ମଦ ଚୋରାଚାଲାଣ ବେଳେ ଧରିଲେ ଗ୍ରାମବାସୀ
ବେହେରା,୧୫ା୪ (ଭୂପେଶ ତିୱାରୀ): କଳାହାଣ୍ଡି ଜିଲା ଧର୍ମଗଡ ବ୍ଲକ ବେହେରାଠାରେ ଥିବା ବିଦେଶୀ ମଦ ଦୋକାନର ଦୁଇଜଣ କର୍ମଚାରୀ ବିଦେଶୀ ମଦ ଚୋରା ଚାଲାଣ କରୁଥିବା ବେଳେ ଗ୍ରାମବାସୀଙ୍କ ହାତରେ ଧରାପଡିଛନ୍ତି। ବିଦେଶୀ ମଦ ଦୋକାନରୁ ୨ଜଣ କର୍ମଚାରୀ ଏକ ବାଇକ୍ (ଓଆର୦୮ଏଫ ୦୪୦୩)ରେ ପ୍ରାୟ ୪୮ଲିଟର ବିଅର ନେଉଥିବା ବେଳେ ଗ୍ରାମର ସଚେତନ ଯୁବକ ଅଟକାଇ କୋକସରା ଥାନାକୁ ଖବର ଦେଇଥିଲେ। କୋକସରା ଥାନା ଏସ୍ଆଇ ହେମନ୍ତ କୁମାର ପାତ୍ର, ଏଏସ୍ଆଇ ସନ୍ତୋଷ କୁମାର ନାଏକ, […] The post ମଦ ଚୋରାଚାଲାଣ ବେଳେ ଧରିଲେ ଗ୍ରାମବାସୀ appeared first on Dharitri Odia News.
ବେହେରା,୧୫ା୪ (ଭୂପେଶ ତିୱାରୀ): କଳାହାଣ୍ଡି ଜିଲା ଧର୍ମଗଡ ବ୍ଲକ ବେହେରାଠାରେ ଥିବା ବିଦେଶୀ ମଦ ଦୋକାନର ଦୁଇଜଣ କର୍ମଚାରୀ ବିଦେଶୀ ମଦ ଚୋରା ଚାଲାଣ କରୁଥିବା ବେଳେ ଗ୍ରାମବାସୀଙ୍କ ହାତରେ ଧରାପଡିଛନ୍ତି।
ବିଦେଶୀ ମଦ ଦୋକାନରୁ ୨ଜଣ କର୍ମଚାରୀ ଏକ ବାଇକ୍ (ଓଆର୦୮ଏଫ ୦୪୦୩)ରେ ପ୍ରାୟ ୪୮ଲିଟର ବିଅର ନେଉଥିବା ବେଳେ ଗ୍ରାମର ସଚେତନ ଯୁବକ ଅଟକାଇ କୋକସରା ଥାନାକୁ ଖବର ଦେଇଥିଲେ। କୋକସରା ଥାନା ଏସ୍ଆଇ ହେମନ୍ତ କୁମାର ପାତ୍ର, ଏଏସ୍ଆଇ ସନ୍ତୋଷ କୁମାର ନାଏକ, ଗ୍ରାମରକ୍ଷୀ ଭୋଳାନାଥ ଭରତିଆ ଘଟଣାସ୍ଥଳରେ ପହଞ୍ଚି ମଦ ସହ ୨ କର୍ମଚାରୀଙ୍କୁ ଥାନାକୁ ନେଇଥିଲେ । ପୋଲିସ ସେମାନଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି।
The post ମଦ ଚୋରାଚାଲାଣ ବେଳେ ଧରିଲେ ଗ୍ରାମବାସୀ appeared first on Dharitri Odia News.