ରୁଷ୍‌ର ନିଖୋଜ ହେଲିକପ୍ଟରର ଭଗ୍ନାବଶେଷ ମିଳିଲା, ୨୨ ଜଣଙ୍କ ମଧ୍ୟରୁ ୧୭ ମୃତଦେହ ଉଦ୍ଧାର

ରୁଷ୍‌ର ସୁଦୂର ପୂର୍ବରେ ନିଖୋଜ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ରହିଛି । ଏଥିରେ ଥିବା ୨୨ ଜଣଙ୍କ ମଧ୍ୟରୁ ୧୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ରୁଷ୍‌ର ଅଧିକାରୀମାନେ ରବିବାର ଏହା ବିଷୟରେ ସୂଚନା ଦେଇ କହିଛନ୍ତି ଯେ ହେଲିକପ୍ଟରର ଭଗ୍ନାବଶେଷର ମଧ୍ୟ ସନ୍ଧାନ ମିଳିଛି । ରୁଷ୍‌ର ଏମରଜେନ୍ସି ମନ୍ତ୍ରଣାଳୟ କହିଛି, ୧୭ ଜଣଙ୍କ ମୃତଦେହ ମିଳିଛି । ବାକି ଅନ୍ୟମାନଙ୍କୁ ଉଦ୍ଧାର କର୍ମୀମାନେ ଖୋଜାଖୋଜି କରୁଛନ୍ତି । ହେଲିକପ୍ଟରରେ ଥିବା ସମସ୍ତ […] The post ରୁଷ୍‌ର ନିଖୋଜ ହେଲିକପ୍ଟରର ଭଗ୍ନାବଶେଷ ମିଳିଲା, ୨୨ ଜଣଙ୍କ ମଧ୍ୟରୁ ୧୭ ମୃତଦେହ ଉଦ୍ଧାର appeared first on KNews Odisha.

ରୁଷ୍‌ର ନିଖୋଜ ହେଲିକପ୍ଟରର ଭଗ୍ନାବଶେଷ ମିଳିଲା, ୨୨ ଜଣଙ୍କ ମଧ୍ୟରୁ ୧୭ ମୃତଦେହ ଉଦ୍ଧାର
heli

ରୁଷ୍‌ର ସୁଦୂର ପୂର୍ବରେ ନିଖୋଜ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ରହିଛି । ଏଥିରେ ଥିବା ୨୨ ଜଣଙ୍କ ମଧ୍ୟରୁ ୧୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ରୁଷ୍‌ର ଅଧିକାରୀମାନେ ରବିବାର ଏହା ବିଷୟରେ ସୂଚନା ଦେଇ କହିଛନ୍ତି ଯେ ହେଲିକପ୍ଟରର ଭଗ୍ନାବଶେଷର ମଧ୍ୟ ସନ୍ଧାନ ମିଳିଛି ।

ରୁଷ୍‌ର ଏମରଜେନ୍ସି ମନ୍ତ୍ରଣାଳୟ କହିଛି, ୧୭ ଜଣଙ୍କ ମୃତଦେହ ମିଳିଛି । ବାକି ଅନ୍ୟମାନଙ୍କୁ ଉଦ୍ଧାର କର୍ମୀମାନେ ଖୋଜାଖୋଜି କରୁଛନ୍ତି । ହେଲିକପ୍ଟରରେ ଥିବା ସମସ୍ତ ଲୋକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି ।

କୁହାଯାଉଛି ଯେ ଖରାପ ପାଣିପାଗ ଏବଂ କମ୍‌ ଦୃଶ୍ୟମାନ ହେତୁ ହେଲିକପ୍ଟରଟି ଦୁର୍ଘଟଣାର ଶିକାର ହୋଇଥିଲା । ଏୟାର ସବେର୍କ୍ଷଣ କରାଯାଇ ନିଖୋଜ ହେଲିକପ୍ଟରର ଭଗ୍ନାବଶେଷକୁ ଖୋଜାଯାଇ ପାରିଛି । ରୁଷ୍‌ର ଫେଡେରାଲ୍‌ ଏୟାର ଟ୍ରାନ୍ସପୋର୍ଟ ଏଜେନ୍ସି ପୂର୍ବରୁ ଏକ ବିବୃତ୍ତିରେ କହିଥିଲା କି, ଶନିବାର ଏମ୍‌ଆଇ-୮ ହେଲିକପ୍ଟର କାମଚଟକା ଅଞ୍ଚଳରେ ଭାଚକାଜେଟ୍ସ ଆଗ୍ନେୟଗିରି ନିକଟରେ ଉଡ଼ାଣ ଭରିଥିଲା, କିନ୍ତୁ ଏହା ନିର୍ଦ୍ଧାରିତ ଗନ୍ତବ୍ୟସ୍ଥଳରେ ପହଞ୍ଚି ନାହିଁ ।

କୁହାଯାଇଥିଲା ଯେ ବିମାନରେ ୧୯ ଜଣ ଯାତ୍ରୀ ଏବଂ ଚାଳକ ଦଳର ୩ ଜଣ ସଦସ୍ୟ ଥିଲେ । ଏମ୍‌ଆଇ-୮ ଦୁଇ ଇଞ୍ଜିନ୍‌ ବିଶିଷ୍ଟ ହେଲିକପ୍ଟର । ଏହାକୁ ୧୯୬୦ରେ ନିର୍ମାଣ କରାଯାଇଥିଲା ।

The post ରୁଷ୍‌ର ନିଖୋଜ ହେଲିକପ୍ଟରର ଭଗ୍ନାବଶେଷ ମିଳିଲା, ୨୨ ଜଣଙ୍କ ମଧ୍ୟରୁ ୧୭ ମୃତଦେହ ଉଦ୍ଧାର appeared first on KNews Odisha.