ଡ.ସତ୍ୟବ୍ରତ ସିବିଏସ୍ଇ ଦିଲ୍ଲୀ ଗଭର୍ନିଂ ବଡିର ସଦସ୍ୟ ମନୋନୀତ
ଭୁବନେଶ୍ୱର, ୧୮।୮: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭୁବନେଶ୍ୱରର ପଟିଆ ନିକଟସ୍ଥ ‘ଓଡିଏମ୍’ ସମୂହର ଅଧ୍ୟକ୍ଷ ଡ. ସତ୍ୟବ୍ରତ ମୀନକେତନ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରି ଏଜୁକେଶନ ବା ସିବିଏସ୍ଇ)ର ଦିଲ୍ଲୀ ଗଭର୍ନିଂ ବଡି ସଦସ୍ୟଭାବେ ମନୋନୀତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ବିସ୍ତୃତ ସୂଚନା ପ୍ରଦାନ ସହ ବିଜ୍ଞପ୍ତି ଜରିଆରେ ଡ.ସତ୍ୟବ୍ରତ ସିବିଏସ୍ଇ ଦିଲ୍ଲୀ ଗଭର୍ନିଂ ବଡିର ସଦସ୍ୟଭାବେ ମନୋନୀତ ହୋଇଛନ୍ତି […] The post ଡ.ସତ୍ୟବ୍ରତ ସିବିଏସ୍ଇ ଦିଲ୍ଲୀ ଗଭର୍ନିଂ ବଡିର ସଦସ୍ୟ ମନୋନୀତ appeared first on Dharitri Odia News.
ଭୁବନେଶ୍ୱର, ୧୮।୮: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭୁବନେଶ୍ୱରର ପଟିଆ ନିକଟସ୍ଥ ‘ଓଡିଏମ୍’ ସମୂହର ଅଧ୍ୟକ୍ଷ ଡ. ସତ୍ୟବ୍ରତ ମୀନକେତନ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରି ଏଜୁକେଶନ ବା ସିବିଏସ୍ଇ)ର ଦିଲ୍ଲୀ ଗଭର୍ନିଂ ବଡି ସଦସ୍ୟଭାବେ ମନୋନୀତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ବିସ୍ତୃତ ସୂଚନା ପ୍ରଦାନ ସହ ବିଜ୍ଞପ୍ତି ଜରିଆରେ ଡ.ସତ୍ୟବ୍ରତ ସିବିଏସ୍ଇ ଦିଲ୍ଲୀ ଗଭର୍ନିଂ ବଡିର ସଦସ୍ୟଭାବେ ମନୋନୀତ ହୋଇଛନ୍ତି ବୋଲି ସିବିଏସ୍ଇ ପକ୍ଷରୁ ଓଡିଏମ୍ ସମୂହକୁ ସୂଚନା ଦିଆଯାଇଛି।
ଭାରତବର୍ଷର ୪ଜଣ ବିଶିଷ୍ଟ ଶିକ୍ଷାବିତ୍ମାନଙ୍କ ମଧ୍ୟରେ ତାଙ୍କର ଏହି ସର୍ବୋଚ୍ଚ ସମିତିକୁ ମନୋନୟନ ହେବା ସମଗ୍ର ଓଡ଼ିଶା ପାଇଁ ଏକ ବୃହତ୍ତର ଗର୍ବ ଓ ଗୌରବର ବିଷୟ ବୋଲି ଓଡିଏମ୍ ସମୂହ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।
ସିବିଏସ୍ଇର ବରିଷ୍ଠ ଅଧିକାରୀ ଚିଠି ଦ୍ୱାରା ଭାରତ ସରକାରଙ୍କର ଏହି ମନୋନୟନର ନିର୍ଣ୍ଣୟକୁ ଡ.ମୀନକେତନଙ୍କୁ ଜଣାଇବା ସହ ଅଭିନନ୍ଦନ ଓ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି। ଏହି ଅବସରରେ ଓଡିଏମ୍ ସମୂହର ସମସ୍ତ ଅନୁବନ୍ଧିତ ବିଦ୍ୟାଳୟ ତଥା ଅନ୍ୟ ଶିକ୍ଷା ସଂସ୍ଥାନଗୁଡ଼ିକ ମଧ୍ୟ ଡ.ମୀନକେତନଙ୍କୁ ଶୁଭକାମନା ଓ ଅଭ୍ୟର୍ଥନା ଜଣାଇଛନ୍ତି।
ଡ. ମୀନକେତନ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ତଥା ସିବିଏସ୍ଇ (କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ) ନିକଟରେ ନିଜର ଗଭୀର ଆନ୍ତରିକ କୃତଜ୍ଞତା ଜ୍ଞାପନ କରିବା ସହ କହିଛନ୍ତି, ବୃହତ୍ତର ଜନକଲ୍ୟାଣ ନିମିତ୍ତ ଦେଶରେ ଶିକ୍ଷାର ବିକାଶ ଓ ସମୃଦ୍ଧି ହେତୁ ଏହି ବଡ଼ ଦାୟିତ୍ୱକୁ ସେ ନିଶ୍ଚୟ ହାର୍ଦ୍ଦିକତା ଓ ପ୍ରତିବଦ୍ଧତାର ସହିତ ବହନକରି ସମ୍ପନ୍ନ କରିବେ।
ଅପରପକ୍ଷରେ ଡ. ମୀନକେତନଙ୍କ ଏଭଳି ସଫଳତା ପାଇଁ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଫେସର ଡ. ପି.କେ.ଦାସ, ବିତ୍ତ ଓ ପ୍ରଶାସନିକ ନିର୍ଦ୍ଦେଶିକା ଇନ୍ଦୁମତୀ ରାୟ, ମୁଖ୍ୟ କାର୍ଯ୍ୟକାରିଣୀ ଅଧିକାରୀ ସ୍ବୟନ୍ ସତ୍ୟେନ୍ଦୁ, ଶିକ୍ଷା ନିର୍ଦ୍ଦେଶକ ଡ. ଆର୍ତ୍ତତ୍ରାଣ ମିଶ୍ରଙ୍କ ସମେତ ସ୍କୁଲର ସମସ୍ତ କର୍ମକର୍ତ୍ତା, ଶିକ୍ଷୟିତ୍ରୀଶିକ୍ଷକ ଓ ଅଭିଭାବକମାନେ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।
The post ଡ.ସତ୍ୟବ୍ରତ ସିବିଏସ୍ଇ ଦିଲ୍ଲୀ ଗଭର୍ନିଂ ବଡିର ସଦସ୍ୟ ମନୋନୀତ appeared first on Dharitri Odia News.