ଲକ୍ଷ୍ମୀ ବସ୍‌ ଉପରେ ପଡ଼ିଲା ଗଛ: ଛାତ କଣା, ଭାଙ୍ଗିଲା ଝରକା

ପାଟଣା,୨୮।୨(ବୀର କିଶୋରଦାଶ ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ସାଧୁପଡ଼ାରେ ମୋ ବସ୍‌ ଯୋଜନାରେ ନବ ନିର୍ମିତ ବସଷ୍ଟାଣ୍ଡ ନିର୍ମାଣ କରାଯାଇଥିଲା। ତେବେ ବୁଧବାର ବସଷ୍ଟାଣ୍ଡ ପରିସରରେ ଥିବା ଏକ ପୁରାତନ ବର ଗଛର ଡାଳ ଭାଙ୍ଗି ପଡିଥିଲା। ଏଥିରେ ଗଛତଳେ ଛିଡ଼ା ହୋଇଥିବା ୨ଟି ଲକ୍ଷ୍ମୀ ବସ୍‌ କ୍ଷତିଗ୍ରସ୍ତ ହୋଇଛି। ଡାଳ ଖସିପଡ଼ିବା ଫଳରେ ଗୋଟିଏ ବସ୍‌ର ଛାତ କଣା ହେବା ସହ ସହ ଆଉ ଏକ ବସ୍‌ର ଝରକା କାଚ ଭାଙ୍ଗି ଯାଇଛି। ସୂଚନାଯୋଗ୍ୟ, […] The post ଲକ୍ଷ୍ମୀ ବସ୍‌ ଉପରେ ପଡ଼ିଲା ଗଛ: ଛାତ କଣା, ଭାଙ୍ଗିଲା ଝରକା appeared first on Dharitri Odia News.

ଲକ୍ଷ୍ମୀ ବସ୍‌ ଉପରେ ପଡ଼ିଲା ଗଛ: ଛାତ କଣା, ଭାଙ୍ଗିଲା ଝରକା

ପାଟଣା,୨୮।୨(ବୀର କିଶୋରଦାଶ ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ସାଧୁପଡ଼ାରେ ମୋ ବସ୍‌ ଯୋଜନାରେ ନବ ନିର୍ମିତ ବସଷ୍ଟାଣ୍ଡ ନିର୍ମାଣ କରାଯାଇଥିଲା। ତେବେ ବୁଧବାର ବସଷ୍ଟାଣ୍ଡ ପରିସରରେ ଥିବା ଏକ ପୁରାତନ ବର ଗଛର ଡାଳ ଭାଙ୍ଗି ପଡିଥିଲା। ଏଥିରେ ଗଛତଳେ ଛିଡ଼ା ହୋଇଥିବା ୨ଟି ଲକ୍ଷ୍ମୀ ବସ୍‌ କ୍ଷତିଗ୍ରସ୍ତ ହୋଇଛି। ଡାଳ ଖସିପଡ଼ିବା ଫଳରେ ଗୋଟିଏ ବସ୍‌ର ଛାତ କଣା ହେବା ସହ ସହ ଆଉ ଏକ ବସ୍‌ର ଝରକା କାଚ ଭାଙ୍ଗି ଯାଇଛି।
ସୂଚନାଯୋଗ୍ୟ, ନବ ନିର୍ମିତ ବସଷ୍ଟାଣ୍ଡ ନିର୍ମାଣ ହେବା ଦିନଠାରୁ ସ୍ଥାନୀୟ ଲୋକେ ପୁରାତନ ଗଛଟିକୁ କାଟି ଦେବାକୁ କହିଥିବା ବେଳେ ଠିକାଦାର ଓ ଅଧିକାରୀ ଶୁଣି ନ ଥିବା ସ୍ଥାନୀୟ ଲୋକେ କହିଛନ୍ତି।

The post ଲକ୍ଷ୍ମୀ ବସ୍‌ ଉପରେ ପଡ଼ିଲା ଗଛ: ଛାତ କଣା, ଭାଙ୍ଗିଲା ଝରକା appeared first on Dharitri Odia News.