ପୂରା ଓଡ଼ିଶା ଠପ : କେଉଁଠି ରେଳ ଧାରଣା ଉପରେ ବିକ୍ଷୋଭ ତ କେଉଁଠି ଚାଲିଛି ପିକେଟିଂ

ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଆଜି ରାଜ୍ୟରେ ଆନ୍ଦୋଳନର ଡାକରା ଦେଇଛି । ପୂର୍ବ ନିଷ୍ପତ୍ତି କ୍ରମେ କଂଗ୍ରେସ ତରଫରୁ ଡାକରା ଦିଆଯାଇଥିବା ଏହି ଆନ୍ଦୋଳନ ସକାଳ ୬ଟାରୁ ଆରମ୍ଭ ହୋଇଯାଇଛି । ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ । ଓଡିଶା ବନ୍ଦ ଡାକରା ରାଜ୍ୟରେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି । ବ୍ରହ୍ମପୁର ସହରରେ ମଧ୍ୟ ବନ୍ଦ ପାଳନ ଦେଖାଦେଇଛି ।  ସହରର ବିଭିନ୍ନ ସ୍ଥାନରେ ବାମପନ୍ଥୀ ଓ କଂଗ୍ରେସ […] The post ପୂରା ଓଡ଼ିଶା ଠପ : କେଉଁଠି ରେଳ ଧାରଣା ଉପରେ ବିକ୍ଷୋଭ ତ କେଉଁଠି ଚାଲିଛି ପିକେଟିଂ appeared first on KNews Odisha.

ପୂରା ଓଡ଼ିଶା ଠପ : କେଉଁଠି ରେଳ ଧାରଣା ଉପରେ ବିକ୍ଷୋଭ ତ କେଉଁଠି ଚାଲିଛି ପିକେଟିଂ
BAND E4

ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଆଜି ରାଜ୍ୟରେ ଆନ୍ଦୋଳନର ଡାକରା ଦେଇଛି । ପୂର୍ବ ନିଷ୍ପତ୍ତି କ୍ରମେ କଂଗ୍ରେସ ତରଫରୁ ଡାକରା ଦିଆଯାଇଥିବା ଏହି ଆନ୍ଦୋଳନ ସକାଳ ୬ଟାରୁ ଆରମ୍ଭ ହୋଇଯାଇଛି । ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ । ଓଡିଶା ବନ୍ଦ ଡାକରା ରାଜ୍ୟରେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ।

ବ୍ରହ୍ମପୁର ସହରରେ ମଧ୍ୟ ବନ୍ଦ ପାଳନ ଦେଖାଦେଇଛି ।  ସହରର ବିଭିନ୍ନ ସ୍ଥାନରେ ବାମପନ୍ଥୀ ଓ କଂଗ୍ରେସ ଦଳ ପକ୍ଷରୁ ପିକେଟିଂ ଚାଲିଛି, cpmର ବରିଷ୍ଠ ନେତା ଅଳି କିଶୋର ପଟନାୟକଙ୍କ ନେତୃତ୍ୱରେ ଦଳୀୟ କର୍ମୀ ଓ ନେତା ମାନେ ସହର ପରିକ୍ରମା କରି ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ପେଟ୍ରୋଲ ପମ୍ପ, ଶିକ୍ଷାନୁଷ୍ଠାନ, କାର୍ଯ୍ୟାଳୟ ଆଦି ବନ୍ଦ କରାଉଛନ୍ତି l

ସେହିପରି ଯାଜପୁରରେ ଓଡିଶା ବନ୍ଦ ଡାକରାର ପ୍ରଭାବ ମଧ୍ୟ ପଡିଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ଦ ରହିଛି ଦୋକାନବଜାର, ବ୍ୟାଙ୍କ, ସରକାରୀ ଅଫିସ ଓ ଗାଡି ଚଳାଚଳ । ଜିଲ୍ଲା କଂଗ୍ରେସ ସଭାପତି ମନୋଜ ରାଉତଙ୍କ ନେତୃତ୍ବରେ କଂଗ୍ରେସ କର୍ମୀମାନେ ଏକାଠି ହୋଇ ବନ୍ଦକୁ ସଫଳ କରିବାକୁ ଲୋକମାନଙ୍କୁ ଅନୁରୋଧ କରିଛନ୍ତି ।

ବାଲେଶ୍ବର ଜିଲ୍ଲା ଜଳେଶ୍ବରରେ ବନ୍ଦର ପ୍ରଭାବ ପଡ଼ିଛି । ଦୋକାନବଜାର, ଅଫିସ ଓ ଗାଡ଼ି ଚଳାଚଳ ପ୍ରଭାବିତ । ପୀଡ଼ିତା ଛାତ୍ରୀଙ୍କୁ ନ୍ଯାୟ ଦାବିରେ କଂଗ୍ରେସ ସମେତ ୮ଟି ମିଳିତ ବିରୋଧୀ ଦଳ ବନ୍ଦ ଡାକରା ଦେଇଛନ୍ତି । ପୀଡ଼ିତାଙ୍କୁ ନ୍ଯାୟ ଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ମୃତ ଛାତ୍ରୀଙ୍କୁ ଯେ ପର୍ଯ୍ଯନ୍ତ ନ୍ଯାୟ ନମିଳିଛି, ସେ ପର୍ଯ୍ଯନ୍ତ ଲଢେଇ ଜାରି ରହିବ ବୋଲି କଂଗ୍ରେସ କରିଛି ।

କଂଗ୍ରେସର ଓଡ଼ିଶା ବନ୍ଦର ପ୍ରଭାବ ମୟୂରଭଞ୍ଜ ଜିଲ୍ଲାରେ ପଡ଼ିଥିବା ଦେଖିବାକୁ ମିଳିଛି । ଜିଲ୍ଲାରେ ସମସ୍ତ ଗାଡ଼ି ମୋଟର ଚଳାଚଳ, ଦୋକାନ ବଜାର ସ୍କୁଲ କଲେଜ ବନ୍ଦ ରହିଛି । କଂଗ୍ରେସ ନେତା ଓ କର୍ମୀ ବିଭିନ୍ନ ସ୍ଥାନରେ ପିକେଟିଂ କରୁଛନ୍ତି । ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଛି। ପୀଡ଼ିତାଙ୍କ ନ୍ୟାୟ ଦାବିରେ ଏହି ବନ୍ଦ ପାଳନ କରାଯାଉଥିବା ବେଳେ ଲୋକଙ୍କ ସମର୍ଥନ ଦେଖିବାକୁ ମିଳିଛି ।

ସେହିପରି ଭଦ୍ରକରେ କଂଗ୍ରେସ ଓ ବାମପନ୍ଥୀଙ୍କ ଓଡ଼ିଶା ବନ୍ଦର ପ୍ରଭାବ ପଡ଼ିଛି । ଭଦ୍ରକ ସହର ସମେତ ବିଭିନ୍ନ ଅଞ୍ଚଳରେ ଦୋକାନ ବଜାର, ସ୍କୁଲ କଲେଜ ବନ୍ଦ ରହିଛି। ସେହିପରି ୧୬ ନମ୍ବର ଜାତୀୟ ରାଜପଥ ବନ୍ତ ଛକରେ କଂଗ୍ରେସ କର୍ମୀମାନେ ରାସ୍ତାରେ ସବୁ ଗାଡ଼ିକୁ ଅଟକାଇବା ପରେ ଜାତୀୟ ରାଜପଥରେ ମଧ୍ୟ ଗାଡ଼ି ଚଳାଚଳ ବନ୍ଦ ରହିଛି । ଭଦ୍ରକ ଷ୍ଟେସନରେ କଂଗ୍ରେସ ନେତା ଓ କର୍ମୀମାନେ ଯାଇ ଭଦ୍ରକ -ଦଶପଲ୍ଲା ମେମୁ ଟ୍ରେନକୁ ଅଟକାଇ ରେଳ ଧାରଣା ଉପରେ ବିକ୍ଷୋଭ କରିଛନ୍ତି । ଭଦ୍ରକ ଜିଲ୍ଲର ଗ୍ରାମାଞ୍ଚଳ ଓ ସହରରୁ କୌଣସି ବସ ଚଳାଚଳ କରୁନାହିଁ । କଂଗ୍ରେସ କର୍ମୀମାନେ ସହରର ବିଭିନ୍ନ ସ୍ଥାନରେ ପିକେଟିଂ କରୁଛନ୍ତି । ଏହି ବନ୍ଦ ବେଳେ ଯେପରି କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନ ହୁଏ ସେଥିପାଇଁ ଭଦ୍ରକ ର ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ସହିତ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ମାଲକାନଗିରିରେ ଓଡ଼ିଶା ବନ୍ଦର ପ୍ରଭାବ। ଦୋକାନ, ବଜାର ସହ ସ୍କୁଲ, କଲେଜ ବନ୍ଦ ରହିଛି। କଂଗ୍ରେସ କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରୁଛନ୍ତି।

 

ଆହୁରି ପଢ଼ନ୍ତୁ :  ଓଡ଼ିଶା ବନ୍ଦର ପ୍ରଭାବ: ଟ୍ବିନସିଟିରେ ଗଡ଼ୁନି ଆମ ବସ୍, ଆନ୍ଦୋଳନକାରୀଙ୍କୁ ଜଗିଛି ଏଆଇ କ୍ୟାମେରା

The post ପୂରା ଓଡ଼ିଶା ଠପ : କେଉଁଠି ରେଳ ଧାରଣା ଉପରେ ବିକ୍ଷୋଭ ତ କେଉଁଠି ଚାଲିଛି ପିକେଟିଂ appeared first on KNews Odisha.