ସାରା ଦେଶରେ ବୁଲେଟ୍ ଟ୍ରେନ୍ ଚଲାଇବା ପାଇଁ ଯୋଜନା, ସଂସଦରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଘୋଷଣା

ନୂଆଦିଲ୍ଲୀ: ଅହମଦାବାଦ ଏବଂ ମୁମ୍ୱାଇକୁ ଯୋଡ଼ିବାକୁ ଥିବା ବୁଲେଟ୍ ଟ୍ରେନ୍ ପରିଯୋଜନା ଉପରେ ଦ୍ରୁତ ଗତିରେ କାମ ଆଗେଇ ଚାଲିଛି । ଏହାରି ଭିତରେ ସରକାର ଘୋଷଣା କରିଛନ୍ତି ଯେ ସେ ସାରା ଦେଶରେ ଏହାର ସମ୍ଭାବନା ଉପରେ ବିଚାର କରିବେ ଏବଂ ଏଥିପାଇଁ ସର୍ଭେ କରାଇବେ । ଗୁରୁବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ମିଳିତ ଅଧିବେଶନକୁ ସମ୍ୱୋଧିତ କରି ଏହି ସୂଚନା ଦେଇଛନ୍ତି । ସେ ନିଜ ଅଭିଭାଷଣରେ କହିଛନ୍ତି ଯେ ସରକାର ଉତ୍ତର, ଦକ୍ଷିଣ ଏବଂ ପୂର୍ବ ଭାରତରେ ବୁଲେଟ୍ ଟ୍ରେନ କରିଡୋର ପାଇଁ ଅଧ୍ୟୟନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଫିଜିବିଲିଟି ଷ୍ଟଜି କରି ବୁଲେଟ୍ ରୁଟ୍ କିପରି ରହିବ ତାହା ପରଖାଯିବ । କେତେ ଜମି ଦରକାର ପଡ଼ିବ, ଟ୍ରାକ୍ କିପରି ନିର୍ମାଣ କରାଯିବ ଏବଂ କେତେ ଟଙ୍କା ଖର୍ଚ୍ଚ ହେବ ।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, 'ମୋ ସରକାର ସେହି ଆଧୁନିକ ମାନଦଣ୍ଡ ଉପରେ କାମ କରୁଛି, ଯାହାଦ୍ୱାରା ଭାରତ ବିକଶିତ ଦେଶର ସମକକ୍ଷ ହୋଇପାରବ ।'  ସେ କହିଛନ୍ତି, 'ସରକାର ଉତ୍ତର, ଦକ୍ଷିଣ ଏବଂ ପୂର୍ବ ଭାରତରେ ବୁଲେଟ୍ ଟ୍ରେନ୍ କରିଡର ପାଇଁ ଅଧ୍ୟୟନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।' ରାଷ୍ଟ୍ରପତି କହିଛନ୍ତି ଯେ ଅହମଦାବାଦ-ମୁମ୍ୱାଇ ମଧ୍ୟରେ ହାଇ-ସ୍ପିଡ୍ ରେଲ୍ ଇକୋସିଷ୍ଟମର ନିର୍ମାଣ କାର୍ଯ୍ୟ ଦ୍ରୁତ ବେଗରେ ବଢିବାରେ ଲାଗିଛି ।ଅହମଦାବାଦ ଏବଂ ମୁମ୍ୱାଇ ମଧ୍ୟରେ ୫୦୮ କିଲୋମିଟରର ଲମ୍ୱା ହାଇସ୍ପିଡ୍ କରିଡର ଦେଶର

ସାରା ଦେଶରେ ବୁଲେଟ୍ ଟ୍ରେନ୍ ଚଲାଇବା ପାଇଁ ଯୋଜନା, ସଂସଦରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଘୋଷଣା

ନୂଆଦିଲ୍ଲୀ: ଅହମଦାବାଦ ଏବଂ ମୁମ୍ୱାଇକୁ ଯୋଡ଼ିବାକୁ ଥିବା ବୁଲେଟ୍ ଟ୍ରେନ୍ ପରିଯୋଜନା ଉପରେ ଦ୍ରୁତ ଗତିରେ କାମ ଆଗେଇ ଚାଲିଛି । ଏହାରି ଭିତରେ ସରକାର ଘୋଷଣା କରିଛନ୍ତି ଯେ ସେ ସାରା ଦେଶରେ ଏହାର ସମ୍ଭାବନା ଉପରେ ବିଚାର କରିବେ ଏବଂ ଏଥିପାଇଁ ସର୍ଭେ କରାଇବେ । ଗୁରୁବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ମିଳିତ ଅଧିବେଶନକୁ ସମ୍ୱୋଧିତ କରି ଏହି ସୂଚନା ଦେଇଛନ୍ତି । ସେ ନିଜ ଅଭିଭାଷଣରେ କହିଛନ୍ତି ଯେ ସରକାର ଉତ୍ତର, ଦକ୍ଷିଣ ଏବଂ ପୂର୍ବ ଭାରତରେ ବୁଲେଟ୍ ଟ୍ରେନ କରିଡୋର ପାଇଁ ଅଧ୍ୟୟନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଫିଜିବିଲିଟି ଷ୍ଟଜି କରି ବୁଲେଟ୍ ରୁଟ୍ କିପରି ରହିବ ତାହା ପରଖାଯିବ । କେତେ ଜମି ଦରକାର ପଡ଼ିବ, ଟ୍ରାକ୍ କିପରି ନିର୍ମାଣ କରାଯିବ ଏବଂ କେତେ ଟଙ୍କା ଖର୍ଚ୍ଚ ହେବ ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, 'ମୋ ସରକାର ସେହି ଆଧୁନିକ ମାନଦଣ୍ଡ ଉପରେ କାମ କରୁଛି, ଯାହାଦ୍ୱାରା ଭାରତ ବିକଶିତ ଦେଶର ସମକକ୍ଷ ହୋଇପାରବ ।'  ସେ କହିଛନ୍ତି, 'ସରକାର ଉତ୍ତର, ଦକ୍ଷିଣ ଏବଂ ପୂର୍ବ ଭାରତରେ ବୁଲେଟ୍ ଟ୍ରେନ୍ କରିଡର ପାଇଁ ଅଧ୍ୟୟନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।' ରାଷ୍ଟ୍ରପତି କହିଛନ୍ତି ଯେ ଅହମଦାବାଦ-ମୁମ୍ୱାଇ ମଧ୍ୟରେ ହାଇ-ସ୍ପିଡ୍ ରେଲ୍ ଇକୋସିଷ୍ଟମର ନିର୍ମାଣ କାର୍ଯ୍ୟ ଦ୍ରୁତ ବେଗରେ ବଢିବାରେ ଲାଗିଛି ।

ଅହମଦାବାଦ ଏବଂ ମୁମ୍ୱାଇ ମଧ୍ୟରେ ୫୦୮ କିଲୋମିଟରର ଲମ୍ୱା ହାଇସ୍ପିଡ୍ କରିଡର ଦେଶର ପ୍ରଥମ ହେବାକୁ ଯାଉଛି । ଏହା ଉପରେ ବୁଲେଟ୍ ଟ୍ରେନ୍ ୩୨୦ କିଲୋମିଟର ଘଣ୍ଟାପ୍ରତି ବେଗରେ ଦୌଡ଼ିବ ଏବଂ ସୁରାଟ ତଥା ଭଦଦୋରାରେ ରହଣି ସହ ଏହି ଦୂରତାକୁ କେବଳ ୨ ଘଣ୍ଟା ୭ ମିନିଟରେ ପୂରା କରିବ ।