ପୁସ୍ତକରେ ପ୍ରତିଫଳିତ ହେଲା ବିଭୁ ଚେତନା

ପାଟଣା,୨୧ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ମୁଖ୍ୟାଳୟରେ ଗୁରୁବାର ରାତିରେ ବର୍ଷୀୟାନ କବୟିତ୍ରୀ ନକ୍ଷେତ୍ରମାଳା ମିଶ୍ରଙ୍କ ‘ସମର୍ପଣ’ କବିତା ପୁସ୍ତକ ଉନ୍ମୋଚିତ ହୋଇଛି। ଏଥିରେ ଜଗନ୍ନାଥ ଭଜନ, ଜଣାଣ, ତାରିଣୀ ସ୍ତୁତି, ଶିବ ଓ ଗଣେଶ ବନ୍ଦନା ଆଦି ଅନ୍ତର୍ଭୁକ୍ତ ହୋଇଛି। ଆୟୋଜିତ ଲୋକାର୍ପଣ ଉତ୍ସବ କବି ଅଭିମନ୍ୟୁ ଅଣ୍ଡିଆଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍‌ ତଥା କବି କଳ୍ପତରୁ କର, ସମ୍ମାନିତ ଅତିଥି ଭାବେ କବୟିତ୍ରୀ କନକଲତା ମିଶ୍ର, ଶିକ୍ଷୟିତ୍ରୀ ଆଖୋଜି ସାହୁ, […] The post ପୁସ୍ତକରେ ପ୍ରତିଫଳିତ ହେଲା ବିଭୁ ଚେତନା appeared first on Dharitri Odia News.

ପୁସ୍ତକରେ ପ୍ରତିଫଳିତ ହେଲା ବିଭୁ ଚେତନା

ପାଟଣା,୨୧ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ମୁଖ୍ୟାଳୟରେ ଗୁରୁବାର ରାତିରେ ବର୍ଷୀୟାନ କବୟିତ୍ରୀ ନକ୍ଷେତ୍ରମାଳା ମିଶ୍ରଙ୍କ ‘ସମର୍ପଣ’ କବିତା ପୁସ୍ତକ ଉନ୍ମୋଚିତ ହୋଇଛି। ଏଥିରେ ଜଗନ୍ନାଥ ଭଜନ, ଜଣାଣ, ତାରିଣୀ ସ୍ତୁତି, ଶିବ ଓ ଗଣେଶ ବନ୍ଦନା ଆଦି ଅନ୍ତର୍ଭୁକ୍ତ ହୋଇଛି। ଆୟୋଜିତ ଲୋକାର୍ପଣ ଉତ୍ସବ କବି ଅଭିମନ୍ୟୁ ଅଣ୍ଡିଆଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍‌ ତଥା କବି କଳ୍ପତରୁ କର, ସମ୍ମାନିତ ଅତିଥି ଭାବେ କବୟିତ୍ରୀ କନକଲତା ମିଶ୍ର, ଶିକ୍ଷୟିତ୍ରୀ ଆଖୋଜି ସାହୁ, ବୈଜ୍ଞାନିକ ଅକ୍ଷୟ କୁମାର ମିଶ୍ର, ଜ୍ୟୋତ୍ସ୍ନା ତ୍ରିପାଠୀ, ସାମାଜିକ କର୍ମୀ ଆରତୀ ମିଶ୍ର, ସ୍ବର୍ଣ୍ଣଲତା ମିଶ୍ର, ପଣ୍ଡିତ ଶରତ କୁମାର ତ୍ରିପାଠୀ, ଆଦିତ୍ୟ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇ ସମର୍ପଣ କବିତାରେ ନକ୍ଷେତ୍ରମାଳା ୟଙ୍କ ଭକ୍ତି ଭାବ ପ୍ରକାଶ ପାଇଛି ବୋଲି ମତ ବ୍ୟକ୍ତ କରିଥିଲେ। ଏଥିସହ ପୁସ୍ତକର ସଫଳତା ଓ ପାଠକୀୟ ଆଦୃତି କାମନା କରିଥିଲେ।

The post ପୁସ୍ତକରେ ପ୍ରତିଫଳିତ ହେଲା ବିଭୁ ଚେତନା appeared first on Dharitri Odia News.