ପୁଅବୋହୂଙ୍କ ମଧ୍ୟରେ ବିବାଦ ମଧ୍ୟରେ ଅମିତାଭଙ୍କୁ ଲଡ୍ଡୁ ଖୁଆଇବାକୁ ପହଞ୍ଚିଲେ ଜୟା, କ’ଣ ସବୁକିଛି…

ବମ୍ବେ: ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ଉତ୍ସବରେ ଯୋଗ ଦେଇଥିବା ଅତିଥିମାନଙ୍କ ମଧ୍ୟରୁ ବେଶ ଚର୍ଚ୍ଚାରେ ଥିଲେ ବଚ୍ଚନ ପରିବାର। ଝିଅ ଆରାଧ୍ୟା ସହ ଐଶ୍ୱର୍ଯ୍ୟା ରାୟ ଏକାକି ପହଞ୍ଚିଥିବା ବେଳେ ଅଭିଷେକ ପରିବାର ସହ ପହଞ୍ଚିଥିଲେ। ଏହାକୁ ନେଇ ପୁଅ-ବୋହୂଙ୍କ ମଧ୍ୟରେ ବିବାଦ କଥା ଉଠିଥିଲା। ଏସବୁ ମଧ୍ୟରେ ନିଜର ସୋସିଆଲ ମିଡିଆରେ ଅମିତାଭ ବଚ୍ଚନ କିଛି ଫଟୋ ଶେୟାର କରିଛନ୍ତି। ଫଟୋରେ ଜୟା ବଚ୍ଚନ ନଜର ଆସୁଥିବା ବେଳେ […] The post ପୁଅବୋହୂଙ୍କ ମଧ୍ୟରେ ବିବାଦ ମଧ୍ୟରେ ଅମିତାଭଙ୍କୁ ଲଡ୍ଡୁ ଖୁଆଇବାକୁ ପହଞ୍ଚିଲେ ଜୟା, କ’ଣ ସବୁକିଛି… appeared first on Dharitri Odia News.

ପୁଅବୋହୂଙ୍କ ମଧ୍ୟରେ ବିବାଦ ମଧ୍ୟରେ ଅମିତାଭଙ୍କୁ ଲଡ୍ଡୁ ଖୁଆଇବାକୁ ପହଞ୍ଚିଲେ ଜୟା, କ’ଣ ସବୁକିଛି…

ବମ୍ବେ: ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ଉତ୍ସବରେ ଯୋଗ ଦେଇଥିବା ଅତିଥିମାନଙ୍କ ମଧ୍ୟରୁ ବେଶ ଚର୍ଚ୍ଚାରେ ଥିଲେ ବଚ୍ଚନ ପରିବାର। ଝିଅ ଆରାଧ୍ୟା ସହ ଐଶ୍ୱର୍ଯ୍ୟା ରାୟ ଏକାକି ପହଞ୍ଚିଥିବା ବେଳେ ଅଭିଷେକ ପରିବାର ସହ ପହଞ୍ଚିଥିଲେ। ଏହାକୁ ନେଇ ପୁଅ-ବୋହୂଙ୍କ ମଧ୍ୟରେ ବିବାଦ କଥା ଉଠିଥିଲା। ଏସବୁ ମଧ୍ୟରେ ନିଜର ସୋସିଆଲ ମିଡିଆରେ ଅମିତାଭ ବଚ୍ଚନ କିଛି ଫଟୋ ଶେୟାର କରିଛନ୍ତି।

ଫଟୋରେ ଜୟା ବଚ୍ଚନ ନଜର ଆସୁଥିବା ବେଳେ ସେ ଛତା ଧରିଛନ୍ତି। ଏହାଛଡ଼ା ଜୟାଙ୍କ ହାତରେ ଲଡ୍ଡୁ ରହିଛି। ଏହାକୁ ଦେଖି ପ୍ରଶଂସକ ପ୍ରତିକ୍ରିୟା ରଖୁଛନ୍ତି। ବଚ୍ଚନ ପରିବାରରେ ସବୁ ଠିକ୍‌ ଚାଲିନାହିଁ ତେବେ ମିଠା କେଉଁ ଖୁସିରେ ଖୁଆଇବାକୁ ପହଞ୍ଚିଛନ୍ତି ବୋଲି କିଛି ପ୍ରଶ୍ନ କରୁଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବଚ୍ଚନ ପରିବାରେ ଜୟା ଏବଂ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ବିବାଦ ଉପୁଜିଛି। ଏହାର ପ୍ରଭାବ ଅଭିଷେକ-ଐଶ୍ୱର୍ଯ୍ୟାଙ୍କ ସମ୍ପର୍କ ଉପରେ ପଡ଼ୁଛି। ଏଯାବତ ବଚ୍ଚନ ପରିବାରର କୌଣସି ସଦସ୍ୟ ଏନେଇ ବୟାନ ଦେଇନାହିଁ।

The post ପୁଅବୋହୂଙ୍କ ମଧ୍ୟରେ ବିବାଦ ମଧ୍ୟରେ ଅମିତାଭଙ୍କୁ ଲଡ୍ଡୁ ଖୁଆଇବାକୁ ପହଞ୍ଚିଲେ ଜୟା, କ’ଣ ସବୁକିଛି… appeared first on Dharitri Odia News.