ଦାରିଙ୍ଗବାଡ଼ିରେ ପୁଣି ଜଣେ ଗର୍ଭବତୀଙ୍କ ମୃତ୍ୟୁ: ଅଲଟ୍ରାସାଉଣ୍ଡ କରି ନ ପାରି ଘରକୁ ଫେରିଥିଲେ, ପରେ ଛୁଆ…

ଦାରିଙ୍ଗବାଡି,୧୫।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମା’ ଓ ଶିଶୁ ମୃତ୍ୟୁହାର ଦିନକୁ ଦିନ ବୃଦ୍ଧି ପାଉଥିବା ଉଦବେଗ ପ୍ରକାଶ ପାଇଛି। ମଙ୍ଗଳବାର ଉକ୍ତ ବ୍ଲକ କିରିକୁଟି ପଞ୍ଚାୟତ ନାହୁଡ଼ସରୁ ଗ୍ରାମରେ ଜଣେ ଗର୍ଭବତୀଙ୍କ ମୃତ୍ୟୁ ଘଟିଥିବା ଘଟଣା ସାରା ଅଞ୍ଚଳରେ ଶୋକାକୂଳ ପରିସ୍ଥିତି ସୃଷ୍ଟି କରିଛି। ମୃତ ମହିଳା ହେଲେ ଉକ୍ତ ଗ୍ରାମର ସଞ୍ଜୀବ ପ୍ରଧାନଙ୍କ ପତ୍ନୀ ବନିଆ ପ୍ରଧାନ। ଅତ୍ୟଧିକ ରକ୍ତସ୍ରାବ ଯୋଗୁ ତାଙ୍କର ଓ ଜନ୍ମ ପୂର୍ବରୁ ଛୁଆର […] The post ଦାରିଙ୍ଗବାଡ଼ିରେ ପୁଣି ଜଣେ ଗର୍ଭବତୀଙ୍କ ମୃତ୍ୟୁ: ଅଲଟ୍ରାସାଉଣ୍ଡ କରି ନ ପାରି ଘରକୁ ଫେରିଥିଲେ, ପରେ ଛୁଆ… appeared first on Dharitri Odia News.

ଦାରିଙ୍ଗବାଡ଼ିରେ ପୁଣି ଜଣେ ଗର୍ଭବତୀଙ୍କ ମୃତ୍ୟୁ: ଅଲଟ୍ରାସାଉଣ୍ଡ କରି ନ ପାରି ଘରକୁ ଫେରିଥିଲେ, ପରେ ଛୁଆ…
ଦାରିଙ୍ଗବାଡି,୧୫।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମା’ ଓ ଶିଶୁ ମୃତ୍ୟୁହାର ଦିନକୁ ଦିନ ବୃଦ୍ଧି ପାଉଥିବା ଉଦବେଗ ପ୍ରକାଶ ପାଇଛି। ମଙ୍ଗଳବାର ଉକ୍ତ ବ୍ଲକ କିରିକୁଟି ପଞ୍ଚାୟତ ନାହୁଡ଼ସରୁ ଗ୍ରାମରେ ଜଣେ ଗର୍ଭବତୀଙ୍କ ମୃତ୍ୟୁ ଘଟିଥିବା ଘଟଣା ସାରା ଅଞ୍ଚଳରେ ଶୋକାକୂଳ ପରିସ୍ଥିତି ସୃଷ୍ଟି କରିଛି। ମୃତ ମହିଳା ହେଲେ ଉକ୍ତ ଗ୍ରାମର ସଞ୍ଜୀବ ପ୍ରଧାନଙ୍କ ପତ୍ନୀ ବନିଆ ପ୍ରଧାନ। ଅତ୍ୟଧିକ ରକ୍ତସ୍ରାବ ଯୋଗୁ ତାଙ୍କର ଓ ଜନ୍ମ ପୂର୍ବରୁ ଛୁଆର ମୃତ୍ୟୁ ଘଟିଥିବା ଜଣାପଡିଛି।
ପ୍ରକାଶ ଯେ,  ରବିବାର  ବନିଆଙ୍କ ପେଟ ପ୍ରବଳ ବ୍ୟଥା ହେବା ସହ ରକ୍ତସ୍ରାବ ବୃଦ୍ଧି ପାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଆଲଟସାଉଣ୍ଡ ବ୍ୟବସ୍ଥା ନ ଥିବାରୁ ଡାକ୍ତର ତାଙ୍କୁ ଅନ୍ୟତ୍ର ଯିବାକୁ ପରାମର୍ଶ ଦେଇଥିଲେ। ଏଥିରେ ଆଶା ଏବଂ ସ୍ବାମୀ ବନିଆଙ୍କୁ ଗାଁକୁ ଫେରେଇ ଆଣିଥିଲେ। ତେବେ ଘରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗି ତାଙ୍କୁ ବାଲିଗୁଡା ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଗୁରୁତର ହେବାରୁ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାକେନ୍ଦ୍ର ଓ ପରେ ସେଠାରୁ ସୋମବାର ସାରେ ବ୍ରହ୍ମପୁର ବଡ଼ ମେଡିକାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ସକାଳ ୧୦ଟାରେ ମୃତ୍ୟୁ ହୋଇଥିବା ମୃତ ବନିଆଙ୍କ ସ୍ବାମୀ ସଞ୍ଜୀବ କହିଛନ୍ତି। ବନିଆଙ୍କ ପୂର୍ବରୁ ୩ଟି ଛୁଆ ରହିଥିବା ବେଳେ ଏହା ଚତୁର୍ଥ ଗର୍ଭ ଥିଲା। ଦାରିଙ୍ଗବାଡିରେ ଅଲଟ୍ରାସାଉଣ୍ଡ ବ୍ୟବସ୍ଥା ଏବଂ ମହିଳା ଓ ଶିଶୁ ବିଶେଷଜ୍ଞ  ରହିଥିଲେ ହୁଏତ ଏଭଳି ଅକାଳରେ ବନିଆଙ୍କ ଜୀବନ ଯାଇ ନ ଥାନ୍ତା ବୋଲି ପରିବାରଲୋକଙ୍କ ପକ୍ଷରୁ କୁହାଯାଇଛି।

The post ଦାରିଙ୍ଗବାଡ଼ିରେ ପୁଣି ଜଣେ ଗର୍ଭବତୀଙ୍କ ମୃତ୍ୟୁ: ଅଲଟ୍ରାସାଉଣ୍ଡ କରି ନ ପାରି ଘରକୁ ଫେରିଥିଲେ, ପରେ ଛୁଆ… appeared first on Dharitri Odia News.