ସୁଭଦ୍ରା ପାଇଁ ପୁରସ୍କାର ପାଇବେ ଅଙ୍ଗନବାଡି କର୍ମୀ ଓ ଦିଦି, ଜାଣନ୍ତୁ କାହାକୁ ମିଳିବ କେତେ ?

ଭୁବନେଶ୍ବର ୬/୦୩:  ସୁଭଦ୍ରା ପାଇଁ ଅଙ୍ଗନବାଡି ଦିଦି ଓ କର୍ମୀଙ୍କୁ ମିଳିବ ସ୍ବତନ୍ତ୍ର  ପୁରସ୍କାର । ଅଙ୍ଗନବାଡି କର୍ମୀଙ୍କୁ ମିଳିବ ୧୫ଶହ ଟଙ୍କା । ସହାୟିକାଙ୍କୁ ୫ଶହ ଟଙ୍କାର ପୁରସ୍କାର ମିଳିବ । ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଗୁରୁବାର ମହିଳାଙ୍କ ଆକାଉଣ୍ଟକୁ ଆସିଛି ସୁଭଦ୍ରା ଟଙ୍କା । ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କ ଖାତାକୁ ଯାଇଛି । ୨ ଲକ୍ଷ  ୩୦ ହଜାରରୁ ଅଧିକ ନୂଆ ହିତାଧିକାରୀଙ୍କୁ ସହାୟତା ମିଳିଛି । ୧୧୫ କୋଟିରୁ ଅଧିକ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ । 