ଗୋପାଳପୁର ଗଣଦୁଷ୍କର୍ମ ମାମଲା, ତଦନ୍ତ ଭାର ସିଆଇଡି କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର

ବ୍ରହ୍ମପୁର: ଗୋପାଳପୁର ଗଣଦୁଷ୍କର୍ମ ମାମଲାର ତଦନ୍ତ ଭାର ସିଆଇଡି କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହୋଇଛି। ମଙ୍ଗଳବାର ଡିଜିପି ଓ୍ବାଇବି ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତ ଭାର କ୍ରାଇମବ୍ରାଞ୍ଚ ଓ୍ବିଙ୍ଗ CAW & CW ଟିମକୁ ହସ୍ତାନ୍ତର କରାଯାଇଛି। ନିର୍ଦ୍ଦେଶ ପରେ ଗୋପାଳପୁର ପହଞ୍ଚିଛନ୍ତି CAW & CW ଟିମ୍ । CAW & CW ଆଇଜି ଏସ ସାଇନିଙ୍କ ନେତୃତ୍ବରେ ଟିମ୍ ଘଟଣାରେ ତଦନ୍ତର ତଦାରଖ କରିବେ ।ସୂଚନାଥାଉକି, ସୋମବାର ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମିରେ ଜଣେ ଯୁବତୀଙ୍କୁ କିଛି ଦୁର୍ବୃତ୍ତ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା। ଯୁବତୀ ଜଣକ ନିଜ ପୁରୁଷ ବନ୍ଧୁଙ୍କ ସହ ବେଳାଭୂମି ବୁଲିବାକୁ ଯାଇଥିଲେ। ହେଲେ ଏହି ସମୟରେ କିଛି ଦୁର୍ବୃତ୍ତ ପୁରୁଷ ବନ୍ଧୁଙ୍କୁ କାବୁ କରି ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ। ତେବେ ପୀଡ଼ିତାଙ୍କ ଅଭିଯୋଗ କ୍ରମେ ପୋଲିସ ତଦନ୍ତ କରି ସୋମବାର ରାତିରେ ୭ ଜଣଙ୍କୁ ଅଟକ ରଖିଥିବାବେଳେ ମଙ୍ଗଳବାର ଆଉ ୩ ଜଣଙ୍କୁ କାବୁ କରି ଜେରା କରିଥିଲା। ମାମଲାରେ ବ୍ରହ୍ମପୁର ଏସ୍‌ପି, ଏସ୍‌ଡିପିଓ, ଡିଏସ୍‌ପି, ଅତିରିକ୍ତ ଏସ୍‌ପି ଗୋପାଳପୁର ଥାନାରେ ପୀଡ଼ିତାଙ୍କ ବୟାନ ରେକର୍ଡ କରିଛନ୍ତି । ବ୍ରହ୍ମପୁର ବଡ଼ ମେଡିକାଲରେ ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା କରାଯାଇଥିବା ଏସ୍‌ପି ସୂଚନା ଦେଇଛନ୍ତି।

ଗୋପାଳପୁର ଗଣଦୁଷ୍କର୍ମ ମାମଲା, ତଦନ୍ତ ଭାର ସିଆଇଡି କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର

ବ୍ରହ୍ମପୁର: ଗୋପାଳପୁର ଗଣଦୁଷ୍କର୍ମ ମାମଲାର ତଦନ୍ତ ଭାର ସିଆଇଡି କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହୋଇଛି। ମଙ୍ଗଳବାର ଡିଜିପି ଓ୍ବାଇବି ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତ ଭାର କ୍ରାଇମବ୍ରାଞ୍ଚ ଓ୍ବିଙ୍ଗ CAW & CW ଟିମକୁ ହସ୍ତାନ୍ତର କରାଯାଇଛି। ନିର୍ଦ୍ଦେଶ ପରେ ଗୋପାଳପୁର ପହଞ୍ଚିଛନ୍ତି CAW & CW ଟିମ୍ । CAW & CW ଆଇଜି ଏସ ସାଇନିଙ୍କ ନେତୃତ୍ବରେ ଟିମ୍ ଘଟଣାରେ ତଦନ୍ତର ତଦାରଖ କରିବେ ।

ସୂଚନାଥାଉକି, ସୋମବାର ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମିରେ ଜଣେ ଯୁବତୀଙ୍କୁ କିଛି ଦୁର୍ବୃତ୍ତ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା। ଯୁବତୀ ଜଣକ ନିଜ ପୁରୁଷ ବନ୍ଧୁଙ୍କ ସହ ବେଳାଭୂମି ବୁଲିବାକୁ ଯାଇଥିଲେ। ହେଲେ ଏହି ସମୟରେ କିଛି ଦୁର୍ବୃତ୍ତ ପୁରୁଷ ବନ୍ଧୁଙ୍କୁ କାବୁ କରି ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ। 

ତେବେ ପୀଡ଼ିତାଙ୍କ ଅଭିଯୋଗ କ୍ରମେ ପୋଲିସ ତଦନ୍ତ କରି ସୋମବାର ରାତିରେ ୭ ଜଣଙ୍କୁ ଅଟକ ରଖିଥିବାବେଳେ ମଙ୍ଗଳବାର ଆଉ ୩ ଜଣଙ୍କୁ କାବୁ କରି ଜେରା କରିଥିଲା। ମାମଲାରେ ବ୍ରହ୍ମପୁର ଏସ୍‌ପି, ଏସ୍‌ଡିପିଓ, ଡିଏସ୍‌ପି, ଅତିରିକ୍ତ ଏସ୍‌ପି ଗୋପାଳପୁର ଥାନାରେ ପୀଡ଼ିତାଙ୍କ ବୟାନ ରେକର୍ଡ କରିଛନ୍ତି । ବ୍ରହ୍ମପୁର ବଡ଼ ମେଡିକାଲରେ ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା କରାଯାଇଥିବା ଏସ୍‌ପି ସୂଚନା ଦେଇଛନ୍ତି।