ପିକ୍ପିଅ୍ ଗାଡ଼ି । ଯେଉଁଥିରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଖବର ଅନୁଯାୟୀ, ଏକ ପିକ୍ଅପ୍ ଗାଡ଼ିଟି ଭଦ୍ରକରୁ ବାଲେଶ୍ୱର ଆଡ଼କ ଯାଉଥିଲା । ୧୬ ନମ୍ବର ଜାତୀୟ ରାଜପଥ ଅଲିପୁର ଛକ ନିକଟରେ ଏକ ଟ୍ରକ ଆସି ପିକ୍ଅପ୍ ପଛପଟେ ପିଟି ହୋଇଥିଲା । ଯାହାଫଳରେ ପିକ୍ଅପ୍ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଥିଲା ବେଳେ ଗାଡ଼ିରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଥିବା ଜଣାପଡିଛି । ନିକଟରେ ମହୁମୁହାଣ ଖଞ୍ଜାମାହାଲର ୬୨ ପଥର ଖାଦାନ ରହିଛି । ଦୀର୍ଘ ଦିନ ହେବ ବନ୍ଦ ରହିଥିବା ବେଳେ ପଥର ମାଫିଆଙ୍କ ଲୋଲୁପ ଦୃଷ୍ଟି ଏହି ଖାଦାନ ଉପରେ ପଡିଛି । ସେଥିପାଇଁ ଏହି ବିସ୍ଫୋରକ ଚାଲାଣ ହେଉଥିବା ଅନୁମାନ କରାଯାଉଛି । ସେହିପରି ଉକ୍ତ ଖାଦାନରେ ଏବେବି ବିସ୍ଫୋରଣ ଚାଲିଛି । ତେଣୁ ସେଠାରେ ବିସ୍ଫୋରଣ ପାଇଁ ଏହା ଚାଲାଣ ହୋଇପାରେ ।
ସୋର ୧୯।୦୭ : ଦୁର୍ଘଟଣାଗ୍ରସ୍ତ ପିକ୍ଅପ୍ ଗାଡ଼ିରୁ ବିପୁଳ ପରିମାଣର ବିସ୍ଫୋରକ ଜବତ । ୧୬ ନମ୍ବର ଜାତୀୟ ରାଜପଥ ତଳନଗର ଅଲିପୁର ଛକରେ ଏକ ଟ୍ରକ ଧକ୍କାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ପିକ୍ପିଅ୍ ଗାଡ଼ି । ଯେଉଁଥିରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।

ଖବର ଅନୁଯାୟୀ, ଏକ ପିକ୍ଅପ୍ ଗାଡ଼ିଟି ଭଦ୍ରକରୁ ବାଲେଶ୍ୱର ଆଡ଼କ ଯାଉଥିଲା । ୧୬ ନମ୍ବର ଜାତୀୟ ରାଜପଥ ଅଲିପୁର ଛକ ନିକଟରେ ଏକ ଟ୍ରକ ଆସି ପିକ୍ଅପ୍ ପଛପଟେ ପିଟି ହୋଇଥିଲା । ଯାହାଫଳରେ ପିକ୍ଅପ୍ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଥିଲା ବେଳେ ଗାଡ଼ିରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଥିବା ଜଣାପଡିଛି । ନିକଟରେ ମହୁମୁହାଣ ଖଞ୍ଜାମାହାଲର ୬୨ ପଥର ଖାଦାନ ରହିଛି । ଦୀର୍ଘ ଦିନ ହେବ ବନ୍ଦ ରହିଥିବା ବେଳେ ପଥର ମାଫିଆଙ୍କ ଲୋଲୁପ ଦୃଷ୍ଟି ଏହି ଖାଦାନ ଉପରେ ପଡିଛି । ସେଥିପାଇଁ ଏହି ବିସ୍ଫୋରକ ଚାଲାଣ ହେଉଥିବା ଅନୁମାନ କରାଯାଉଛି । ସେହିପରି ଉକ୍ତ ଖାଦାନରେ ଏବେବି ବିସ୍ଫୋରଣ ଚାଲିଛି । ତେଣୁ ସେଠାରେ ବିସ୍ଫୋରଣ ପାଇଁ ଏହା ଚାଲାଣ ହୋଇପାରେ ।