ଅଖିଳେଶ ଯାଦବଙ୍କ ପରିବାର ବିରୋଧରେ ପ୍ରାର୍ଥୀ ଦେବେ ଓଓ୍ବାଇଇସି
ଲକ୍ଷ୍ନୌ,୨୯।୨: ଆସନ୍ତା ଲୋକ ସଭା ନିର୍ବାଚନରେ ଇଣ୍ଡିଆ ମିଳିତ ମଞ୍ଚରେ ଯୋଗ ନ ଦେଇ ରାଗିଯାଇ ଅସଦୁଦ୍ଦିନ ଓୱାଇଇସିଙ୍କ ଦଳ ଏଆଇଏମଆଇଏମ ରାଜ୍ୟର ୭ଟି ଲୋକ ସଭା ଆସନରେ ନିର୍ବାଚନ ଲଢିବାକୁ ଘୋଷଣା କରିଛି। ଏହି ଆସନଗୁଡ଼ିକ ହେଉଛି ସମାଜବାଦୀ ପାର୍ଟିର ଗଡ଼ ଏବଂ ଅଖିଳେଶ ଯାଦବଙ୍କ ପରିବାର ଏଠାରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଇଣ୍ଡିଆ ମିଳିତ ମଞ୍ଚ ଉପରେ ସଉତୁଣୀ ଭଳି ବ୍ୟବହାର କରୁଥିବା ଅଭିଯୋଗ କରୁଥିବାବେଳେ ଓୱାଇସିଙ୍କ ଦଳ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଯେଉଁ […] The post ଅଖିଳେଶ ଯାଦବଙ୍କ ପରିବାର ବିରୋଧରେ ପ୍ରାର୍ଥୀ ଦେବେ ଓଓ୍ବାଇଇସି appeared first on Dharitri Odia News.
ଲକ୍ଷ୍ନୌ,୨୯।୨: ଆସନ୍ତା ଲୋକ ସଭା ନିର୍ବାଚନରେ ଇଣ୍ଡିଆ ମିଳିତ ମଞ୍ଚରେ ଯୋଗ ନ ଦେଇ ରାଗିଯାଇ ଅସଦୁଦ୍ଦିନ ଓୱାଇଇସିଙ୍କ ଦଳ ଏଆଇଏମଆଇଏମ ରାଜ୍ୟର ୭ଟି ଲୋକ ସଭା ଆସନରେ ନିର୍ବାଚନ ଲଢିବାକୁ ଘୋଷଣା କରିଛି। ଏହି ଆସନଗୁଡ଼ିକ ହେଉଛି ସମାଜବାଦୀ ପାର୍ଟିର ଗଡ଼ ଏବଂ ଅଖିଳେଶ ଯାଦବଙ୍କ ପରିବାର ଏଠାରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଇଣ୍ଡିଆ ମିଳିତ ମଞ୍ଚ ଉପରେ ସଉତୁଣୀ ଭଳି ବ୍ୟବହାର କରୁଥିବା ଅଭିଯୋଗ କରୁଥିବାବେଳେ ଓୱାଇସିଙ୍କ ଦଳ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଛନ୍ତି।
ଯେଉଁ ଆସନ ଗୁଡିକରେଏଆଇଏମଆଇଏମ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛି, ସେ ଅଖିଳେଶ ଯାଦବଙ୍କ ସମ୍ଭାବ୍ୟ ଆସନ, ଆଜମଗଡ, ଶିବପାଲ ଯାଦବଙ୍କ ବାଦାଉନ, ପ୍ରଫେସର ରାମ ଗୋପାଳ ଯାଦବଙ୍କ ପୁଅ ଅକ୍ଷୟଙ୍କ ଆସନ ଫିରୋଜାବାଦ ଏବଂ ଡିମ୍ପଲ ଯାଦବଙ୍କ ମୌନପୁରୀରୁ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ବ୍ୟତୀତ ସମ୍ଭଲ, ମୁରାଦାବାଦ, ଅମରୋହା, ମେରଠ ଭଳି ମୁସଲିମ ପ୍ରାଧାନ୍ୟ ଆସନରେ ନିର୍ବାଚନ ଲଢିବାକୁ ଦଳ ଘୋଷଣା କରିଛି। ଭବିଷ୍ୟତର ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇପାରିବ ବୋଲି କୁହାଯାଇଛି।
ସୂଚନାଯୋଗ୍ୟ ଯେ ଏହାପୂର୍ବରୁ ଏଆଇଏମଆଇଏମ ଇଣ୍ଡିଆ ମିଳିତ ମଞ୍ଚରେ ଯୋଗଦେବାକୁ ଇଚ୍ଛା ପ୍ରକାଶ କରି ଉତ୍ତରପ୍ରଦେଶରୁ ୫ଟି ସିଟ ଦାବି କରିଥିଲା। ଏଆଇଏମଆଇଏମ ରାଜ୍ୟ ମୁଖପାତ୍ର ମହମ୍ମଦ ଫରହାନ ଦାବି କରିଛନ୍ତି ଯେ ଜୟ ମିମ ଏବଂ ଜୟ ଭୀମଙ୍କ ସ୍ଲୋଗାନ ମଧ୍ୟ ତାଙ୍କ ଦଳ ଦେଇଛି। ଏଭଳି ପରିସ୍ଥିତିରେ ଯଦି ଲୋକ ସଭା ନିର୍ବାଚନରେ ମୁସଲମାନ ଏବଂ ଦଳିତ ଭୋଟ ପାଆନ୍ତି, ତେବେ କେବଳ ସେମାନଙ୍କ ଦଳ ଅତି କମରେ ପାଞ୍ଚଟି ଆସନ ଜିତିବେ ନାହିଁ, ବରଂ ଏହା ଅନ୍ୟ ଦଳର ସମୀକରଣକୁ ମଧ୍ୟ ନଷ୍ଟ କରିପାରେ। ଏଥିସହ ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ଇଣ୍ଡିଆ ମିଳିତ ମଞ୍ଚ, କଂଗ୍ରେସ ଏବଂ ସମାଜବାଦି ପାର୍ଟିର ବଡ ଦଳ ତାଙ୍କୁ ଏହି ମେଣ୍ଟରେ ଅନ୍ତର୍ଭୁକ୍ତ କରନ୍ତି ଏବଂ ତାଙ୍କୁ ଏହି ଚୁକ୍ତିରେ ୫ଟି ଲୋକ ସଭା ଆସନ ଦିଅନ୍ତି, ତା’ହେଲେ ତାଙ୍କ ଦଳ ଇଣ୍ଡିଆ ମିଳିତ ମଞ୍ଚ ସହିତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ଅଛି।
The post ଅଖିଳେଶ ଯାଦବଙ୍କ ପରିବାର ବିରୋଧରେ ପ୍ରାର୍ଥୀ ଦେବେ ଓଓ୍ବାଇଇସି appeared first on Dharitri Odia News.