ମହାରାଷ୍ଟ୍ରରେ ବିଜୟ ସବୁ ରେକର୍ଡ ଭାଙ୍ଗିଲା: ମୋଦି
ନୂଆଦିଲ୍ଲୀ,୨୩ା୧୧: ମହାରାଷ୍ଟ୍ରରେ ମହାୟୁତିର ବଡ଼ ବିଜୟ ପରେ ଦିଲ୍ଲୀ ଭାଜପା ମୁଖ୍ୟାଳୟରେ କର୍ମୀଙ୍କୁ ଉଦ୍ବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉଦ୍ବୋଧନ ଦେଇ ମୋଦି କହିଛନ୍ତି, ଆଉ ଏକ ଐତିହାସିକ ବିଜୟ ଉତ୍ସବ ପାଇଁ ଏକାଠି ହୋଇଛୁ। ମହାରାଷ୍ଟ୍ରରେ ସୁଶାସନ ଓ ସାମାଜିକ ନ୍ୟାୟର ବିଜୟ ହୋଇଥିବାବେଳେ ମିଛ, ଅନ୍ୟାୟ ବିଭାଜନକାରୀ ଶକ୍ତି ଓ ପରିବାରବାଦର ଅବସାନ ଘଟିଛି। ମହାରାଷ୍ଟ୍ରର ବିଜୟ ସବୁ ରେକର୍ଡ ଭାଙ୍ଗିଛି। ଯାହାକି ୫୦ ବର୍ଷ ଭିତରେ ଏହା ସବୁଠୁ ବଡ଼ ବିଜୟ […] The post ମହାରାଷ୍ଟ୍ରରେ ବିଜୟ ସବୁ ରେକର୍ଡ ଭାଙ୍ଗିଲା: ମୋଦି appeared first on Dharitri Odia News.
ନୂଆଦିଲ୍ଲୀ,୨୩ା୧୧: ମହାରାଷ୍ଟ୍ରରେ ମହାୟୁତିର ବଡ଼ ବିଜୟ ପରେ ଦିଲ୍ଲୀ ଭାଜପା ମୁଖ୍ୟାଳୟରେ କର୍ମୀଙ୍କୁ ଉଦ୍ବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉଦ୍ବୋଧନ ଦେଇ ମୋଦି କହିଛନ୍ତି, ଆଉ ଏକ ଐତିହାସିକ ବିଜୟ ଉତ୍ସବ ପାଇଁ ଏକାଠି ହୋଇଛୁ। ମହାରାଷ୍ଟ୍ରରେ ସୁଶାସନ ଓ ସାମାଜିକ ନ୍ୟାୟର ବିଜୟ ହୋଇଥିବାବେଳେ ମିଛ, ଅନ୍ୟାୟ ବିଭାଜନକାରୀ ଶକ୍ତି ଓ ପରିବାରବାଦର ଅବସାନ ଘଟିଛି। ମହାରାଷ୍ଟ୍ରର ବିଜୟ ସବୁ ରେକର୍ଡ ଭାଙ୍ଗିଛି। ଯାହାକି ୫୦ ବର୍ଷ ଭିତରେ ଏହା ସବୁଠୁ ବଡ଼ ବିଜୟ ବୋଲି ଆମେ ଦୃଢ଼ତାର ସହ କହିବୁ। ଭାଜପାର ସୁଶାସନ ଉପରେ ଏହା ଜନତାଙ୍କ ମୋହର। ସୁଶାସନ କଥା ଆସିଲେ ଲୋକେ ଭାଜପା ଏବଂ ଏନ୍ଡିଏକୁ ବିଶ୍ୱାସ କରନ୍ତି।
ସେହିପରି ଝାଡ଼ଖଣ୍ଡ ଫଳାଫଳକୁ ନେଇ ମୋଦି ବି ପ୍ରତିକ୍ରିୟା ରଖିଛନ୍ତି। ଝାଡ଼ଖଣ୍ଡ ଲୋକ ଆମ ପ୍ରତି ସମର୍ଥନ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଦେଉଛି। ଲୋକଙ୍କ ସମସ୍ୟା ଉଠାଇବା ଏବଂ ରାଜ୍ୟ ପାଇଁ କାର୍ଯ୍ୟ କରିବାରେ ସର୍ବଦା ଆଗରେ ରହିବୁ। ତେବେ ରାଜ୍ୟରେ ପ୍ରଦର୍ଶନ ଲାଗି ଜେଏମ୍ଏମ୍ ହେମନ୍ତ ସୋରେନଙ୍କ ନେତୃତ୍ୱାଧୀନ ମେଣ୍ଟକୁ ଅଭିନନ୍ଦନ ଜଣାଉଛି ବୋଲି ମୋଦି କହିଛନ୍ତି।
The post ମହାରାଷ୍ଟ୍ରରେ ବିଜୟ ସବୁ ରେକର୍ଡ ଭାଙ୍ଗିଲା: ମୋଦି appeared first on Dharitri Odia News.