ବଢ଼ିଲା ‘ବିବାଦରୁ ବିଶ୍ବାସ’ ଯୋଜନାର ଅବଧି, ଜାଣନ୍ତୁ କ’ଣ ଏହା ଯୋଜନା ?
ନୂଆଦିଲ୍ଲୀ: ଆୟକର ବିଭାଗ ବିବାଦରୁ ବିଶ୍ବାସ ଯୋଜନାର ସମୟ ସୀମା ବୃଦ୍ଧି କରିଛି। ପୂର୍ବରୁ ଏହି ଯୋଜନାର ଅବଧି ୨୦୨୪ ଡିସେମ୍ବର ୩୧ ପର୍ଯ୍ୟନ୍ତ ରହିଥିବାବେଳେ ଏବେ ଏହାକୁ ବଢ଼ାଇ ୨୦୨୫ ଜାନୁଆରୀ ୩୧ କରିଦିଆଯାଇଛି। ଯାହା ଅନେକ କରଦାତାକୁ ଆଶ୍ବସ୍ତି ଆଣିଦେଇଛି। ପ୍ରକୃତରେ ଏହି ଯୋଜନାରେ କରଦାତାଙ୍କୁ ଅନେକ ସୁବିଧା ମିଳିଥାଏ। କାରଣ ଏହା ଦ୍ବାରା ଅନେକ ବିବାଦୀୟ ଆୟକର ମାମଲାର ସମାଧାନ କରିବାକୁ ସୁବିଧା ହୋଇଥାଏ। ଏହି ଯୋଜନାରେ କମ୍ ଟଙ୍କା ଖର୍ଚ୍ଚରେ ମାମଲା ବନ୍ଦ ମଧ୍ୟ କରାଯାଇପାରେ। ସୂଚନାଥାଉକି, ଭାରତରେ ପ୍ରାୟ ୨.୭ କୋଟି ଟଙ୍କାର ବିବାଦୀୟ ଟ୍ୟାକ୍ସ ମାମଲା ରହିଛି। ତେବେ ଆସନ୍ତୁ ଏହି ଯୋଜନା ବିଷୟରେ ଅଧିକ କିଛି ।କ’ଣ ଏହି ଯୋଜନା ?ବିବାଦରୁ ବିଶ୍ବାସ ଯୋଜନା ସେହି କରଦାତାଙ୍କ ପାଇଁ ଆଶ୍ବସ୍ତି ଆଣିଥାଏ ଯେଉଁମାନେ କୌଣସି ଆୟକର ବିବାଦରେ ଫସିଛନ୍ତି। ଏହି ଯୋଜନାରେ ବିବାଦୀୟ ଟ୍ୟାକ୍ସର ଏକ ଅଂଶ ଏବଂ ତାହା ଉପରେ ନିର୍ଦ୍ଧାରିତ ସ୍ବତନ୍ତ୍ର ପ୍ରତିଶତର ଦେବାକୁ ପଡ଼ିଥାଏ। ଏହା ପରେ ସବୁ ଜରିମାନା, ସୁଧ ଏବଂ ଅନ୍ୟ ଫିକୁ ସରକାର ଛାଡ଼ କରିଥାନ୍ତି। ତେବେ ୨୦୨୫ ଜାନୁଆରୀ ୩୧ ପର୍ଯ୍ୟନ୍ତ ଆବେଦନ କରିଥିବା ନୂଆ ଆବେଦନକାରୀଙ୍କୁ ବିବାଦୀୟ ଟ୍ୟାକ୍ସର ୧୦୦ ପ୍ରତିଶତ ପେମେଣ୍ଟ କରିବାକୁ ହେବ। ସେହିଭଳି ବିବାଦୀୟ ସୁଧ, ଜରିମାନା ଏବଂ ଶୁଳ୍କର ୨୫% ପେମେଣ୍ଟ କରିବାକୁ ହେବ। ହେଲେ ୨୦୨୫ ଫେବ୍ରୁଆରୀ ୧ ପରଠାରୁ ଯଦି ନୂ
ନୂଆଦିଲ୍ଲୀ: ଆୟକର ବିଭାଗ ବିବାଦରୁ ବିଶ୍ବାସ ଯୋଜନାର ସମୟ ସୀମା ବୃଦ୍ଧି କରିଛି। ପୂର୍ବରୁ ଏହି ଯୋଜନାର ଅବଧି ୨୦୨୪ ଡିସେମ୍ବର ୩୧ ପର୍ଯ୍ୟନ୍ତ ରହିଥିବାବେଳେ ଏବେ ଏହାକୁ ବଢ଼ାଇ ୨୦୨୫ ଜାନୁଆରୀ ୩୧ କରିଦିଆଯାଇଛି। ଯାହା ଅନେକ କରଦାତାକୁ ଆଶ୍ବସ୍ତି ଆଣିଦେଇଛି।
ପ୍ରକୃତରେ ଏହି ଯୋଜନାରେ କରଦାତାଙ୍କୁ ଅନେକ ସୁବିଧା ମିଳିଥାଏ। କାରଣ ଏହା ଦ୍ବାରା ଅନେକ ବିବାଦୀୟ ଆୟକର ମାମଲାର ସମାଧାନ କରିବାକୁ ସୁବିଧା ହୋଇଥାଏ। ଏହି ଯୋଜନାରେ କମ୍ ଟଙ୍କା ଖର୍ଚ୍ଚରେ ମାମଲା ବନ୍ଦ ମଧ୍ୟ କରାଯାଇପାରେ। ସୂଚନାଥାଉକି, ଭାରତରେ ପ୍ରାୟ ୨.୭ କୋଟି ଟଙ୍କାର ବିବାଦୀୟ ଟ୍ୟାକ୍ସ ମାମଲା ରହିଛି। ତେବେ ଆସନ୍ତୁ ଏହି ଯୋଜନା ବିଷୟରେ ଅଧିକ କିଛି ।
କ’ଣ ଏହି ଯୋଜନା ?
ବିବାଦରୁ ବିଶ୍ବାସ ଯୋଜନା ସେହି କରଦାତାଙ୍କ ପାଇଁ ଆଶ୍ବସ୍ତି ଆଣିଥାଏ ଯେଉଁମାନେ କୌଣସି ଆୟକର ବିବାଦରେ ଫସିଛନ୍ତି। ଏହି ଯୋଜନାରେ ବିବାଦୀୟ ଟ୍ୟାକ୍ସର ଏକ ଅଂଶ ଏବଂ ତାହା ଉପରେ ନିର୍ଦ୍ଧାରିତ ସ୍ବତନ୍ତ୍ର ପ୍ରତିଶତର ଦେବାକୁ ପଡ଼ିଥାଏ। ଏହା ପରେ ସବୁ ଜରିମାନା, ସୁଧ ଏବଂ ଅନ୍ୟ ଫିକୁ ସରକାର ଛାଡ଼ କରିଥାନ୍ତି।
ତେବେ ୨୦୨୫ ଜାନୁଆରୀ ୩୧ ପର୍ଯ୍ୟନ୍ତ ଆବେଦନ କରିଥିବା ନୂଆ ଆବେଦନକାରୀଙ୍କୁ ବିବାଦୀୟ ଟ୍ୟାକ୍ସର ୧୦୦ ପ୍ରତିଶତ ପେମେଣ୍ଟ କରିବାକୁ ହେବ। ସେହିଭଳି ବିବାଦୀୟ ସୁଧ, ଜରିମାନା ଏବଂ ଶୁଳ୍କର ୨୫% ପେମେଣ୍ଟ କରିବାକୁ ହେବ। ହେଲେ ୨୦୨୫ ଫେବ୍ରୁଆରୀ ୧ ପରଠାରୁ ଯଦି ନୂଆ କରି ଆବେଦନ କରୁଛନ୍ତି, ତେବେ ତାଙ୍କୁ ବିବାଦୀୟ ଟ୍ୟାକ୍ସର ୧୧୦ % ଦେବାକୁ ପଡ଼ିବ। ସେହିଭଳି ବିବାଦୀୟ ସୁଧ, ଜରିମାନା ଏବଂ ଶୁଳ୍କର ୩୦% ପେମେଣ୍ଟ କରିବାକୁ ହେବ।