କଟକରେ ଲାଲଚାନ୍ଦର ଦ୍ବିତୀୟ ଶାଖାର ଶୁଭାରମ୍ଭ, ଉଦ୍ଘାଟନ କଲେ ବଲିଉଡ୍ ଅଭିନେତା ସୁନୀଲ ସେଟ୍ଟୀ
କଟକ: ଓଡ଼ିଶାର ଲୋକପ୍ରିୟ ଜୁଏଲାରୀ ବ୍ରାଣ୍ଡ୍ ଲାଲଚାନ୍ଦର ଦ୍ଵିତୀୟ ଷ୍ଟୋର କଟକ ସିଡିଏରେ ଉଦଘାଟିତ ହୋଇଯାଇଛି। ବଲିଉଡ୍ ଅଭିନେତା ସୁନୀଲ ସେଟ୍ଟୀ ଏହି ନୂଆ ଷ୍ଟୋର୍ର ଉଦ୍ଘାଟନ କରିଛନ୍ତି। ତେବେ ଏହି ଅବସରରେ ଲାଲଚାନ୍ଦ ଗ୍ରୁପର ଅଧ୍ୟକ୍ଷ ସଞ୍ଜୟ ହଂସ କହିଛନ୍ତି ଲାଲଚାନ୍ଦ ପ୍ରତି ଲୋକଙ୍କ ଭଲ ପାଇବା ଓ ଗ୍ରାହକଙ୍କ ବଢୁଥିବା ଚାହିଦାକୁ ଦୃଷ୍ଟିରେ ରଖି ସିଡିଏରେ ଏହି ଷ୍ଟୋର ଖୋଲାଯାଇଛି। ସେହିଭଳି ଅଭିନେତା ସୁନୀଲ ସେଟ୍ଟୀ କହିଛନ୍ତି ଲାଲଚାନ୍ଦ ଏକ ଭରସା ଯୋଗ୍ୟ ବ୍ରାଣ୍ଡ। ଏହା ସହ କଟକର ଲୋକମାନେ ବହୁତ ଭଲ, ଏଠିକାର ଖାଇବା ବି ବହୁତ ଭଲ। ସେପଟେ ଉଦଘାଟନ ଅବସରରେ ଲାଲଚାନ୍ଦ ପକ୍ଷରୁ ଗ୍ରାହକଙ୍କ ପାଇଁ ସ୍ୱତନ୍ତ୍ର ଅଫର ଘୋଷଣା କରାଯାଇଛି।୫୦ ହଜାର ଟଙ୍କା ରୁ ଅଧିକ ଗହଣା କ୍ରୟ ଉପରେ ଆକର୍ଷଣୀୟ ଅଫର ରହିଛି। ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଚାର୍ଟର୍ଡ ଆକାଉଟଣ୍ଟ ଏକେ ସାବତ ଓ ଓଲିଉଡ ଅଭିନେତ୍ରୀ ଭୂମିକା ଦାଶ ଏହି ଉଦଘାଟନୀ ଉତ୍ସବରେ ସାମିଲ ହୋଇଥିଲେ।
କଟକ: ଓଡ଼ିଶାର ଲୋକପ୍ରିୟ ଜୁଏଲାରୀ ବ୍ରାଣ୍ଡ୍ ଲାଲଚାନ୍ଦର ଦ୍ଵିତୀୟ ଷ୍ଟୋର କଟକ ସିଡିଏରେ ଉଦଘାଟିତ ହୋଇଯାଇଛି। ବଲିଉଡ୍ ଅଭିନେତା ସୁନୀଲ ସେଟ୍ଟୀ ଏହି ନୂଆ ଷ୍ଟୋର୍ର ଉଦ୍ଘାଟନ କରିଛନ୍ତି।
ତେବେ ଏହି ଅବସରରେ ଲାଲଚାନ୍ଦ ଗ୍ରୁପର ଅଧ୍ୟକ୍ଷ ସଞ୍ଜୟ ହଂସ କହିଛନ୍ତି ଲାଲଚାନ୍ଦ ପ୍ରତି ଲୋକଙ୍କ ଭଲ ପାଇବା ଓ ଗ୍ରାହକଙ୍କ ବଢୁଥିବା ଚାହିଦାକୁ ଦୃଷ୍ଟିରେ ରଖି ସିଡିଏରେ ଏହି ଷ୍ଟୋର ଖୋଲାଯାଇଛି। ସେହିଭଳି ଅଭିନେତା ସୁନୀଲ ସେଟ୍ଟୀ କହିଛନ୍ତି ଲାଲଚାନ୍ଦ ଏକ ଭରସା ଯୋଗ୍ୟ ବ୍ରାଣ୍ଡ। ଏହା ସହ କଟକର ଲୋକମାନେ ବହୁତ ଭଲ, ଏଠିକାର ଖାଇବା ବି ବହୁତ ଭଲ।
ସେପଟେ ଉଦଘାଟନ ଅବସରରେ ଲାଲଚାନ୍ଦ ପକ୍ଷରୁ ଗ୍ରାହକଙ୍କ ପାଇଁ ସ୍ୱତନ୍ତ୍ର ଅଫର ଘୋଷଣା କରାଯାଇଛି।୫୦ ହଜାର ଟଙ୍କା ରୁ ଅଧିକ ଗହଣା କ୍ରୟ ଉପରେ ଆକର୍ଷଣୀୟ ଅଫର ରହିଛି। ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଚାର୍ଟର୍ଡ ଆକାଉଟଣ୍ଟ ଏକେ ସାବତ ଓ ଓଲିଉଡ ଅଭିନେତ୍ରୀ ଭୂମିକା ଦାଶ ଏହି ଉଦଘାଟନୀ ଉତ୍ସବରେ ସାମିଲ ହୋଇଥିଲେ।