ପ୍ରେସମିଟ୍ କରି ବର୍ଷିଲେ ପଓ୍ବନ ଖେରା-ଭକ୍ତ, ଆନ୍ଦୋଳନ ପରେ ମୋହନଙ୍କୁ ବଡ଼ ଆଟାକ୍!
ଭୁବନେଶ୍ବର,୨୮।୩: ରାଜ୍ୟରେ ମହିଳାଙ୍କ ସୁରକ୍ଷା ଓ ନ୍ୟାୟ ଦାବି ପ୍ରସଙ୍ଗରେ ଗୁରୁବାର କଂଗ୍ରେସ ପକ୍ଷରୁ ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବହୁ ହଜାର କଂଗ୍ରେସ କର୍ମୀ ବିଧାନସଭା ଘେରାଉ କରିବାକୁ ଉଦ୍ୟମ କରିବାବେଳେ ଗାନ୍ଧୀମାର୍ଗ ରଣକ୍ଷେତ୍ର ପାଲଟିଥିଲା। ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ କରାଯାଇଥିବା ୪ଟି ପର୍ଯ୍ୟାୟରେ ସୁରକ୍ଷା ବଳୟକୁ ଭେଦି କଂଗ୍ରେସ କର୍ମୀ ଆଗକୁ ବଢ଼ିବାକୁ ଚେଷ୍ଟା କରିବାରୁ କଂଗ୍ରେସ ଓ ପୋଲିସ ମଧ୍ୟରେ ମୁହଁାମୁହିଁ ସ୍ଥିତି ଉପୁଜିଥିଲା। କଂଗ୍ରେସ କର୍ମୀଙ୍କ ପକ୍ଷରୁ ପୋଲିସ […] The post ପ୍ରେସମିଟ୍ କରି ବର୍ଷିଲେ ପଓ୍ବନ ଖେରା-ଭକ୍ତ, ଆନ୍ଦୋଳନ ପରେ ମୋହନଙ୍କୁ ବଡ଼ ଆଟାକ୍! appeared first on Dharitri Odia News.
ଭୁବନେଶ୍ବର,୨୮।୩: ରାଜ୍ୟରେ ମହିଳାଙ୍କ ସୁରକ୍ଷା ଓ ନ୍ୟାୟ ଦାବି ପ୍ରସଙ୍ଗରେ ଗୁରୁବାର କଂଗ୍ରେସ ପକ୍ଷରୁ ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବହୁ ହଜାର କଂଗ୍ରେସ କର୍ମୀ ବିଧାନସଭା ଘେରାଉ କରିବାକୁ ଉଦ୍ୟମ କରିବାବେଳେ ଗାନ୍ଧୀମାର୍ଗ ରଣକ୍ଷେତ୍ର ପାଲଟିଥିଲା। ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ କରାଯାଇଥିବା ୪ଟି ପର୍ଯ୍ୟାୟରେ ସୁରକ୍ଷା ବଳୟକୁ ଭେଦି କଂଗ୍ରେସ କର୍ମୀ ଆଗକୁ ବଢ଼ିବାକୁ ଚେଷ୍ଟା କରିବାରୁ କଂଗ୍ରେସ ଓ ପୋଲିସ ମଧ୍ୟରେ ମୁହଁାମୁହିଁ ସ୍ଥିତି ଉପୁଜିଥିଲା। କଂଗ୍ରେସ କର୍ମୀଙ୍କ ପକ୍ଷରୁ ପୋଲିସ ଉପରକୁ ଚେୟାର, ପଥର, ଟମାଟୋ, ଅଣ୍ଡା ମାଡ଼ ହୋଇଛି। ସ୍ଥିତି ନିୟନ୍ତ୍ରଣ ଆଣିବାକୁ କମିଶନରେଟ୍ ପୋଲିସ ପକ୍ଷରୁ ଲାଠିଚାର୍ଜ, ଲୁହବୁହା ଗ୍ୟାସ, ପାଣି ସ୍ପ୍ରେ କରାଯାଇଛି। କଂଗ୍ରେସ କର୍ମୀଙ୍କ ଆକ୍ରମଣରେ ୧୫ଜଣ ପୋଲିସ କର୍ମଚାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ଆହତ ହୋଇଛନ୍ତି। ଅପରପକ୍ଷରେ ପୋଲିସ ମାଡ଼ରେ ୪୦ରୁ ଊର୍ଦ୍ଧ୍ୱ କଂଗ୍ରେସ କର୍ମୀ ଆହତ ହୋଇଥିବା ଦଳ ପକ୍ଷରୁ କୁହାଯାଇଛି।
ଏନେଇ ଗତକାଲିର କଂଗ୍ରେସ ଆନ୍ଦୋଳନ ଓ ବିଧାନସଭା ଘେରାଉ ସମୟରେ ହୋଇଥିବା ହିଂସାକାଣ୍ଡକୁ ନେଇ ଏଆଇସିସିର ପ୍ରେସମିଟ୍। ପ୍ରେସମିଟ୍ କରି କଂଗ୍ରେସ ନେତା ପଓ୍ବନ ଖେରା କହିଛନ୍ତି, ଆମେ ଅହିଂସା ଉପାୟରେ ଆନ୍ଦୋଳନ କରୁ। ବିଜେଡି ଶାସନକ୍ଷମତାରେ ଥିବାବେଳେ ୪୪ହଜାର ଶିଶୁ ଓ ମହିଳା ନିଖୋଜ ହୋଇଯାଇଥିଲେ। ଗତ ୮ମାସରେ ୨୦ହଜାର ମହିଳା ନିଖୋଜ ହୋଇଯିବା ଛୋଟକଥା ନୁହେଁ।ଦେଶ ତୁଳନାରେ ଦେଖଇଲେ ମହିଳା ଅତ୍ୟାଚାରକୁ ନେଇ ଓଡ଼ିଶା ଶ୍ରେଷ୍ଠ ୪-୫ରାଜ୍ୟରେ ରହିଛି। ଆମେ ମାଆ ସୁଭଦ୍ରାଙ୍କ ପୂଜା କରୁଛୁ ହେଲେ ମହିଳାଙ୍କୁ ସୁରକ୍ଷା ଦେଇପାରୁ ନାହୁଁ । ଆପଣ ବେଟି ବଚଓ ବେଟି ପଢାଓ ନାରା ଲଗାଉଛନ୍ତି। କିନ୍ତୁ ସଥିରୁ ମିଳୁଥିବା ପାଣ୍ଠି କୁଆଡେ ଯାଉଛି ଆମେ ଜାଣିଛୁ।
ସୂଚନାଥାଉ କି, ପୂର୍ବାହ୍ନ ପ୍ରାୟ ୧୦ଟାବେଳେ କଂଗ୍ରେସର ତୁଙ୍ଗ ନେତ୍ରୀ ଓ ନେତାମାନେ ରାମମନ୍ଦିର ସମ୍ମୁଖରେ ଏକାଠି ହୋଇ ପଦଯାତ୍ରା ଜରିଆରେ ଗାନ୍ଧୀମାର୍ଗ ଅଭିମୁଖେ ବାହାରିଥିଲେ। ଗାନ୍ଧୀମାର୍ଗରେ ଅନୁଷ୍ଠିତ ସଭାମଞ୍ଚରେ ଆଗଧାଡ଼ିର କଂଗ୍ରେସ ନେତାମାନେ ଭାଷଣ ଦେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଏପଟେ ସୁରକ୍ଷା ଦୃଷ୍ଟିରୁ ପୋଲିସ ଫୋର୍ସ ସଜାଗ ରହିଥିଲା। ସଭାମଞ୍ଚ ପଛକୁ ବିଭିନ୍ନ ବାରିକେଡ୍ କରାଯିବା ସହ ବିଧାନସଭାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ବନ୍ଦ କରାଯାଇଥିଲା। ଏଥିସହ ଆଖପାଖ ଗଳି ରାସ୍ତାରେ ମଧ୍ୟ ପୋଲିସ ମୁତୟନ କରାଯାଇ କଡ଼ାକଡ଼ି ଚେକିଂ ହୋଇଥିଲା। ମଧ୍ୟାହ୍ନ ପ୍ରାୟ ୧୨ଟା ୩୦ ବେଳେ କଂଗ୍ରେସର ସଭା ପ୍ରାୟ ଶେଷ ପର୍ଯ୍ୟାୟ ବେଳକୁ ଗାନ୍ଧୀମାର୍ଗରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା। ସେପଟେ ସଭା ଚାଲିଥିବାବେଳେ ଏପଟେ ବହୁ ସଂଖ୍ୟକ କଂଗ୍ରେସ କର୍ମୀ ବିଧାନସଭା ଆଡ଼କୁ ଯିବା ପାଇଁ ଚେଷ୍ଟା କରିଥିଲେ। ଆନ୍ଦୋଳନକାରୀମାନେ ପ୍ରଥମ ଅସ୍ଥାୟୀ ବ୍ୟାରିକେଡ୍ ତାଡ଼ି ତାରଜାଲି ବ୍ୟାରିକେଡ୍ ପର୍ଯ୍ୟନ୍ତ ପହଞ୍ଚତ୍ ହୋହଲ୍ଲା କରିବା ସହ ସରକାର ବିରୋଧୀ ନାରାବାଜି ଦେଇଥିଲେ। ତାର ବାରିକେଡ୍ ଭାଙ୍ଗିବାକୁ ପ୍ରୟାସ କରିବାବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା। ପ୍ରାୟ କିଛି ସମୟ ଆନ୍ଦୋଳନକାରୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ସ୍ଥିତି ଭୟଙ୍କର ହେବାରୁ ପୋଲିସ ପକ୍ଷରୁ ଲାଠିଚାର୍ଜ କରାଯାଇଥିଲା। ଫଳରେ କଂଗ୍ରେସ କର୍ମୀମାନେ ଭୟରେ ଦୋଡ଼ି କିଛିବାଟ ପଛକୁ ଚାଲିଯାଇଥିଲେ। କିଛି ସମୟ ପରେ ଆନ୍ଦୋଳନକାରୀଙ୍କ ପକ୍ଷରୁ ଆରମ୍ଭ ହୋଇଯାଇଥିଲା ପଥର, ପାଣି ବୋତଲ, ଅଣ୍ଡା, ଟମାଟୋ, ଚେୟାର ମାଡ଼। ଫଳରେ ପୋଲିସ ଫୋର୍ସ କିଛିବାଟ ପଛକୁ ଫେରି ଆସିଥିଲା। ଏହାପରେ ଆନ୍ଦୋଳନକାରୀଙ୍କ ଉପରକୁ ପାଣିମାଡ଼ କରାଯାଇଥିଲା। ଆଣ୍ଟି ରଏଟ୍ ଗନ୍ ଦ୍ୱାରା ଆନ୍ଦୋଳକାରୀଙ୍କ ଉପରକୁ ଟିୟର ସ୍ମୋକ୍ ଛଡ଼ାଯାଇଥିଲା। ଏଥିସହ ହ୍ୟାଣ୍ଡ୍ ସ୍ମୋକ୍ ଗ୍ରେନେଡ୍ ମଧ୍ୟ ଫିଙ୍ଗାଯାଇଥିଲା। ପ୍ରାୟ ଦେଢ଼ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଆନ୍ଦୋଳନସ୍ଥଳରେ ପ୍ରବଳ ଉତ୍ତେଜନା ସହ ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ଦିନ ପ୍ରାୟ ୨ଟା ୧୫ ବେଳେ ପୋଲିସ ପକ୍ଷରୁ ଜଣକ ପରେ ଜଣେ ନେତା ଓ କର୍ମୀଙ୍କୁ ଆନ୍ଦୋଳନସ୍ଥଳରୁ ଉଠାଇ ନେଇଥିଲା। ତେବେ ବିକ୍ଷୋଭ ସମୟରେ ଚେୟାର ମାଡ଼ରେ ଓଟିଭି ପ୍ରତିନିଧି ପ୍ରଭାତ ବିଶୋଇଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଘଟଣା ପରେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆହତ ପୋଲିସ କର୍ମଚାରୀଙ୍କୁ ଅତିରିକ୍ତ ପୋଲିସ କମିଶନର ନରସିଂହ ଭୋଳ, ଡିସିପି ଜଗମୋହନ ମୀନା ପ୍ରମୁଖ ଭେଟିବା ସହ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଅତିରିକ୍ତ ସିପି ଭୋଳ କହିଛନ୍ତି, କଂଗ୍ରେସ କର୍ମୀମାନେ ଆଇନ ଉଲ୍ଲଙ୍ଘନ କରି ପୋଲିସକୁ ଆକ୍ରମଣ କରିଥିଲେ। ୧୫ ପୋଲିସ ଆହତଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଅପରପକ୍ଷରେ ପୋଲିସ ଆକ୍ରମଣରେ ବହୁ କଂଗ୍ରେସ କର୍ମୀ ଆହତ ହୋଇ ଏବେ ଚିକିତ୍ସିତ ହେଉଛନ୍ତି। ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ସରକାର ପୋଲିସକୁ ଗୁଣ୍ଡା ସଜେଇଛନ୍ତି। କଂଗ୍ରେସ ଶାନ୍ତି ସହକାରେ ବିଧାନସଭାକୁ ଯିବାକୁ ବାହାରିଥିଲା। ହେଲେ ସରକାର ପ୍ରତିକ୍ରିୟାଶୀଳ ହୋଇ ପୋଲିସକୁ ଲଗାଇ ଅହିଂସାପଥ ଗାନ୍ଧୀମାର୍ଗରେ ହିଂସାର ତାଣ୍ଡବ ସୃଷ୍ଟି କରିଛନ୍ତି। କେବଳ ରାଜଧାନୀରେ କଂଗ୍ରେସକର୍ମୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ୮୦ ପ୍ଲାଟୁନ୍ ପୋଲିସ ଫୋର୍ସ ସହିତ ଅତିରିକ୍ତ ୧୦ ପ୍ଲାଟୁନ୍ ମହିଳା ପୋଲିସ ଫୋର୍ସ ମୁତୟନ ରହିଥିଲେ। ଯଦି ସରକାର ମହିଳାମାନଙ୍କ ପ୍ରତି ସମ୍ବେଦନଶୀଳ ହୋଇଥାନ୍ତେ, ତେବେ ଏହି ପୋଲିସ ମହିଳାଙ୍କୁ ସୁରକ୍ଷାରେ ଲଗାଇ ପାରିଥାନ୍ତେ, ଯଦ୍ଦ୍ବାରା ରାଜ୍ୟରେ ମହିଳା ନିର୍ଯାତନା କମି ପାରିଥାନ୍ତା। ରାଜଧାନୀରେ ପୋଲିସ ଯେଭଳି ଭାବେ ଗୁଣ୍ଡାଗିରି ଦେଖାଇଲା, ତାହା ସବୁ ସୀମା ଲଂଘିଛି। ପ୍ରାୟ ୪୦ରୁ ଊର୍ଦ୍ଧ୍ୱ କଂଗ୍ରେସ କର୍ମୀ ଆହତ ହୋଇଥିବାବେଳେ ଜଣେ ଗୁରୁତର ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ରାଜ୍ୟରେ ମହିଳା ସୁରକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ, ଯାହାକୁ ନେଇ ପୂର୍ବ ସରକାର ମିଶନଶକ୍ତି ଯୋଜନା କରିଥିଲା। ଭାଜପା ସରକାର ମଧ୍ୟ ‘ସୁଭଦ୍ରା’ ଯୋଜନା ନାଁରେ ଭୋଟ ସାଉଁଟିଛି। ହେଲେ ଏବେ ମୁଖ୍ୟମନ୍ତ୍ରୀ କହୁଛନ୍ତି, ଏହା କି ପ୍ରସଙ୍ଗ ? ମହିଳାମାନଙ୍କୁ ଏ ସରକାର ଏତେ ହୀନ କ’ଣ ପାଇଁ ମଣୁଛି। ଯେପର୍ଯ୍ୟନ୍ତ ରାଜ୍ୟରେ ମହିଳା ସୁରକ୍ଷିତ ନାହାନ୍ତି, ସେପର୍ଯ୍ୟନ୍ତ କଂଗ୍ରେସ ଲଢ଼େଇ ଜାରି ରଖିବ ବୋଲି ଭକ୍ତ କହିଥିଲେ। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, ରାଜ୍ୟ ସରକାର କିଭଳି ମହିଳା ବିରୋଧୀ, ତାହା ଆଜି ପ୍ରମାଣ ହୋଇଯାଇଛି। ଗୃହରେ ବିରୋଧୀଙ୍କୁ ମାଡ଼ମାରିବା ସହ ଗାଳି କରିଥିଲେ, ଏବେ ଗାନ୍ଧୀମାର୍ଗରେ ମହିଳାଙ୍କ ପାଇଁ କଂଗ୍ରେସ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ବାହାରିଥିବାବେଳେ ପୋଲିସ ଲଗାଇ ବହୁ କର୍ମକର୍ତ୍ତାଙ୍କୁ ଲହୁଲୁହାଣ କରିଛନ୍ତି। ମହିଳାଙ୍କ ସୁରକ୍ଷା ପାଇଁ କଂଗ୍ରେସ ତା’ର ସଂଗ୍ରାମ ଜାରି ରଖିବ ବୋଲି କାଡାମ କହିଛନ୍ତି। ଏହି ବିଧାନସଭା ଘେରାଉରେ କଂଗ୍ରେସର ବରିଷ୍ଠ ନେତୃବୃନ୍ଦ ସାମିଲ ଥିଲେ।
The post ପ୍ରେସମିଟ୍ କରି ବର୍ଷିଲେ ପଓ୍ବନ ଖେରା-ଭକ୍ତ, ଆନ୍ଦୋଳନ ପରେ ମୋହନଙ୍କୁ ବଡ଼ ଆଟାକ୍! appeared first on Dharitri Odia News.