ଭିନେଶ ଫୋଗାଟ୍‌ଙ୍କ ସମର୍ଥନରେ ଓହ୍ଲାଇଲେ ସୌରଭ ଗାଙ୍ଗୁଲି, କହିଲେ- ନିୟମ ଜଣା ନାହିଁ...

ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଭାରତୀୟ କୁସ୍ତି ଯୋଦ୍ଧା ଭିନେଶ ଫୋଗାଟଙ୍କ ସମର୍ଥନରେ ଓହ୍ଲାଇଛନ୍ତି। ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ୧୦୦ ଗ୍ରାମ ଅଧିକ ଓଜନ କାରଣରୁ ଭିନେଶଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି। ଫଳରେ ସେ ସ୍ଵର୍ଣ୍ଣ/ରୌପ୍ୟ ପଦକ ଜିତିବାରୁ ବଞ୍ଚିତ ହୋଇଛନ୍ତି। ଏହି ପୁରା ବିବାଦରେ ଗାଙ୍ଗୁଲି କହିଛନ୍ତି ଫାଇନାଲ୍ ପାଇଁ ଯୋଗ୍ୟ ବିବେଚିତ   ହେବା ପରେ ଅନ୍ତତଃ ରୌପ୍ୟ ପଦକ ମିଳିବା ଉଚିତ୍। ମୋତେ ନିୟମ ବିଷୟରେ ଜଣା ନାହିଁ, ମାତ୍ର ମୁଁ ଦେଖିଛି ସେ ଦମଦାର ପ୍ରଦର୍ଶନ କରି ଫାଇନାଲ୍‌କୁ ଯାଇଛନ୍ତି। ସେ ଆରାମରେ ସ୍ଵର୍ଣ୍ଣ କିମ୍ବା ରୌପ୍ୟ ଜିତି ପାରିଥାନ୍ତେ। କିନ୍ତୁ ସେ ଅତି କମରେ ରୌପ୍ୟ ପଦକ ପାଇଁ ହକଦାର। ସୂଚନାଯୋଗ୍ୟ, ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ଦଳର ଅଭିଯାନ ୬ ପଦକ ସହ ସମାପ୍ତ ହୋଇଛି। ଏଥିରେ ଗୋଟିଏ ରୌପ୍ୟ ଓ ୫ କାଂସ୍ୟ ପଦକ ସାମିଲ।ନିରାଶର କଥା ୧୪ ଦିନ ଧରି ଚାଲିଥିବା ଏହି କ୍ରୀଡ଼ା ମହାକୁମ୍ଭରେ ଭାରତ ଗୋଟିଏ ବି ସ୍ଵର୍ଣ୍ଣ ପଦକ ଜିତି ପାରିଲାନି। ଯଦ୍ଵାରା ପୋଡିୟମରେ ଭାରତୀୟ ଜାତୀୟ ସଙ୍ଗୀତ ଗାନ ହୋଇ ପାରିଲା ନାହିଁ। ଭାରତ ପକ୍ଷରୁ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଆଥଲେଟ୍  ହେଉଛନ୍ତି ନୀରଜ ଚୋପ୍ରା। ଟୋକିଓ ଅଲିମ୍ପିକ୍ସରେ ସ୍ଵର୍ଣ୍ଣ ପଦକ ବିଜେତା ଏଥର ଭାରତ ପକ୍ଷରୁ ଏକମାତ୍ର ରୌପ୍ୟ ପଦକ ଜିତିଛନ୍ତି।ଏହା ବ୍ୟତୀତ ସୁଟିଂ, ହକି ଓ କୁସ୍

ଭିନେଶ ଫୋଗାଟ୍‌ଙ୍କ ସମର୍ଥନରେ ଓହ୍ଲାଇଲେ ସୌରଭ ଗାଙ୍ଗୁଲି,  କହିଲେ- ନିୟମ ଜଣା ନାହିଁ...

ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଭାରତୀୟ କୁସ୍ତି ଯୋଦ୍ଧା ଭିନେଶ ଫୋଗାଟଙ୍କ ସମର୍ଥନରେ ଓହ୍ଲାଇଛନ୍ତି। ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ୧୦୦ ଗ୍ରାମ ଅଧିକ ଓଜନ କାରଣରୁ ଭିନେଶଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି। ଫଳରେ ସେ ସ୍ଵର୍ଣ୍ଣ/ରୌପ୍ୟ ପଦକ ଜିତିବାରୁ ବଞ୍ଚିତ ହୋଇଛନ୍ତି। 

ଏହି ପୁରା ବିବାଦରେ ଗାଙ୍ଗୁଲି କହିଛନ୍ତି ଫାଇନାଲ୍ ପାଇଁ ଯୋଗ୍ୟ ବିବେଚିତ   ହେବା ପରେ ଅନ୍ତତଃ ରୌପ୍ୟ ପଦକ ମିଳିବା ଉଚିତ୍। ମୋତେ ନିୟମ ବିଷୟରେ ଜଣା ନାହିଁ, ମାତ୍ର ମୁଁ ଦେଖିଛି ସେ ଦମଦାର ପ୍ରଦର୍ଶନ କରି ଫାଇନାଲ୍‌କୁ ଯାଇଛନ୍ତି। ସେ ଆରାମରେ ସ୍ଵର୍ଣ୍ଣ କିମ୍ବା ରୌପ୍ୟ ଜିତି ପାରିଥାନ୍ତେ। କିନ୍ତୁ ସେ ଅତି କମରେ ରୌପ୍ୟ ପଦକ ପାଇଁ ହକଦାର। 

ସୂଚନାଯୋଗ୍ୟ, ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ଦଳର ଅଭିଯାନ ୬ ପଦକ ସହ ସମାପ୍ତ ହୋଇଛି। ଏଥିରେ ଗୋଟିଏ ରୌପ୍ୟ ଓ ୫ କାଂସ୍ୟ ପଦକ ସାମିଲ।ନିରାଶର କଥା ୧୪ ଦିନ ଧରି ଚାଲିଥିବା ଏହି କ୍ରୀଡ଼ା ମହାକୁମ୍ଭରେ ଭାରତ ଗୋଟିଏ ବି ସ୍ଵର୍ଣ୍ଣ ପଦକ ଜିତି ପାରିଲାନି। ଯଦ୍ଵାରା ପୋଡିୟମରେ ଭାରତୀୟ ଜାତୀୟ ସଙ୍ଗୀତ ଗାନ ହୋଇ ପାରିଲା ନାହିଁ। ଭାରତ ପକ୍ଷରୁ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଆଥଲେଟ୍  ହେଉଛନ୍ତି ନୀରଜ ଚୋପ୍ରା। ଟୋକିଓ ଅଲିମ୍ପିକ୍ସରେ ସ୍ଵର୍ଣ୍ଣ ପଦକ ବିଜେତା ଏଥର ଭାରତ ପକ୍ଷରୁ ଏକମାତ୍ର ରୌପ୍ୟ ପଦକ ଜିତିଛନ୍ତି।ଏହା ବ୍ୟତୀତ ସୁଟିଂ, ହକି ଓ କୁସ୍ତିରେ ଭାରତ ୫ କାଂସ୍ୟ ପଦକ ଜିତିଛି।