ପଶ୍ଚିମବଙ୍ଗରେ କଂଗ୍ରେସର ଆକ୍ସନ, ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେଲେ ଅଧୀର ରଞ୍ଜନ ଚୌଧୁରୀ

କୋଲକାତା: ପଶ୍ଚିମବଙ୍ଗରେ ଲୋକସଭା ନିର୍ବାଚନରେ କଂଗ୍ରେସକୁ ଶୋଚନୀୟ ପରାଜୟର ସାମ୍‌ନା କରିବାକୁ ପଡ଼ିଛି। ରାଜ୍ୟରେ ଏଥର କଂଗ୍ରେସକୁ କେବଳ ଗୋଟିଏ ଲୋକସଭା ସିଟ୍‌ ମିଳିଛି। ଏହାରି ମଧ୍ୟରେ କଂଗ୍ରେସ ନେଇଛି ଏକ ବଡ଼ ଆକ୍ସନ। ଏହି ଆକ୍ସନ ଅନୁଯାୟୀ, କଂଗ୍ରେସ ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଅଧୀର ରଞ୍ଜନ ଚୌଧୁରୀ । ଏନେଇ କଂଗ୍ରେସ ମହାସଚିବ ଏବଂ ପଶ୍ଚିମବଙ୍ଗ ପ୍ରଭାରୀ ଗୁଲାମ ଅହମଦ ମୀର ଏହି ସୂଚନା ଦେଇଛନ୍ତି। ପ୍ରକୃତରେ ସୋମବାର ଅଧୀର ରଞ୍ଜନଙ୍କ ସମେତ ପଶ୍ଚିବଙ୍ଗର ଅନେକ ନେତାଙ୍କର, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଜେ ଏବଂ ରାହୁଲ ଗାନ୍ଧୀଙ୍କ ସହ ବୈଠକ ହୋଇଥିଲା। ଏହି ବୈଠକରେ ଅଧୀନ ରଞ୍ଜନଙ୍କୁ ହଟାଇବାକୁ ନିଷ୍ପତ୍ତି ହୋଇଥିଲା।ତେବେ ଅଧୀର ରଞ୍ଜନ ଚୌଧୁରୀଙ୍କ ସ୍ଥାନରେ ଏବେ କାହାକୁ ନୂଆ ଅଧ୍ୟକ୍ଷ କରାଯିବ ସେନେଇ ଘୋଷଣା କରାଯାଇନାହିଁ। ତେବେ ଯେଉଁ ଲୋକଙ୍କୁ ଦିଲ୍ଲୀ ଡକାଯାଇଥଲା ସେମାନଙ୍କ ମଧ୍ୟରେ ଅଧୀର ରଞ୍ଜନ ଚୌଧୁରୀ, ରାଜ୍ୟର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ପ୍ରଦୀପ ଭଟ୍ଟାଚାର୍ଯ୍ୟ, ଅବଦୁଲ ମନ୍ନାନ, ଦୀପା ଦାସମୁଂଶୀ, ଅମିତାଭ ଚକ୍ରବର୍ତ୍ତିୀ, ନେପାଳ ମହତୋ, ମନୋଜ ଚକ୍ରବର୍ତ୍ତୀ, ଈଶା ଖାନ ଚୌଧୁରୀ ସାମିଲ ଥିଲେ। ଦୀପା ଦାସମୁଂଶୀ କଂଗ୍ରେସ ମହାସଚିବଙ୍କ ସହ କେରଳ, ତେଲେଙ୍ଗାନା ଏବଂ ଲାକ୍ଷାଦ୍ବୀପର ପ୍ରଭାରୀ।ସୂଚନାଥାଉକି, ଅଧୀର ରଞ୍ଜନ ଚୌଧରୀ ୧୯୯୯ରୁ ଲଗାତାର ବହରାମପୁର ସିଟ୍‌

ପଶ୍ଚିମବଙ୍ଗରେ କଂଗ୍ରେସର ଆକ୍ସନ, ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେଲେ ଅଧୀର ରଞ୍ଜନ ଚୌଧୁରୀ

କୋଲକାତା: ପଶ୍ଚିମବଙ୍ଗରେ ଲୋକସଭା ନିର୍ବାଚନରେ କଂଗ୍ରେସକୁ ଶୋଚନୀୟ ପରାଜୟର ସାମ୍‌ନା କରିବାକୁ ପଡ଼ିଛି। ରାଜ୍ୟରେ ଏଥର କଂଗ୍ରେସକୁ କେବଳ ଗୋଟିଏ ଲୋକସଭା ସିଟ୍‌ ମିଳିଛି। ଏହାରି ମଧ୍ୟରେ କଂଗ୍ରେସ ନେଇଛି ଏକ ବଡ଼ ଆକ୍ସନ। ଏହି ଆକ୍ସନ ଅନୁଯାୟୀ, କଂଗ୍ରେସ ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଅଧୀର ରଞ୍ଜନ ଚୌଧୁରୀ । ଏନେଇ କଂଗ୍ରେସ ମହାସଚିବ ଏବଂ ପଶ୍ଚିମବଙ୍ଗ ପ୍ରଭାରୀ ଗୁଲାମ ଅହମଦ ମୀର ଏହି ସୂଚନା ଦେଇଛନ୍ତି। 

ପ୍ରକୃତରେ ସୋମବାର ଅଧୀର ରଞ୍ଜନଙ୍କ ସମେତ ପଶ୍ଚିବଙ୍ଗର ଅନେକ ନେତାଙ୍କର, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଜେ ଏବଂ ରାହୁଲ ଗାନ୍ଧୀଙ୍କ ସହ ବୈଠକ ହୋଇଥିଲା। ଏହି ବୈଠକରେ ଅଧୀନ ରଞ୍ଜନଙ୍କୁ ହଟାଇବାକୁ ନିଷ୍ପତ୍ତି ହୋଇଥିଲା।ତେବେ ଅଧୀର ରଞ୍ଜନ ଚୌଧୁରୀଙ୍କ ସ୍ଥାନରେ ଏବେ କାହାକୁ ନୂଆ ଅଧ୍ୟକ୍ଷ କରାଯିବ ସେନେଇ ଘୋଷଣା କରାଯାଇନାହିଁ। 

ତେବେ ଯେଉଁ ଲୋକଙ୍କୁ ଦିଲ୍ଲୀ ଡକାଯାଇଥଲା ସେମାନଙ୍କ ମଧ୍ୟରେ ଅଧୀର ରଞ୍ଜନ ଚୌଧୁରୀ, ରାଜ୍ୟର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ପ୍ରଦୀପ ଭଟ୍ଟାଚାର୍ଯ୍ୟ, ଅବଦୁଲ ମନ୍ନାନ, ଦୀପା ଦାସମୁଂଶୀ, ଅମିତାଭ ଚକ୍ରବର୍ତ୍ତିୀ, ନେପାଳ ମହତୋ, ମନୋଜ ଚକ୍ରବର୍ତ୍ତୀ, ଈଶା ଖାନ ଚୌଧୁରୀ ସାମିଲ ଥିଲେ। ଦୀପା ଦାସମୁଂଶୀ କଂଗ୍ରେସ ମହାସଚିବଙ୍କ ସହ କେରଳ, ତେଲେଙ୍ଗାନା ଏବଂ ଲାକ୍ଷାଦ୍ବୀପର ପ୍ରଭାରୀ।

ସୂଚନାଥାଉକି, ଅଧୀର ରଞ୍ଜନ ଚୌଧରୀ ୧୯୯୯ରୁ ଲଗାତାର ବହରାମପୁର ସିଟ୍‌ରୁ ଲୋକସଭା ସାଂସଦ ରହିଆସୁଛନ୍ତି। ହେଲେ ଚଳିତ ଲୋକସଭା ନିର୍ବାଚନରେ ତାଙ୍କୁ ଟିଏମସିର ୟୁସୁଫ ପଠାନଙ୍କ ଠାରୁ ପରାଜିତ ହେବାକୁ ପଡ଼ିଛି।