ପ୍ରବୀଣଙ୍କୁ ସ୍ବର୍ଣ୍ଣ

ପ୍ୟାରିସ୍‌, ୭।୯(ପି.ଟି.): ଭାରତର ପ୍ରବୀଣ କୁମାର ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଶୁକ୍ରବାର ସ୍ବର୍ଣ୍ଣ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ପୁରୁଷ ହାଇଜମ୍ପ ଟି୬୪ ଇଭେଣ୍ଟରେ ସେ ରେକର୍ଡ ବ୍ରେକିଂ ପ୍ରଦର୍ଶନ ସହ ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି। ଟୋକିଓରେ ରୌପ୍ୟ ପଦକ ଲାଭ କରିଥିବା ପ୍ରବୀଣ ପ୍ୟାରିସ୍‌ରେ ଏହାକୁ ସ୍ବର୍ଣ୍ଣରେ ପରିଣତ କରିଛନ୍ତି। ଚଳିତ ପ୍ୟାରିସ୍‌ ଗେମ୍ସରେ ଭାରତର ଏହା ହେଉଛି ୬ଷ୍ଠ ସ୍ବର୍ଣ୍ଣ ପଦକ। ଗୋଟିଏ ଗୋଡ଼ ଛୋଟ ଅବସ୍ଥାରେ ଜନ୍ମ ହୋଇଥିବା ନଏଡ଼ାର ଏହି ୨୧ […] The post ପ୍ରବୀଣଙ୍କୁ ସ୍ବର୍ଣ୍ଣ appeared first on Dharitri Odia News.

ପ୍ରବୀଣଙ୍କୁ ସ୍ବର୍ଣ୍ଣ

ପ୍ୟାରିସ୍‌, ୭।୯(ପି.ଟି.): ଭାରତର ପ୍ରବୀଣ କୁମାର ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଶୁକ୍ରବାର ସ୍ବର୍ଣ୍ଣ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ପୁରୁଷ ହାଇଜମ୍ପ ଟି୬୪ ଇଭେଣ୍ଟରେ ସେ ରେକର୍ଡ ବ୍ରେକିଂ ପ୍ରଦର୍ଶନ ସହ ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି। ଟୋକିଓରେ ରୌପ୍ୟ ପଦକ ଲାଭ କରିଥିବା ପ୍ରବୀଣ ପ୍ୟାରିସ୍‌ରେ ଏହାକୁ ସ୍ବର୍ଣ୍ଣରେ ପରିଣତ କରିଛନ୍ତି। ଚଳିତ ପ୍ୟାରିସ୍‌ ଗେମ୍ସରେ ଭାରତର ଏହା ହେଉଛି ୬ଷ୍ଠ ସ୍ବର୍ଣ୍ଣ ପଦକ। ଗୋଟିଏ ଗୋଡ଼ ଛୋଟ ଅବସ୍ଥାରେ ଜନ୍ମ ହୋଇଥିବା ନଏଡ଼ାର ଏହି ୨୧ ବର୍ଷୀୟ ଆଥ୍‌ଲେଟ୍‌ ୨.୦୮ ମିଟର ଡେଇଁ ଏସିଆନ ରେକର୍ଡକୁ ଭାଙ୍ଗିଛନ୍ତି। ୬-ଜମ୍ପର ବିଶିଷ୍ଟ ଫାଇନାଲରେ ସେ ଅନ୍ୟ ୫ ଜଣଙ୍କୁ ପଛରେ ପକାଇବାରେ ସକ୍ଷମ ହୋଇଛନ୍ତି। ଆମେରିକାର ଡେରେକ ଲୋସିଡେଣ୍ଟ ୨.୦୬ ମିଟର ସହ ରୌପ୍ୟ ଓ ଉଜ୍‌ବେକିସ୍ତାନର ଟେମୁରବେକ୍‌ ଗିୟାଜୋଭ ୨.୦୩ ମିଟର ସହିତ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ୧.୮୯ ମିଟରରୁ ସେ ଅଭିଯାନ ଆରମ୍ଭ କରି ପରବର୍ତ୍ତୀ ୬ ଉଦ୍ୟମରେ ୧.୯୩, ୧.୯୭, ୨.୦୦, ୨.୦୩, ୨.୦୬ ଓ ୨.୦୮ ମିଟର କ୍ଲିୟର କରିବାରେ ସକ୍ଷମ ହୋଇଛନ୍ତି। ଶେଷରେ ପ୍ରବୀଣ ଓ ଆମେରିକାର ଲୋସିଡେଣ୍ଟଙ୍କ ମଧ୍ୟରେ ୨.୧୦ ମିଟର କ୍ଲିୟର କରିବାକୁ ଲଢ଼େଇ ହୋଇଥିଲା। ମାତ୍ର ଏଥିରେ ୨ ଜଣଯାକ ବିଫଳ ହୋଇଥିଲେ। ପୂର୍ବରୁ ପୁରୁଷ ଟି୬୪ ବର୍ଗରେ ପାରାଲିମ୍ପିକ୍ସ ରେକର୍ଡ ଥିଲା ୧.୮୮ ମିଟର। ଟୋକିଓରେ ଜାପାନର ସୁଜୁକି ତୋରୁ ଏହି ରେକର୍ଡର ଅଧିକାରୀ ଥିଲେ। ଏଠାରେ ପ୍ରବୀଣ ଏହି ରେକର୍ଡ ଭାଙ୍ଗିଛନ୍ତି।
୨୦୨୩ ବିଶ୍ୱ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ମେଡାଲିଷ୍ଟ ପ୍ରବୀଣଙ୍କ ପାଇଁ ଏହାଥିଲା ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ। ନିଜକୁ ଫିଟ୍‌ ରଖିବାପାଇଁ କ୍ରୀଡ଼ାକୁ ଆପଣେଇଥିବା ପ୍ରବୀଣ ପ୍ରଥମେ ଭଲିବଲ ପ୍ରେମରେ ପଡ଼ିଥିଲେ। ପରେ ଏକ ହାଇଜମ୍ପ ଇଭେଣ୍ଟରେ ଭାଗ ନେବାପରେ ତାଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଥିଲା। ଚଳିତ ପାରାଲିମ୍ପିକ୍ସରେ ଶରଦ କୁମାର ଓ ମାରିୟାପ୍ପାନ ଥଙ୍ଗାଭେଲୁଙ୍କ ପରେ ତୃତୀୟ ଭାରତୀୟ ଆଥ୍‌ଲେଟଭାବେ ସେ ହାଇଜମ୍ପ ଇଭେଣ୍ଟରେ ପଦକ ହାସଲ କରିଛନ୍ତି। ପ୍ରବୀଣ ସମ୍ପ୍ରତି କିଟ୍‌ ବିଶ୍ୱବିଦ୍ୟାଳୟରେ ପଢ଼ୁଛନ୍ତି।

The post ପ୍ରବୀଣଙ୍କୁ ସ୍ବର୍ଣ୍ଣ appeared first on Dharitri Odia News.