ହ୍ବାଟ୍ସଆପ୍ର ନୂଆ ରେକର୍ଡ, ୭୫ ଲକ୍ଷ ଭାରତୀୟଙ୍କ ଆକାଉଣ୍ଟ କଲା ବ୍ୟାନ୍
ନୂଆଦିଲ୍ଲୀ: ମେଟାର ସ୍ବାମିତ୍ବ କମ୍ପାନି ହ୍ବାଟ୍ସଆପ୍ ଫେବ୍ରୁଆରୀରେ ଦେଶରେ ରେକର୍ଡ ସଂଖ୍ୟକ ଆକାଉଣ୍ଟକୁ ବ୍ୟାନ୍ କରିଛି। କମ୍ପାନି ଆଇଟି ନିୟମ ୨୦୨୧ ଅନୁଯାୟୀ, ଜାରି ରିପୋର୍ଟରେ ଏହାର ଉଲ୍ଲେଖ କରିଛି।ସୂଚନା ଅନୁଯାୟୀ, କମ୍ପାନି ଫେବ୍ରୁଆରୀ ୧ରୁ ୨୯ ମଧ୍ୟରେ ୭୬ ଲକ୍ଷ ୨୮ ହଜାର ହ୍ବାଟ୍ସଆପ୍ ଆକାଉଣ୍ଟ ବ୍ୟାନ୍ ହୋଇଛି। ଏହା ମଧ୍ୟରୁ ୧୪ ଲକ୍ଷ ୨୪ ହଜାର ଆକାଉଣ୍ଟ ରିପୋର୍ଟ ପୂର୍ବରୁ ହିଁ କମ୍ପାନିର ମାସିକ କାର୍ଯ୍ୟାନୁଷ୍ଠାନ ଅନୁଯାୟୀ ବନ୍ଦ ହେବାର ଥିଲା।କମ୍ପାନିର ଦେଶରେ ପ୍ରାୟ ୫୦ କୋଟିରୁ ଅଧିକ ଗ୍ରାହକ ଅଛନ୍ତି। କମ୍ପାନିକୁ ଫେବ୍ରୁଆରୀରେ ୧୬,୬୧୮ ଅଭିଯୋଗ ହୋଇଥିଲା । ଏହା ପୂର୍ବରୁ ଜାନୁଆରୀ ୧-୩୧ ମଧ୍ୟରେ କମ୍ପାନି ୬୭ ଲକ୍ଷ ୨୮ ହଜାର ଆକାଉଣ୍ଟ ବ୍ୟାନ୍ କରିଥିଲା।ସୂଚନାଥାଉକି, ହ୍ପାଟ୍ସଆପ୍ ସେହି ଆକାଉଣ୍ଟକୁ ବ୍ୟାନ୍ କରିଥାଏ ଯାହା କମ୍ପାନିର ନିୟମ ଏବଂ ସର୍ତ୍ତାବଳୀକୁ ଉଲ୍ଲଘଂନ କରିଥାଏ। ଯଦି ହ୍ବାଟ୍ସଆପ୍ରେ ଅଶ୍ଲୀଳ, ଅବୈଧାନିକ, ମାନହାନି, ଧମକାଇବା, ଘୃଣା ସୃଷ୍ଟିକାରୀ କିମ୍ବା ଅନ୍ୟ କାମରେ କମ୍ପାନି ଆପଣଙ୍କ ଆକାଉଣ୍ଟ ବ୍ୟାନ୍ କରିଥାଏ।
ନୂଆଦିଲ୍ଲୀ: ମେଟାର ସ୍ବାମିତ୍ବ କମ୍ପାନି ହ୍ବାଟ୍ସଆପ୍ ଫେବ୍ରୁଆରୀରେ ଦେଶରେ ରେକର୍ଡ ସଂଖ୍ୟକ ଆକାଉଣ୍ଟକୁ ବ୍ୟାନ୍ କରିଛି। କମ୍ପାନି ଆଇଟି ନିୟମ ୨୦୨୧ ଅନୁଯାୟୀ, ଜାରି ରିପୋର୍ଟରେ ଏହାର ଉଲ୍ଲେଖ କରିଛି।
ସୂଚନା ଅନୁଯାୟୀ, କମ୍ପାନି ଫେବ୍ରୁଆରୀ ୧ରୁ ୨୯ ମଧ୍ୟରେ ୭୬ ଲକ୍ଷ ୨୮ ହଜାର ହ୍ବାଟ୍ସଆପ୍ ଆକାଉଣ୍ଟ ବ୍ୟାନ୍ ହୋଇଛି। ଏହା ମଧ୍ୟରୁ ୧୪ ଲକ୍ଷ ୨୪ ହଜାର ଆକାଉଣ୍ଟ ରିପୋର୍ଟ ପୂର୍ବରୁ ହିଁ କମ୍ପାନିର ମାସିକ କାର୍ଯ୍ୟାନୁଷ୍ଠାନ ଅନୁଯାୟୀ ବନ୍ଦ ହେବାର ଥିଲା।
କମ୍ପାନିର ଦେଶରେ ପ୍ରାୟ ୫୦ କୋଟିରୁ ଅଧିକ ଗ୍ରାହକ ଅଛନ୍ତି। କମ୍ପାନିକୁ ଫେବ୍ରୁଆରୀରେ ୧୬,୬୧୮ ଅଭିଯୋଗ ହୋଇଥିଲା । ଏହା ପୂର୍ବରୁ ଜାନୁଆରୀ ୧-୩୧ ମଧ୍ୟରେ କମ୍ପାନି ୬୭ ଲକ୍ଷ ୨୮ ହଜାର ଆକାଉଣ୍ଟ ବ୍ୟାନ୍ କରିଥିଲା।
ସୂଚନାଥାଉକି, ହ୍ପାଟ୍ସଆପ୍ ସେହି ଆକାଉଣ୍ଟକୁ ବ୍ୟାନ୍ କରିଥାଏ ଯାହା କମ୍ପାନିର ନିୟମ ଏବଂ ସର୍ତ୍ତାବଳୀକୁ ଉଲ୍ଲଘଂନ କରିଥାଏ। ଯଦି ହ୍ବାଟ୍ସଆପ୍ରେ ଅଶ୍ଲୀଳ, ଅବୈଧାନିକ, ମାନହାନି, ଧମକାଇବା, ଘୃଣା ସୃଷ୍ଟିକାରୀ କିମ୍ବା ଅନ୍ୟ କାମରେ କମ୍ପାନି ଆପଣଙ୍କ ଆକାଉଣ୍ଟ ବ୍ୟାନ୍ କରିଥାଏ।