ତ୍ରିଶା ହସ୍ପିଟାଲ ବିଏସକେୱାଇ ତାଲିକାରୁ ନିଲମ୍ବିତ

ଭୁବନେଶ୍ୱର, ୧୫ା୭(ବନ୍ଦନା ସେଠୀ): ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କଟକର ତ୍ରିଶା ହସ୍ପିଟାଲକୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କଓ୍ବୋଇ) ଅଧିନ ତାଲିକାରୁ ନିଲମ୍ବିତ କରାଯାଇଛି। ଶନିବାର ସମ୍ପୃକ୍ତ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା। ଘଟଣାକୁ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଅଗ୍ନିଶମ ବିଭାଗ ପକ୍ଷରୁ ହସ୍ପିଟାଲ ବିରୁଦ୍ଧରେ ଯାଞ୍ଚ ଜାରି ରହିଛି। ତେଣୁ ସମ୍ପୃକ୍ତ ହସ୍ପିଟାଲକୁ ବିଏସ୍‌କଓ୍ବୋଇରୁ ବାଦ୍‌ ଦିଆଯାଇଥିବା ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, କଟକର କାଠଯୋଡ଼ି ନଦୀକୂଳରେ ପୁରୀଘା […] The post ତ୍ରିଶା ହସ୍ପିଟାଲ ବିଏସକେୱାଇ ତାଲିକାରୁ ନିଲମ୍ବିତ appeared first on Dharitri Odia News.

ତ୍ରିଶା ହସ୍ପିଟାଲ ବିଏସକେୱାଇ ତାଲିକାରୁ ନିଲମ୍ବିତ

ଭୁବନେଶ୍ୱର, ୧୫ା୭(ବନ୍ଦନା ସେଠୀ): ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କଟକର ତ୍ରିଶା ହସ୍ପିଟାଲକୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କଓ୍ବୋଇ) ଅଧିନ ତାଲିକାରୁ ନିଲମ୍ବିତ କରାଯାଇଛି। ଶନିବାର ସମ୍ପୃକ୍ତ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା। ଘଟଣାକୁ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଅଗ୍ନିଶମ ବିଭାଗ ପକ୍ଷରୁ ହସ୍ପିଟାଲ ବିରୁଦ୍ଧରେ ଯାଞ୍ଚ ଜାରି ରହିଛି। ତେଣୁ ସମ୍ପୃକ୍ତ ହସ୍ପିଟାଲକୁ ବିଏସ୍‌କଓ୍ବୋଇରୁ ବାଦ୍‌ ଦିଆଯାଇଥିବା ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, କଟକର କାଠଯୋଡ଼ି ନଦୀକୂଳରେ ପୁରୀଘା ଥାନାଠାରୁ ୫୦ ମିଟର ଦୂରରେ ଥିବା ତ୍ରିଶା ହସ୍ପିଟାଲରେ ଶନିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଥିଲା। ସେତେବେଳେ ହସ୍ପିଟାଲରେ ୪୫ଜଣ ରୋଗୀ ଚିକିତ୍ସିତ ହେଉଥିଲେ।

The post ତ୍ରିଶା ହସ୍ପିଟାଲ ବିଏସକେୱାଇ ତାଲିକାରୁ ନିଲମ୍ବିତ appeared first on Dharitri Odia News.