ନାବାଳିକା କଲେଜ ଛାତ୍ରୀ ଅପହୃତ, ମାମଲା ରୁଜୁ କଲା ପୋଲିସ

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଶେଷ ବର୍ଷ କଳା ବିଭାଗରେ ବାର୍ଷିକ ପରୀକ୍ଷା ଦେଇଥିବା ଜଣେ ନାବାଳିକା ଛାତ୍ରୀଙ୍କୁ କେହି ଦୁର୍ବୃତ୍ତ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି। ଏନେଇ ନାବାଳିକାଙ୍କ ପିତା ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତିକରି ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନାରେ ମାମଲା ନଂ.୧୪୩/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ପାଇଁ ଥାନା ଏସ.ଆଇ ଦୁଷ୍ମନ୍ତ କୁମାର […] The post ନାବାଳିକା କଲେଜ ଛାତ୍ରୀ ଅପହୃତ, ମାମଲା ରୁଜୁ କଲା ପୋଲିସ appeared first on Dharitri Odia News.

ନାବାଳିକା କଲେଜ ଛାତ୍ରୀ ଅପହୃତ, ମାମଲା ରୁଜୁ କଲା ପୋଲିସ

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଶେଷ ବର୍ଷ କଳା ବିଭାଗରେ ବାର୍ଷିକ ପରୀକ୍ଷା ଦେଇଥିବା ଜଣେ ନାବାଳିକା ଛାତ୍ରୀଙ୍କୁ କେହି ଦୁର୍ବୃତ୍ତ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି। ଏନେଇ ନାବାଳିକାଙ୍କ ପିତା ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତିକରି ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନାରେ ମାମଲା ନଂ.୧୪୩/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ପାଇଁ ଥାନା ଏସ.ଆଇ ଦୁଷ୍ମନ୍ତ କୁମାର ପ୍ରଧାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଛାତ୍ରୀଙ୍କ ପିତା ଦୋକାନକୁ ଯାଇଥିଲେ ଓ ମା’ ଚାଷଜମିକୁ ଯାଇଥିବା ବେଳେ ଛାତ୍ରୀ ଜଣକ ଘରେ ଏକୁଟିଆ ଥିଲେ। ଏହି ସମୟରେ କୌଣସି ଦୁର୍ବୃତ୍ତ ତାଙ୍କୁ ଅପହରଣ କରି ନେଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

The post ନାବାଳିକା କଲେଜ ଛାତ୍ରୀ ଅପହୃତ, ମାମଲା ରୁଜୁ କଲା ପୋଲିସ appeared first on Dharitri Odia News.