ଅଷ୍ଟ୍ରେଲିଆ, କାନାଡା ନୁହେଁ...ଏହି ଦେଶର ଏୟାର ହୋଷ୍ଟେସ୍ କରନ୍ତି ଲକ୍ଷ ଲକ୍ଷ ରୋଜଗାର
ନୂଆଦିଲ୍ଲୀ ୦୧।୦୮: ଦୁନିଆର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ଲୋକମାନେ ଅନେକ ପ୍ରକାରର ପବ୍ଲିକ୍ ଟ୍ରାନ୍ସପୋର୍ଟର ବ୍ୟବହାର କରିଥାନ୍ତି । ଯେଉଁଥିରେ ବସ୍, ଟ୍ରେନ୍, ବିମାନ ସାମିଲ । ବିମାନରେ ଯାତ୍ରୀମାନଙ୍କୁ ସାହାଯ୍ୟ ଏବଂ ସୁରକ୍ଷା ଦେବା ପାଇଁ କ୍ୟାବିନ କ୍ରୁ ଯଥା ଏୟାର ହୋଷ୍ଟେସ୍ ରହିଥାନ୍ତି । କିଛି ଯୁବତୀଙ୍କୁ ଏୟାର ହୋଷ୍ଟେସ୍ ହେବାର କ୍ରେଜ୍ ରହିଥାଏ । ଏମାନେ ଏୟାର ହୋଷ୍ଟେସ୍ ଭାବେ ନିଜର କ୍ୟାରିୟର ବାଛିଥାନ୍ତି । ଆଉ ଆଗକୁ ବଢିଥାନ୍ତି । କିନ୍ତୁ ଜାଣନ୍ତି କି ବିଶ୍ୱର କେଉଁ ଦେଶ ଏୟାର ହୋଷ୍ଟେସମାନଙ୍କୁ ସର୍ବାଧିକ ଦରମା ଦେଇଥାଏ ? ଆସନ୍ତୁ ଜାଣିବା… ଭାରତରେ ଏୟାର ହୋଷ୍ଟେସ୍ ଟ୍ରେନିଂ ଏଜେନ୍ସି କହିଛି କି ସମଗ୍ର ବିଶ୍ୱରେ ଏୟାର ହୋଷ୍ଟେସ୍ ମାନଙ୍କୁ ସର୍ବାଧିକ ବେତନ ଆମେରିକା ଦେଇଥାଏ । ଆମେରିକାରେ ଜଣେ ସିନିୟର ଲେବଲ୍ର ଏୟାର ହୋଷ୍ଟେସଙ୍କୁ ପ୍ରତିମାସରେ ୮ ଲକ୍ଷରୁ ଅଧିକ ଦରମା ଦିଆଯାଏ । ଆମେରିକା ପରେ ଅଷ୍ଟ୍ରେଲିଆ ହେଉଛି ସେହି ଦେଶ ଯିଏ ଏୟାର ହୋଷ୍ଟେସ୍ ମାନଙ୍କୁ ସର୍ବାଧିକ ବେତନ ଦେଇଥାଏ । ଏହି ଦେଶରେ ସିନିୟର ଲେବଲ୍ର ଏୟାର ହୋଷ୍ଟେସ୍ ମାନଙ୍କୁ ପ୍ରତିମାସରେ ୬ ଲକ୍ଷରୁ ଅଧିକ ଦରମା ଦେଇଥାଏ ।ଏହାପରେ ସ୍ୱିଜରଲ୍ୟାଣ୍ଡ ଏୟାର ହୋଷ୍ଟେସ୍ ମାନଙ୍କୁ ପ୍ରତି ମାସରେ ୪ ଲକ୍ଷରୁ ଅଧିକ ଏବଂ କାନାଡାରେ ଦିଆଯାଏ ପ୍ରାୟ ୩ ଲକ୍ଷ ଟଙ୍କା । ଟେକ୍ନୋଲୋଜିର ପ୍ରମୁଖ ଦେଶ ଜାପାନ ଏୟାର ହୋଷ୍ଟେସ୍ ମାନଙ୍କୁ
ନୂଆଦିଲ୍ଲୀ ୦୧।୦୮: ଦୁନିଆର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ଲୋକମାନେ ଅନେକ ପ୍ରକାରର ପବ୍ଲିକ୍ ଟ୍ରାନ୍ସପୋର୍ଟର ବ୍ୟବହାର କରିଥାନ୍ତି । ଯେଉଁଥିରେ ବସ୍, ଟ୍ରେନ୍, ବିମାନ ସାମିଲ । ବିମାନରେ ଯାତ୍ରୀମାନଙ୍କୁ ସାହାଯ୍ୟ ଏବଂ ସୁରକ୍ଷା ଦେବା ପାଇଁ କ୍ୟାବିନ କ୍ରୁ ଯଥା ଏୟାର ହୋଷ୍ଟେସ୍ ରହିଥାନ୍ତି ।

କିଛି ଯୁବତୀଙ୍କୁ ଏୟାର ହୋଷ୍ଟେସ୍ ହେବାର କ୍ରେଜ୍ ରହିଥାଏ । ଏମାନେ ଏୟାର ହୋଷ୍ଟେସ୍ ଭାବେ ନିଜର କ୍ୟାରିୟର ବାଛିଥାନ୍ତି । ଆଉ ଆଗକୁ ବଢିଥାନ୍ତି । କିନ୍ତୁ ଜାଣନ୍ତି କି ବିଶ୍ୱର କେଉଁ ଦେଶ ଏୟାର ହୋଷ୍ଟେସମାନଙ୍କୁ ସର୍ବାଧିକ ଦରମା ଦେଇଥାଏ ? ଆସନ୍ତୁ ଜାଣିବା…

ଭାରତରେ ଏୟାର ହୋଷ୍ଟେସ୍ ଟ୍ରେନିଂ ଏଜେନ୍ସି କହିଛି କି ସମଗ୍ର ବିଶ୍ୱରେ ଏୟାର ହୋଷ୍ଟେସ୍ ମାନଙ୍କୁ ସର୍ବାଧିକ ବେତନ ଆମେରିକା ଦେଇଥାଏ । ଆମେରିକାରେ ଜଣେ ସିନିୟର ଲେବଲ୍ର ଏୟାର ହୋଷ୍ଟେସଙ୍କୁ ପ୍ରତିମାସରେ ୮ ଲକ୍ଷରୁ ଅଧିକ ଦରମା ଦିଆଯାଏ ।

ଆମେରିକା ପରେ ଅଷ୍ଟ୍ରେଲିଆ ହେଉଛି ସେହି ଦେଶ ଯିଏ ଏୟାର ହୋଷ୍ଟେସ୍ ମାନଙ୍କୁ ସର୍ବାଧିକ ବେତନ ଦେଇଥାଏ । ଏହି ଦେଶରେ ସିନିୟର ଲେବଲ୍ର ଏୟାର ହୋଷ୍ଟେସ୍ ମାନଙ୍କୁ ପ୍ରତିମାସରେ ୬ ଲକ୍ଷରୁ ଅଧିକ ଦରମା ଦେଇଥାଏ ।

ଏହାପରେ ସ୍ୱିଜରଲ୍ୟାଣ୍ଡ ଏୟାର ହୋଷ୍ଟେସ୍ ମାନଙ୍କୁ ପ୍ରତି ମାସରେ ୪ ଲକ୍ଷରୁ ଅଧିକ ଏବଂ କାନାଡାରେ ଦିଆଯାଏ ପ୍ରାୟ ୩ ଲକ୍ଷ ଟଙ୍କା । ଟେକ୍ନୋଲୋଜିର ପ୍ରମୁଖ ଦେଶ ଜାପାନ ଏୟାର ହୋଷ୍ଟେସ୍ ମାନଙ୍କୁ ପ୍ରତିମାସରେ ପ୍ରାୟ ୨.୫ ଲକ୍ଷ ଟଙ୍କା ଦରମା ଦେଇଥାଏ ।

ଏହାବ୍ୟତୀତ ୟୁଏଇରେ ମଧ୍ୟ ଏୟାର ହୋଷ୍ଟେସଙ୍କୁ ସମାନ ଦରମା ଦିଆଯାଏ । ଭାରତରେ ଜଣେ ସିନିୟର ଲେବଲ ଏୟାର ହୋଷ୍ଟେସଙ୍କୁ ୧ ଲକ୍ଷରୁ ଅଧିକ ଦିଆଯାଉଥିବା ବେଲେ ଏଣ୍ଟ୍ରି ଲେବଲଙ୍କୁ ୨୫ ହଜାରୁ ୩୫ ହଜାର ଟଙ୍କା ମିଳିଥାଏ ସାଲାରୀ ।