ପଦ୍ମଶ୍ରୀ କମଳା ପୂଜାରୀଙ୍କ ମୃତ୍ୟୁ ପଛରେ ରହିଛି ଷଡଯନ୍ତ୍ର! ବିଜେଡି କହିଲା…
ଭୁବନେଶ୍ୱର,୨୪।୭: ପଦ୍ମଶ୍ରୀ କମଳା ପୂଜାରୀଙ୍କ ମୃତ୍ୟୁକୁ ନେଇ ବଡ଼ ଅଭିଯୋଗ ଆଣିଛି। କମଳା ପୂଜାରୀଙ୍କ ମୃତ୍ୟୁ ପଛରେ ଷଡଯନ୍ତ୍ର ରହିଛି ବୋଲି ବିଜେଡି ବିଜେଡି ମୁଖପାତ୍ର ତଥା ଏମପି ସୁଲତା ଦେଓ ଦାବି କରିଛନ୍ତି। ସେ ସୋସିଆଲ ମିଡିଆରେ ଏକ ଭିଡିଓରେ କମଳା ପୂଜାରୀଙ୍କ ମୃତ୍ୟୁର ବିଚାରବିଭାଗୀୟ ତଦନ୍ତ ଦାବି କରିଛନ୍ତି। ସେ କହିଛନ୍ତି, କମଳା ପୂଜାରୀଙ୍କୁ କୋରାପୁଟର ଜୟପୁରରୁ କଟକ କିଏ ସ୍ଥାନାନ୍ତର କରିଥିଲା? କଟକ ଏସସିବିରେ ହାଉସସର୍ଜନଙ୍କ ଧର୍ମଘଟ ଚାଲିଥିବାବେଳେ କାହିଁକି ତାଙ୍କୁ ଭାଇଜାଗ […] The post ପଦ୍ମଶ୍ରୀ କମଳା ପୂଜାରୀଙ୍କ ମୃତ୍ୟୁ ପଛରେ ରହିଛି ଷଡଯନ୍ତ୍ର! ବିଜେଡି କହିଲା… appeared first on Dharitri Odia News.
ଭୁବନେଶ୍ୱର,୨୪।୭: ପଦ୍ମଶ୍ରୀ କମଳା ପୂଜାରୀଙ୍କ ମୃତ୍ୟୁକୁ ନେଇ ବଡ଼ ଅଭିଯୋଗ ଆଣିଛି। କମଳା ପୂଜାରୀଙ୍କ ମୃତ୍ୟୁ ପଛରେ ଷଡଯନ୍ତ୍ର ରହିଛି ବୋଲି ବିଜେଡି ବିଜେଡି ମୁଖପାତ୍ର ତଥା ଏମପି ସୁଲତା ଦେଓ ଦାବି କରିଛନ୍ତି। ସେ ସୋସିଆଲ ମିଡିଆରେ ଏକ ଭିଡିଓରେ କମଳା ପୂଜାରୀଙ୍କ ମୃତ୍ୟୁର ବିଚାରବିଭାଗୀୟ ତଦନ୍ତ ଦାବି କରିଛନ୍ତି। ସେ କହିଛନ୍ତି, କମଳା ପୂଜାରୀଙ୍କୁ କୋରାପୁଟର ଜୟପୁରରୁ କଟକ କିଏ ସ୍ଥାନାନ୍ତର କରିଥିଲା? କଟକ ଏସସିବିରେ ହାଉସସର୍ଜନଙ୍କ ଧର୍ମଘଟ ଚାଲିଥିବାବେଳେ କାହିଁକି ତାଙ୍କୁ ଭାଇଜାଗ , ବ୍ରହ୍ମପୁର କିମ୍ବା ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ଚିକିତ୍ସା ନ କରି କଟକ ଏସସିବି ମେଡିକାଲ ଓ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। ତାଙ୍କୁ କାହିଁକି ଏୟାରଲିଫ୍ଟ କରାଗଲା ନାହିଁ? ତାଙ୍କର ଚିକିତ୍ସାରେ ଅବହେଳା ହୋଇଥିବା ସେ ଅଭିଯୋଗ ଆଣିଛନ୍ତି। ସୂଚନାଯୋଗ୍ୟ, ଗତ ୨୦ ତାରିଖରେ କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକ ଘଟିଥିଲା।
The post ପଦ୍ମଶ୍ରୀ କମଳା ପୂଜାରୀଙ୍କ ମୃତ୍ୟୁ ପଛରେ ରହିଛି ଷଡଯନ୍ତ୍ର! ବିଜେଡି କହିଲା… appeared first on Dharitri Odia News.